ପାଇକମାଳ ସରକାରୀ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ସମାରୋହ ଉଦଯାପିତ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଶିକ୍ଷା ସହିତ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଖେଳକୂଦ ମଧ୍ୟ ଆବଶ୍ୟକ :- ମନ୍ତ୍ରୀ ଢୋଲକିଆ

ମାଁ ଓ ଶିକ୍ଷକ ମାନେ ଦେଶର ଭବିଷ୍ୟତ ନିର୍ମାତା :- ସୁଶାନ୍ତ ସିଂ

5 T ରୂପନ୍ତରିକରଣ ସ୍କୁଲ ମାନଙ୍କରେ ଅଭୂତପୂର୍ବ ପରିବର୍ତ୍ତନ ଆଣିଦେଇଛି :- ବର୍ଷା ସିଂ ବରିହା


ରଗଡ :- ପାଇକମାଳ ସରକାରୀ ଉଚ୍ଚ ବିଦ୍ୟାଳୟର ସଭା ମଣ୍ତପ ଠାରେ ଦୁଇ ଦିନ ଧରି ଚାଲୁ ଥିବା ହୀରକ ଜୟନ୍ତୀ ସମାରୋହ ବୁଧବାର ଉଦଯାପିତ ହୋଇଯାଇଛି । ଉଦଯାପିନୀ ସଂନ୍ଧ୍ୟରେ ହୀରକ ଜୟନ୍ତି କମିଟ ସଭାପତି ଅନିଲ କାଲିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅତିଥି ପରିଚୟ ସହ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ ଯୋଜନା ଓ ସମନୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ଯୋଗଦେଇ ପ୍ରତ୍ୟେକ ସ୍କୁଲ ର ବିକାଶ ପାଇଁ ସରକାର ଙ୍କର ପ୍ରତିବଦ୍ଧତା କୁ ଵ୍ୟାଖ୍ୟାନ କରିବା ସହିତ ପାଠ ପଢା ସହିତ ଛାତ୍ରଛାତ୍ରୀ ମାନେ ଖେଳକୁଦ ପ୍ରତି ଆଗ୍ରହୀ ହେବାକୁ ପରାମର୍ଶ ଦେବା ସହିତ ରାଜ୍ୟ ସରକାର ବର୍ତ୍ତମାନ ଖେଳ ର ବିକାଶ ପାଇଁ କେମିତି ପଦକ୍ଷେପ ନେଉଛନ୍ତି ସେ ନେଇ ବକ୍ତବ୍ୟ ପ୍ରଦାନ କରିଥିଲେ ।
ସମ୍ମାନିତ ଅତିଥି ଭାବେ ରେ ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂ ନିଜର ବକ୍ତବ୍ୟରେ , ଥମାସ ଆଳଭା ଏଡିସନ ଓ ଛତ୍ରପତି ଶିବାଜୀ ମହାରାଜ ଙ୍କର ଗୁରୁ ତଥା ତାଙ୍କର ମାଁ ଙ୍କର ଉଦାହରଣ ଦେଇ କହିଥଲେ ଯେ ଶିକ୍ଷା ର ବିକାଶ ହିଁ ଦେଶର ଉନ୍ନତି ର କାରଣ , ଯେଉଁ ଦେଶ ଯେତେ ଶିକ୍ଷିତ ସେହି ଦେଶର ସେତେ ବିକାଶ ହୋଇଛି , ଅଭିଭାବକ ଓ ଶିକ୍ଷକ ମାନେ ସବୁବେଳେ ଛୁଆ ମାନଙ୍କୁ ଉତ୍ସାହିତ କରିବାର ଆବଶ୍ୟକତା ରହିଛି । ଗୋଟିଏ ଛୁଆ ତାର ବାଲ୍ୟକାଳ ରେ ଅଧିକାଂଶ ସମୟ ସ୍କୁଲରେ ରହିଥାଏ ସେହି ଭଳି ପ୍ରତ୍ୟେକ ଶିକ୍ଷକ ନିଜର ଛାତ୍ରଛାତ୍ରୀ ମାନଙ୍କୁ ନିଜର ଛୁଆ ଭଳି ଭାବିଥାନ୍ତି । ଗୁରୁ ଓ ଶିଷ୍ୟ ମଧ୍ୟରେ ଏକ ନିବିଡ଼ ସମ୍ପର୍କ ରହିବା ଆବଶ୍ୟକ । ଏହି ସମାରୋହ ରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ନବନିର୍ବାଚିତ ବିଧାୟିକା ବର୍ଷା ରଣୀ ସିଂ ବରିହା ନିଜର ଉଦ୍ବୋଧନ ଦେଇ କହିଥିଲେ ଯେ 5 T ରୂପନ୍ତରିକରଣ ଶିକ୍ଷା ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ଆଣିଛି । ଏହି ସ୍କୁଲରୁ ପାଠ ପଢି ଦେଶ ବିଦେଶ ରେ ନିଜର ଅଞ୍ଚଳ ର ଖ୍ୟାତି ବିସ୍ତାର କରିଥିବା ସମସ୍ତ ପୂର୍ବତନ ଛାତ୍ରଛାତ୍ରୀ , ଶିକ୍ଷକ ମାନଙ୍କୁ ଧନ୍ୟବାଦ ଜଣାଇବା ସହିତ ପାଠ ପଢ଼ୁଥିବା ସମସ୍ତ ଛାତ୍ରଛାତ୍ରୀ ମାଙ୍କର ଉଜ୍ବଳ ଭବିଷ୍ୟତ କାମନା କରିଥିଲେ । , ଜିଲ୍ଲା ଶିକ୍ଷା ଅଧିକାରୀ ମିତ୍ରଭାନୁ କଶ୍ଚ୍ୟପ, ପାଇକମାଳ ବ୍ଲକ୍  ଅଧ୍ୟକ୍ଷା ଭାବନା ସିଂ, ଆଲୁମିନ କମିଟ ସମ୍ପାଦକ ପ୍ରଫୁଲ୍ଲ କୁମାର ପାଣିଗ୍ରାହୀ ଯୋଗଦାନ କରିଥିଲେ । ତ୍ରିଲୋଚନ ନାୟକ, ମହାଦେବ ବେହେରା, ଡୋଲାମଣୀ ମହାର ସମସ୍ତ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ । ପୁରାତନ ଛାତ୍ର ବିନୋଦ କୁମାର କାଳିଆ, କୁସୁମ କୁମାର ରାଓ, ନିମାଇଁ ଚରଣ ସ୍ୱାଇଁ, ଅଶୋକ କୁମାର ସାହୁ, ସନ୍ତୋଷ କୁମାର ପାଣିଗ୍ରାହୀ, ସୁଶୀଲ କୁମାର ଅଗ୍ରୱାଲ, ଅଶ୍ୱିନୀ ଦାସ, ନରେଶ ଅଗ୍ରୱାଲ, ବିକି ଅଗ୍ରୱାଲ, ଶର୍ମା ତାଣ୍ତି, ସୁରେଶ କାଲିଅ, କମଲ ପଟେଲ ଓ ସୁବାସ ଚନ୍ଦ୍ର ସାହୁ ପ୍ରମୁଖ ବିଭିନ୍ନ କାଯ୍ୟରେ ସହଯୋଗ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦ୍ବାଦଶ ପ୍ରଧାନ ଧନ୍ୟବାଦ ଦେଇଥିଲେ । ପୁରାତନ ଛାତ୍ରଛାତ୍ରୀମାନେ ସଂଗୀତ, ନୃତ୍ୟ ଓ ବିଭିନ୍ମ ସାଂସୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।
ବୁଧବାର ପୂର୍ବାହ୍ନରେ ଜାତୀୟ ଶିକ୍ଷାନିତି ୨୦୨୦ ଉପରେ ଆଲୋଚନ ଚକ୍ର ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନ ଚକ୍ର ରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦ୍ବାଦଶ ପ୍ରଧାନ, ପାଇକମାଳ ବିଇଓ ଚୁଡାମଣୀ ବାରିକ, ବରଗଡ ଡାଏଟର ସସ୍ମିତା ସାହୁ ଯୋଗଦାନ କରିଥିଲେ । ଏହି ବିଦ୍ୟାଳୟର ପୂର୍ବତନ ଶିକ୍ଷକମାନଙ୍କୁ ସମ୍ମାନିତ କରାଯାଇ ଥିଲା । ବିଭିନ୍ନ ବ୍ୟାଚର ପୁରାତନ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ କରାଯାଇ ଥିଲା ।

0
0
0
s2sdefault