ପାଟଣାଗଡ଼ର ପାତଳଘଣ୍ଟା ଚାଷୀ ଅଭାବୀ ବିକ୍ରିର ଶିକାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ) - ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଅଞ୍ଚଳର ପାତଳାଘଣ୍ଟା ଚାଷୀଙ୍କୁ ଅଭାବୀ ବିକ୍ରିର ଚିନ୍ତା ଘାରିଛି । ଉକ୍ତ ଅଞ୍ଚଳର ଘୁଚାପାଲି କଦଲିମୁଣ୍ଡା ଓ ସେମେଲମୁଣ୍ଡା ଆଦି ଗାଁରେ ହଜାର ହଜାର ହେକ୍ଟର ଚାଷ ଜମିରେ ପାତଳଘଣ୍ଟା ଚାଷ ହୋଇଥିବାବେଳେ ପ୍ରତିଦିନ ୫୦୦ରୁ ୬୦୦ କ୍ରେଟ ପାତଳଘଣ୍ଟା ବାହାରୁଛି । ହେଲେ ବିକ୍ରି କରିବା ପାଇଁ ଆବଶ୍ୟକ ବଜାର ବ୍ୟବସ୍ଥା ନଥିବାରୁ ଚାଷୀ କିଲୋପ୍ରତି ୨ରୁ ୩ଟଙ୍କା ଦରରେ ଦଲାଲ ହାତରେ ଟେକୁଛନ୍ତି । ଅଧିକାଂଶ ଚାଷୀ ପାତଳଘଣ୍ଟା ବିକ୍ରି କରି ପାରୁନଥିବାରୁ ତାହା ଚାଷ ଜମିରେ ପଡ଼ି ରହୁଛି । ଘୁଚାପାଲି ଗାଁର ଭକ୍ତ ଧାରୁଆ ଓ ଦମୟନ୍ତୀ ଧରୁଆ ପ୍ରାୟ ୩ ଏକର ଜମିରେ ପାତଲଘଣ୍ଟା ଚାଷ କରି ୮୦ ହଜାର ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ମୂଳ ବି ବାହାରିବା କଷ୍ଟ ବୋଲି କହିଛନ୍ତି । ସେହିପରି ସେମେଲ ମୁଣ୍ଡା ଗାଁର ନୀଳଞ୍ଚଳ ସାହୁ ୬ ଏକର ଚାଷ ଜମିରେ ପାତଲଘଣ୍ଟା ଚାଷ କରି ହାରାହାରି ୩ଲକ୍ଷ ଟଙ୍କା ଖର୍ଚ୍ଚ କରି ଏବେ ହତାଶ ହୋଇ ପଡ଼ିଛନ୍ତି । ଏଭଳି ସ୍ଥିତିରେ କରଜ କରି ଚାଷ କରିଥିବା ଚାଷୀ କେମିତି ସାହୁକାର ଋଣ ସୁଝିବେ ସେନେଇ ଚିନ୍ତାରେ ପଡ଼ିଛନ୍ତି । ଉକ୍ତ ଅଞ୍ଚଳରେ ରାଜ୍ୟ ସରକାରଙ୍କ ଶୀତଳ ଭଣ୍ଡାର ନଥିବାରୁ ଚାଷୀମାନେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ସରକାର ଅଞ୍ଚଳରେ ଗୋଟିଏ ଶୀତଳ ଭଣ୍ଡାର ଯୋଗାଇ ଦେଲେ ଚାଷୀମାନେ ଉପକୃତ ହେବେ ବୋଲି କହିବା ସହ ଅଭାବି ବିକ୍ରିର ଶିକାର ହେବେନି ବୋଲି କହିଛନ୍ତି ।

0
0
0
s2sdefault