ଭୁବନେଶ୍ବର(ଶାସକ ପ୍ରଶାସକ): ଓଡ଼ିଶା କୃଷି ଶିଳ୍ପ ନିଗମ ତରଫରୁ ସ୍ଥାନୀୟ କୃଷି ଭବନ ପ୍ରେକ୍ଷlଲୟରେ ରାଜ୍ୟର ଶିକ୍ଷିତ ଯୁବକ ମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ତାଲିମ କାର୍ଯ୍ୟକ୍ରମରେ ରାଜ୍ୟ କୃଷି ଶିଳ୍ପ ନିଗମର ଅଧକ୍ଷ ଶ୍ରୀ ଦେବାଶିଷ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଉପାଧ୍ୟକ୍ଷ ଡା. ସନ୍ତୋଷ କୁମାର ବେଜ୍ ଓ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା ଯୋଗ ଦେଇଥିଲେ । କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦେଶକତଥା କୃଷି ଶିଳ୍ପ ନିଗମ ର ପରିଚାଳନା ନିର୍ଦେଶକ ଶ୍ରୀ ପ୍ରେମ ଚନ୍ଦ୍ର ଚୌଧରୀଙ୍କ ପୌରହିତରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।
ରାଜ୍ୟର ବିଭିନ୍ନ ଉପାନ୍ତ ଅଞ୍ଚଳରୁ ୧୮୦ ଜଣ ଶିକ୍ଷିତ ବେକାରୀ ଯୁବକ ମାନଙ୍କୁ ପର୍ଯ୍ୟାୟ କ୍ରମେ ରାଜ୍ୟ ସରକାରଙ୍କର ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ମାଧ୍ୟମରେ ଚାଷୀ ମାନଙ୍କୁ ଯୋଗାଇ ଦିଆଯାଇଥିବା ଟ୍ରାକ୍ଟର, ପାୱାରଟିଲର, ପମ୍ପ ସେଟ୍, ଧାନ କଟା ଯନ୍ତ୍ର (Reaper) ଯନ୍ତ୍ର ଚାଳିତ ଘାସ ବଛା ଯନ୍ତ୍ର ଓ ଅନ୍ୟାନ୍ୟ କୃଷି ଉପକରଣ ମାନଙ୍କର ମରାମତି ତଥା ରକ୍ଷଣ ବେକ୍ଷଣ ପାଇଁ ନିଗମ ର ସାମାଜିକ ଦାୟିତ୍ଵ ବିନିଯୋଗ ପାଣ୍ଠିରୁ ମାଗଣାରେ ୧୨ ଦିବସୀୟ ଦକ୍ଷତା କୃଷି ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା।
ଗତ ଆର୍ଥିକ ବର୍ଷ ରେ ନିଗମ ତରଫରୁ ଏହି କ୍ରମରେ ୧୨୦ ଜଣ ବେକାରୀ ଶିକ୍ଷିତ ଯୁବକ ମାନଙ୍କୁ କାମକୋ, କିର୍ଲୋସ୍କର୍, ହୋଣ୍ଡା, ଭିଏସ୍ଟି କମ୍ପାନୀ ମାନଙ୍କ ସହଭାଗିତାରେ ତାଲିମ୍ ପ୍ରଦାନ କରାଯାଇଥିଲା, ସେଥି ମଧ୍ୟରୁ ଅନେକ ତାଲିମ୍ ପ୍ରାପ୍ତ ଶିକ୍ଷିତ ଯୁବକ ବିଭିନ୍ନ ଶିଳ୍ପାନୁଷ୍ଠାନରେ କର୍ମସଂସ୍ଥାନ ପାଇବାରେ ସକ୍ଷମ ହୋଇଛନ୍ତି। ଏହା ସହ ଅନେକ ତାଲିମ୍ ପ୍ରାପ୍ତ ଯୁବକ ଗାଁ ଗହଳିରେ କୃଷି ଯନ୍ତ୍ର ପାତିର ମରାମତି କାର୍ଯ୍ୟ ହାତକୁ ନେଇ ସ୍ବାବଲମ୍ବୀ ହେବାରେ ସକ୍ଷମ ହୋଇଛନ୍ତି।
ଓଡ଼ିଶା କୃଷି ଶିଳ୍ପ ନିଗମ ଗତ ୧୯୬୨ ମସିହା ରୁ ରାଜ୍ୟ ର କୃଷକ ମାନଙ୍କୁ ସାର, କୀଟନାଶକ ଔଷଧ, ଟ୍ରାକ୍ଟର, ପାୱାର ଟିଲର ଓ କୃଷିଯନ୍ତ୍ରପାତି ସରକାରଙ୍କର ସ୍ଥିରୀକୃତ ରିହାତି ମୁଲ୍ୟରେ ଓଡ଼ିଶାର ସମସ୍ତ ଜିଲ୍ଲାରେ ଯୋଗାଇ ଦେଇଆସୁଅଛି।
ରାଜ୍ୟରେଜଳସେଚନରଅଭିବୃଦ୍ଧି ନିମନ୍ତେ ସରକାରଙ୍କ ପ୍ରଚଳିତ ଜଳନିଧି -୨ ଓ ବିଜୁ କୃଷକ ବିକାଶ ଯୋଜନା ନିଗମ ଜରିଆରେ ଚାଷୀ ମାନଙ୍କ ପାଇଁ ଉଠାଜଳ ସେଚନ ପ୍ରକଳ୍ପ ବିଗତ ୨୦୧୪-୧୫ ଆର୍ଥିକ ବର୍ଷ ଠାରୁ ବହୁଳ ମାତ୍ରାରେ ପ୍ରତିଷ୍ଠା କରି ଚାଷୀ ମାନଙ୍କ ଅତିମାତ୍ରାରେ ଆଦୃତ ହୋଇ ପାରିଛି। ଏହି ନିଗମ ନିଜସ୍ଵକାରଖାନାରଉତ୍ପାଦିତସୁରଭିମାର୍କାର ପଶୁ ଆହାର (Cattle Feed) ଉତ୍ପାଦନ ଓ ବିକ୍ରୟ କରିଆସୁଅଛି। ରାଜ୍ୟର ବ୍ଲକ ସ୍ତରରେ ଅନୁବନ୍ଧିତ ଡିଲରଙ୍କଜରିଆରେ ସୁରଭି ବିକ୍ରୟ କେନ୍ଦ୍ରମାନ ଖୋଲି ସାର, କୀଟନାଶକ, ପାୱାର ଟିଲର୍ ଓ କୃଷି ଯନ୍ତ୍ରପାତି ଚାଷୀଙ୍କ ନିକଟରେ ଉପଲବ୍ଧ କରାଇବାରେ ସକ୍ଷମ ହୋଇଛି l ଚଳିତ ଆର୍ଥିକ ବର୍ଷରେ ଜଳନିଧି-୨ ଯୋଜନା ମାଧ୍ୟମରେ ନିଗମ ୧୫୦୦୦ ହେକ୍ଟର ଜମିକୁ ଉଠା ଜଳସେଚନ ପ୍ରକଳ୍ପ ଜରିଆରେ ଜଳସେଚିତ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଅଛି l ନିଗମର ପରିଚାଳନା ନିର୍ଦ୍ଦେଶକଙ୍କ ପ୍ରତ୍ୟକ୍ଷତତ୍ୱବ୍ୟବଧାନପରିଚାଳନାରେପ୍ରକଳ୍ପ ଗୁଡ଼ିକୁ ସ୍ୱଛ ବେଗଶିଳ କରିବା ପାଇଁ ନୂତନ ସୂଚନା ପ୍ରଯୁକ୍ତି, ବିଜ୍ଞାନର ଉପଯୋଗ ସହ ଏକ ବାସ୍ତବ ପ୍ରୟୋଗ ନୀତି ପ୍ରଣୟନ କରାଯାଇଛି।
ଗତ ୫ ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କୁ ୧୫.୧୩ କୋଟି ଲାଭାଂଶ (dividend) ପ୍ରଦାନ କରିଅଛି। ଓଡ଼ିଶା କୃଷି ଶିଳ୍ପ ନିଗମ 5Tମନ୍ତ୍ର ରେ ଦୀକ୍ଷିତ ହୋଇ ରାଜ୍ୟ ରେ କୃଷି ଓ କୃଷକ ସସକ୍ତି କରଣ ନିମନ୍ତେ ସରକାର ଙ୍କ ର ଯୋଜନା ମାଧ୍ୟମରେ ଏକ ଅଗ୍ରଦୂତ ସାଜିଅଛି। ତେଣୁ ଆମ୍ଭ ନିଗମ ତାର ସାମାଜିକ ଦାୟିତ୍ଵବୋଧନିଭେଇବାପାଇଁଏହିପ୍ରଶିକ୍ଷଣ ବା ତାଲିମ କାର୍ଯ୍ୟକ୍ରମ CSR ପାଣ୍ଠି ବିନିଯୋଗ କରି ସାକାର କରିବା ପାଇଁ ଆଗେଇ ଆସିଛି।
ନିଗମ କୋଭିଡ ମହାମାରୀ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି କୁ ୩୦ ଲକ୍ଷ ଟଙ୍କା ଓ OSDMA କୁ 1 କୋଟି ଟଙ୍କା ପ୍ରଦାନ କରିଛନ୍ତି ଏବଂ ଅତୀତ ରେ ପ୍ରାକୃତିକ ଦୁର୍ବିପାକ (ଫନି) ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି କୁ 1 କୋଟି ଟଙ୍କା ପ୍ରଦାନ କରାଯାଇଥିଲା।
ଆଜିକାର କାର୍ଯ୍ୟକ୍ରମ ରେ ସାଧାରଣ ପରିଚାଳିକା ପ୍ରଶାସକ, ଶ୍ରୀମତୀ ସରିତା ଧନୱାର, କମ୍ପାନୀ ସେକ୍ରେଟାରୀ ଶ୍ରୀ ବାଙ୍କ ବିହାରୀ ପ୍ରଧାନ, ଉପ-ପରିଚାଳକ, ଡା. ଆଲୋକ ଅଧିକାରୀ, ଶ୍ରୀ ଲଳିତ ମୋହନ ଜେନା,ରଶ୍ମିତା ଗଡନାୟକ,ଶ୍ରୀ ରମେଶ ଚନ୍ଦ୍ର ସ୍ୱାଇଁ, ଶ୍ରୀ ଦିଲ୍ଲୀପ କୁମାର ମହାନ୍ତି ଏବଂ ଅନ୍ୟାନ୍ୟଓଡ଼ିଶା କୃଷି ଶିଳ୍ପ ନିଗମ ରସମସ୍ତ କର୍ମଚାରୀ ସହଯୋଗ କରିଥିଲେ।ପରିଶେଷରେ ଓଡ଼ିଶା କୃଷି ଶିଳ୍ପ ନିଗମର ଉପାଧ୍ୟକ୍ଷ ଡା. ସନ୍ତୋଷ କୁମାର ବେଜ୍ ଧନ୍ୟବାଦ ଅର୍ପଣ କରିବା ସହ ତାଲିମ ଶିବିରର ସଫଳତା କାମନା କରିଥିଲେ ।
ରାଜ୍ୟ
ଓଡ଼ିଶା କୃଷି ଶିଳ୍ପ ନିଗମ ତରଫରୁ ରାଜ୍ୟର ଶିକ୍ଷିତ ଯୁବକ ମାନଙ୍କ ଦକ୍ଷତା ବୃଦ୍ଧି ତlଳିମ କାର୍ଯ୍ୟକ୍ରମ
- Hits: 423