ମୋ କଲେଜ ଅଭିଯାନର ଜ଼ିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୋ କଲେଜ ଓଡିଶା ସରକାରଙ୍କ ଏକ ସାଫଲ୍ୟମଣ୍ଡିତ କାର୍ଯ୍ୟକ୍ରମ- ଶ୍ରୀ ଆକାଶ ଦାସନାୟକ

ଭୁବନେଶ୍ୱର/ ଭଦ୍ରକ/ବାଲେଶ୍ୱର: ମୋ କଲେଜ ଅଭିଯାନର ଅଧ୍ୟକ୍ଷ ଶ୍ରୀ ଆକାଶ ଦାସ ନାୟକ ଭଦ୍ରକ ସ୍ୱୟଂ ଶାସିତ କଲେଜ ତଥା ବାଲେଶ୍ୱରର ଫକୀର ମୋହନ ସ୍ୱୟଂ ଶାସିତ କଲେଜ ଗସ୍ତ କରି କଲେଜ ଗୁଡିକର ଜ଼ିଲ୍ଲା ବୈଠକରେ ଯୋଗ ଦେଇଥିଲେ | ପ୍ରଥମେ ଭଦ୍ରକ ସ୍ବୟଂଶାସିତ କଲେଜର ବୈଠକରେ ଯୋଗ ଦେଇ କଲେଜର ଇତିହାସ ସମ୍ପର୍କରେ ବିବରଣୀ ଦେଇଥିଲେ | ନିଜ ଅଭିଭାଷଣରେ ଶ୍ରୀ ଦାସ ନାୟକ କହିଲେ ଯେ`` ଭଦ୍ରକ ମହାବିଦ୍ୟାଳୟ 6 ଜୁଲାଇ, 1948 ରେ ଭଦ୍ରକ ସହରରେ ପ୍ରତିଷ୍ଠିତ ରାଜନେତା, ଓଡ଼ିଶାର ପୂର୍ବତନ ତଥା ସ୍ବର୍ଗୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ହରେକୃଷ୍ଣ ମହତାବ ତଥା ମହାରାଷ୍ଟ୍ରର ପୂର୍ବତନ ରାଜ୍ୟପାଳ ନରେନ୍ଦ୍ର ପ୍ରସାଦ ଦାସଙ୍କ ପରି କେତେକ ଦୟାଳୁ ବ୍ୟକ୍ତିତ୍ୱଙ୍କ ଉଦ୍ୟମରେ ଭଦ୍ରକ ସହରରେ ପ୍ରତିଷ୍ଠା କରାଯାଇଥିଲା। ଏହାଛଡା ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଏହି ଶିକ୍ଷାନୁଷ୍ଠାନର ଉନ୍ନତି ନିମନ୍ତେ ବହୁ କାର୍ଯ୍ୟ କରିଛନ୍ତି. ବର୍ତମାନ ସମୟରେ ନିର୍ମାଲ୍ୟ ମହାକୁଡ଼ ପରି ଜଣେ ଆଲୁମିନି କଲେଜ ଛାତ୍ରଛାତ୍ରୀ ମାନଙ୍କୁ ବୌଦ୍ଧିକ ଶିକ୍ଷା ପ୍ରଦାନ କରିବାରେ ସହାୟତା କରୁଛନ୍ତି | ମୋ କଲେଜ ଅଭିଯାନ ଅନ୍ତର୍ଗତ କାର୍ଯ୍ୟକ୍ରମ ଦ୍ୱାରା ଏହି କଲେଜର ସାମୁହିକ ବିକାଶ ହୋଇ ପାରିବ." |
ସେହିପରି ଅନ୍ୟତମ ବିଶିଷ୍ଟ ଅତିଥି ମାନ୍ୟବର ବିଧାୟକ ଶ୍ରୀ ସଂଜୀବ ମଲ୍ଲିକ ନିଜ ଅଭିଭାଷଣରେ ପୁରାତନ ଛାତ୍ରଛାତ୍ରୀଙ୍କ ସହଯୋଗରେ ଭଦ୍ରକ କଲେଜର କିପରି ବିକାଶ ହୋଇପାରିବ ତଥା ଏହାକୁ କିପରି ବିଶ୍ୱବିଦ୍ୟାଳୟରେ ପରିଣତ କରିହେବ ସେ ଦିଗରେ ଗୁରୁତ୍ୱ ଆରୋପ କରିଥିଲେ |
କାର୍ଯ୍ୟକ୍ରମର ଆରମ୍ଭରେ ମୋ କଲେଜର ସଂଯୋଜକ ଡ଼କ୍ଟର ଧୀରେନ୍ଦ୍ର ନାୟକ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବ ସହିତ ପ୍ରାରମ୍ଭିକ ଭାଷଣ ଦେଇଥିଲେ.କଲେଜ ଅଧ୍ୟକ୍ଷ ଶ୍ରୀ ଡ଼କ୍ଟର ସୁବୋଧ ଚନ୍ଦ୍ର ମିଶ୍ର ମୋ କଲେଜ ମାଧ୍ୟମରେ ଆଗକୁ କେଉଁ ସବୁ କାର୍ଯ୍ୟକୁ ହାତକୁ ନିଆଯିବ ସେ ବିଷୟରେ ବିବରଣୀ ପ୍ରଦାନ କରିଥିଲେ.କାର୍ଯ୍ୟକ୍ରମରେ ଜ଼ିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ୱର ବଳିରାମ ବନ୍ଦର ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, କଲେଜ କର୍ମଚାରୀ ତଥା ଆଲୁମିନି ଓ ଜ଼ିଲ୍ଲାର ଅନ୍ୟାନ୍ୟ କଲେଜ ଗୁଡିକ ଯୋଗ ଦେଇଥିଲେ. ଶେଷରେ ପ୍ରାଣୀ ବିଭାଗର ମୁଖ୍ୟ ଡ଼କ୍ଟର ଦୁର୍ଗାଶଙ୍କର ଦାସ ଧନ୍ୟବାଦ ଅର୍ପଣ କରିଥିଲେ |
ସେହିପରି ଫକୀର ମୋହନ ସ୍ୱୟଂ ଶାସିତ କଲେଜର ଜ଼ିଲ୍ଲା ବୈଠକରେ ମୋ କଲେଜ ଅଭିଯାନର ଅଧ୍ୟକ୍ଷ ଶ୍ରୀ ଆକାଶ ଦାସ ନାୟକ ଯୋଗ ଦେଇ ମୋ କଲେଜ ଅଭିଯାନ କାର୍ଯ୍ୟକ୍ରମ ବିଷୟରେ ବିଶେଷ ଆଲୋକପାତ କରିଥିଲେ | ପ୍ରାରମ୍ଭରେ NCC ଓ କଲେଜ ଛାତ୍ରଛାତ୍ରୀ ମାନେ ମୋ କଲେଜ ଅଭିଯାନର ଅଧ୍ୟକ୍ଷ ଶ୍ରୀ ଆକାଶ ଦାସ ନାୟକ ତଥା ସ୍ଥାନୀୟ ବିଧାୟକ ଶ୍ରୀ ସ୍ୱରୂପ କୁମାର ଦାସଙ୍କୁ ଅଭ୍ୟର୍ଥନା ଜଣାଇଥିଲେ| ଆଲୁମିନି ଆସୋସିଏସନର ପ୍ରେସିଡେଣ୍ଟ ଶ୍ରୀ ପ୍ରଭାସ ଚଉଧୁରୀ ତଥା ଅନ୍ୟାନ୍ୟ ଆଲୁମିନି ମେମ୍ବର ମାନଙ୍କ ସହିତ ଜ଼ିଲ୍ଲାର ୧୨ ଗୋଟି କଲେଜ ଏହି ବୈଠକରେ ଯୋଗ ଦେଇଥିଲେ |

ନିଜ ଅଭିଭାଷଣରେ ଶ୍ରୀ ଆକାଶ ଦାସ ନାୟକ ପୁଣ୍ୟତୋୟା ବାଲେଶ୍ୱର ଭୂମିର ଗୁଣଗାନ କରିଥିଲେ ତଥା ମୋ କଲେଜ ଅଭିଯାନ ମାଧ୍ୟମରେ କିପରି ସମଗ୍ର ଜ଼ିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଉନ୍ନତିର ପଥରେ ଅଗ୍ରସର ହେବେ ସେ ଦିଗରେ ବିଶେଷ ଗୁରୁତ୍ୱରୋପ କରିଥିଲେ |
ମୋ କଲେଜ ସଂଯୋଜକ ଡ଼କ୍ଟର ଅଭିଜିତ ଦାସ ମଞ୍ଚ ପରିଚାଳନା କରିଥିଲେ ଓ କଲେଜ ଅଧ୍ୟକ୍ଷ ଶ୍ରୀ ଦିଲୀପ କୁମାର ଘୋଷ ମୋ କଲେଜ ଅଭିଯାନର କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ. ସେ ଆଲୁମିନି, ମୋ କଲେଜ ଅଭିଯାନ ତଥା କଲେଜ ଅଧିକାରୀ ମାନଙ୍କ ସହ ଚେଷ୍ଟାରେ କଲେଜର କିପରି ଉନ୍ନତି ହୋଇପାରିବ ସେ ବିଷୟରେ ଚର୍ଚା କରିଥିଲେ. ବହୁ ସଂଖ୍ୟାରେ ଆଲୁମିନି ମାନେ,ଛାତ୍ରଛାତ୍ରୀ ତଥା ଜ଼ିଲ୍ଲାର ବହୁ କଲେଜ ଓ ଫକୀର ମୋହନ ସ୍ୱୟଂ ଶାସିତ କଲେଜର କର୍ମଚାରୀ ମାନେ ଏହି ବୈଠକରେ ଯୋଗ ଦେଇଥିଲେ |

0
0
0
s2sdefault