ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଓ ବିଧାୟିକା ବର୍ଷାରାଣୀଙ୍କର ଝାରବନ୍ଧ ଗସ୍ତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଚକ୍ଷୁ ଚିକିତ୍ସା ଶିବିର ଓ ସ୍କୁଲର ବାର୍ଷିକ ଉତ୍ସବ ରେ କଲେ ଯୋଗଦାନ

ବରଗଡ଼ :- ଆଜି ରାଜ୍ୟ ସରକାର ଙ୍କର ଯୋଜନା ଓ ସମନ୍ୱୟ ମନ୍ତ୍ରୀ ଶ୍ରୀ ରାଜେନ୍ଦ୍ର ଢୋଲକିଆ , ପଦ୍ମପୁର ନିର୍ବାଚନ ମଣ୍ଡଳୀର ନବନିର୍ବାଚିତ ବିଧାୟିକା ବର୍ଷାରାଣୀ ସିଂ ବରିହା ,ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ର ଝାରବନ୍ଧ ଠାରେ ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ । କୋକିଲାବେନ ରସିକଲାଲ ଚାରିଟେବଲ ଟ୍ରଷ୍ଟ ଖରିଆର ରୋଡ଼ ଓ ସମ୍ବଲପୁର ର ଶଙ୍କର ନେତ୍ରାଳୟ ସୌଜନ୍ୟ ରେ ଝାରବନ୍ଧ ଠାରେ ଅୟୋଜିତ ମେଗା ଚକ୍ଷୁ ଟିକିତ୍ସା ଶିବିର ରେ ମନ୍ତ୍ରୀ ଶ୍ରୀ ଢୋଲକିଆ ମୁଖ୍ୟ ଅତିଥି ଓ ବିଧାୟିକା ବର୍ଷା ସିଂ ବରିହା ତଥା ପୂର୍ବତନ ପ୍ରଶାସନିକ ଅଧିକାରୀ ତଥା ବିଜୁ ଜନତା ଦଳର ମୁଖପାତ୍ର ଶ୍ରୀ ମହେନ୍ଦ୍ର ବଢ଼େଇ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ଖରିଆର ରୋଡ଼ ର କୋକିଲାବେନ ରସିକଲାଲ ଟ୍ରଷ୍ଟ ଗତ କିଛିଦିନ ପୂର୍ବରୁ ମଧ୍ୟ ଝାରବନ୍ଧ ଅଂଚଳରେ ଆହୁରି ଦୁଇ ଗୋଟି ଚକ୍ଷୁ ଚିକିତ୍ସା ଶିବିରର ଆୟୋଜନ କରି ସାରିଛି । ରୋଗୀ ମାନଙ୍କୁ ପରୀକ୍ଷା କରାଯିବା ପରେ ଔଷଧ , ଚଷମା ଆଦି ପ୍ରଦାନ କରାଯିବା ସହିତ , ମୋତିଆ ବିନ୍ଦୁ ରୋଗୀ ମାନଙ୍କ ଅପରେସନ ମଧ୍ୟ ଟ୍ରଷ୍ଟ ତରଫରୁ ମାଗଣା ରେ କରାଯାଉଛି । ମନ୍ତ୍ରୀ ଶ୍ରୀ ଢୋଲକିଆ ଓ ବିଧାୟିକା ବର୍ଷା ଶିବିର କୁ ବୁଲି ଦେଖିବା ସହିତ ଶ୍ରୀ ଢୋଲକିଆ ଏହି ଶିବିରର ବାବଦରେ ବିଧାୟିକାଙ୍କୁ ଅନେକ କିଛି ତଥ୍ୟ ପ୍ରଦାନ କରିଥିଲେ ।
ଏହାପରେ ମନ୍ତ୍ରୀ ଓ ବିଧାୟିକା ଙ୍କୁ ଝାରବନ୍ଧ ମୁଖ୍ୟ ଛକ ଠାରେ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହାପରେ ମାନ୍ୟବର ମନ୍ତ୍ରୀ ତଥା ବିଧାୟିକା ଝାରବନ୍ଧ ପଞ୍ଚାୟତ ହାଇ ସ୍କୁଲର ବାର୍ଷିକ ଉତ୍ସବ ରେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ମାନଙ୍କରେ ବ୍ଲକ ଅଧ୍ୟକ୍ଷା ଲିପ୍ସା ପ୍ରଧାନ , ଜିଲ୍ଲା ପରିଷଦ ସଭ୍ୟ ସୁଶୀଲ ମାରି , ସନ୍ତୋଷ ବେହେରା ବିଜୁ ଜନତା ଦଳ ବ୍ଲକ ସଭାପତି ଶ୍ରୀ ଯତୀନ ହାତୀ , ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀ ବିଜୟ କେତନ ପ୍ରଧାନ , ଶ୍ରୀ ନରେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ |

0
0
0
s2sdefault