କାଶୀପୁର /ପୋଡାପାଡ଼ି ରୁ ବୈକୁଣ୍ଠ ଦୁରିଆ: ରାୟଗଡା ସ୍ଥିତ ଆଞ୍ଚଳିକ ଶିଳ୍ପ କେନ୍ଦ୍ର ତରଫରୁ କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ପୋଡ଼ାପାଡି ଗ୍ରାମ ପଞ୍ଚାୟତ ରାଜୀବ ଗାନ୍ଧି ସେବା କେନ୍ଦ୍ରସଭା ଗୃହରେ ଏକ ଉଦ୍ୟୋଗ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି |
ସ୍ଥାନୀୟ ଶିଳ୍ପ ବିକାଶ ଅଧିକାରୀ ଶ୍ରୀ ଚିତ୍ତ ରଞ୍ଜନ ମଲ୍ଲିକ ଏଥିରେ ଅଧ୍ୟକ୍ଷତା କରି ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ ବିଭାଗ ତରଫରୁ ପ୍ରଚଳିତ ବିଭିନ୍ନ ଆତ୍ମ ନିଯୁକ୍ତି ରୋଜଗାର ସ୍ଥଳେ ଓ ଖାଦ୍ୟ ପ୍ରକ୍ରିୟା କରଣ ଶିଳ୍ପ ଦ୍ୟୋଗ ଗୁଡିକ ସମନ୍ଧ ରେ ଆଲୋକ ପାତ କରିଥଲେ | pmegp pmfme msme ଋଣ ମାଧ୍ୟମ ରେ କିପରି ଜଣେ ନିଜେ ସ୍ବାବଲମ୍ବୀ ହେବା ସଙ୍ଗେ ସଙ୍ଗେ ଅନ୍ୟ ମାନଙ୍କ ନିମନ୍ତେ ମଧ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି କରି ପାରିବେ ସେ ବିଷୟରେ ଆଲୋଚନା କରିଥଲେ |
DRP ଶ୍ରୀ ସୁନିଲ କୁମାର ପ୍ରଧାନ ଖାଦ୍ୟ ପ୍ରକ୍ରିୟା କରଣ ଉଦ୍ୟୋଗ ଗୁଡ଼ିକରେ ସମ୍ଭାବନା ସମନ୍ଧରେ ବକ୍ତବ୍ୟ ରଖିଥିଲେ |
ଜିଲ୍ଲା ନିବେଶ ବିକାଶ ସଂସ୍ଥା ର ଅଧିକାରୀ ଶ୍ରୀ ଲକ୍ଷ୍ମୀ କାନ୍ତ ଜେନା ସରକାର ଙ୍କ ବିଭିନ୍ନ ଭିତ୍ତି ଭୂମି ସହାୟତାରେ ନିଜ ସଂସ୍ଥା ରଯୋଗ ଦାନ ବିଷୟରେ ବିଶଦ ଆଲୋଚନା କରିଥଲେ |
ଟିକିରି ଷ୍ଟେଟ ବ୍ୟାଙ୍କ ପରିଚାଳକ ଶ୍ରୀ ଦୀପକ ରାଜ ବେହେରା ଋଣ ଯୋଗାଣ ରେ ସହାୟତା ନିମନ୍ତେ ପ୍ରତି ଶ୍ରୁତି ଦେଇଥିଲେ ଏମ ବି କେ ଶ୍ରୀମତି ସବିତା ରାଣୀ ପାତ୍ର ସଭା ପରିଚାଳନା ରେ ସହାୟତା କରିଥଲେ |
ସଫଳ ଉଦ୍ୟୋଗୀ ଶ୍ରୀ ଚନ୍ଦ୍ର ଶେଖର ପାତ୍ର ଓ ଶ୍ରୀ ଶିବ ଶଙ୍କର ବାଘ ନିଜ ନିଜର ଅଭି ଜ୍ଞତା ଓ ଆଞ୍ଚଳିକ ଶିଳ୍ପ କେନ୍ଦ୍ର ସହାୟତା ର ଅନୁଭୂତି ବଖାଣି ଥିଲେ ଆଜିର ଏହି ଶିବିରରେ ଆଠ ଗୋଟି ସୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ଓ ସ୍ଥାନୀୟ ଯୁବ ଗୋଷ୍ଠୀ ର ପ୍ରାୟ ସତୁରି ଜଣ ଅଂଶ ଗ୍ରହଣ କରିଥିଲେ |
ରାଜ୍ୟ
ପୋଡ଼ାପାଡି ଠାରେ ଶିଳ୍ପଦ୍ୟୋଗୀ ସଚେତନତା ଶିବିର
- Hits: 271