ଶିକରପାଇ ରେଳ ଷ୍ଟେସନରେ ହୀରଖଣ୍ଡ ଟ୍ରେନ ରହଣି ପାଇଁ ରେଳବାଇ ଜେନେରାଲ ମ୍ୟାନେଜରଙ୍କୁ ଲିଖିତ ଅଭିଯୋଗ ପତ୍ର ଦେଲେ ବିଜେପି କର୍ମୀ।

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

କଲ୍ୟାଣସିଂହପୁର ରୁ ପ୍ରଦୀପ ଦଲାଇ// ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତରେ ଥିବା ମଣ୍ଡଳସ୍ତରୀୟ ବିଜେପି କର୍ମୀ ଆଜି ରେଳବାଇ ଜେନେରାଲ ମ୍ୟାନେଜର ଆର ଏନ ଶୁଙ୍କରଙ୍କୁ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ଆଜି ଖ ଜୋନ ର ବିଜେପି ଦଳର ଯୁବ ମୋର୍ଚ୍ଚାର ସଭାପତି ଦିଲ୍ଲୀପ ମିଣିୟାକାଙ୍କ ନେତୃତ୍ୱରେ ଏକ ଦଳ ବାହାରି ରାୟଗଡାରେ ପହଞ୍ଚି ରେଳବାଇ ଡ଼ିଆରେଏମ ଅନୁପ ଶତପଥୀ ଓ ଜେନେରାଲ ମ୍ୟାନେଜର ଆର ଏନ ଶୁନକରଙ୍କୁ ଶିକରପାଇ ରେଳ ଷ୍ଟେସନରେ ହୀରଖଣ୍ଡ ଟ୍ରେନ ରହଣି ପାଇଁ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ ।
ଉକ୍ତ ପତ୍ରରେ କରୋନା ପୂର୍ବରୁ ଟ୍ରେନ ଗୁଡିକ ରହୁଥିଲା । ତାହା କରୋନା ପାଇଁ ବନ୍ଦ କରି ଦିଆଯାଇଛି । ଏହି ଷ୍ଟେସନ ଉପରେ ୩ଟି ବ୍ଲକ,୨୧ଟି ଗ୍ରାମପଞ୍ଚାୟତ ରୁ ପ୍ରାୟ ୩ଲକ୍ଷ ରୁ ଅଧିକ ଲୋକ ନିର୍ଭର କରୁଛନ୍ତି । ଏହି ଅଞ୍ଚଳରେ ବ୍ୟବସାୟି ଗୁଡିକ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା, ପିଲାଙ୍କ ଶିକ୍ଷା କ୍ଷେତ୍ରରେ ଘୋର ଅସୁବିଧା ହେଉଛି। କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀ ମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡିଛି । ଆମ ଅଞ୍ଚଳରେ ଓଡ଼ିଶା ପ୍ରସିଦ୍ଧ ପର୍ୟ୍ୟଟନସ୍ଥଳୀ ଦେବଗିରି ଶିବ ମନ୍ଦିର ଓ ରାଇଲିମା ଜଳପ୍ରପାତ ରହିଛି । ଏହା ପୂର୍ବରୁ ଜୁନ ୧୬ ତାରିଖ ବିଶାଖାପାଟଣାମର ଡି. ଆର. ଏମ୍ ଙ୍କୁ ସାକ୍ଷାତ କରି ଲିଖିତ ଦେଇଥିଲେ । ବର୍ତ୍ତମାନ କରୋନା ସ୍ଥିତି ସୁଧୁରିବା ସହ ସ୍ୱାଭାବିକ ହେବା ପରେ ରେଳ ଚଳାଚଳ ସ୍ବାଭାବିକ ହେଇଛି । ତେଣୁ ଶିକରପାଇ ରେଳ ଷ୍ଟେସନରେ ହୀରଖଣ୍ଡ ଏକ୍ସପ୍ରେସ ରହଣୀ ପାଇଁ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ସମୟରେ ମଣ୍ଡଳ ସଭାପତି ମନୋଜ କୁମାର ସେଠୀ, ସାଧାରଣ ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ପଟେଲ, ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ଗଙ୍ଗା ରାଓ ପ୍ରାସ୍କା, କେନ୍ଦ୍ର ସଂଯୋଜକ ହଳଧର ମିଶ୍ର ଓ ବିଜେପି ଦଳୀୟ କର୍ମୀ ଉପସ୍ଥିତ ରହିଥିଲେ ।

0
0
0
s2sdefault