ଖୋଲିଲା ଅପହରଣର ଗୁମର :ୠଣ ଯନ୍ତାରୁ ମୁକୁଳିବାକୁ ରଚିଥିଲା ଚକ୍ରାନ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ଅପହରଣ ପ୍ରତିବଦଳରେ ଅମ୍ରିତର ବାପାଙ୍କ ଠାରୁ ୧୦ଲକ୍ଷ୍ୟ ଟଙ୍କା ପାଇବାକୁ କରିଥିଲେ ମସୁଧା,

  • ଅସୁଲ ଅର୍ଥରୁ ସୁନିଲର ଭାଗ ପାଇଁ ରହିଥିଲା ସର୍ତ୍ତ,  ଅଭିଯୁକ୍ତ ଗଲେ ଜେଲ ହାଜତକୁ


ଓଡଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଥାନା କୁରାଳ ଅମ୍ରିତ ଅପହରଣ ଘଟଣା ଆଜକୁ ୭ ଦିନ ଧରି ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ବେଳେ ଗତ ରବିବାର ଦିନ କୁରାଳ ପଣ୍ଡିତ ସାହିର ଏକ ନିବୁଜ ଘର ମଧ୍ୟରୁ ଅଚାନକ ଭାବେ ଅମ୍ରିତ ଉଦ୍ଧାର ହୋଇଥିଲା । ଏବଂ ୩ ଦିନର କସରତ ପରେ ପୋଲିସ ବିଭିନ୍ନ ଉପାୟ ଅବଲମ୍ବନ କରି ଅଭିଯୁକ୍ତ ମାନଙ୍କୁ ଧରିବାରେ ସଫଳ ହୋଇଥିଲା । ବୁଧବାର ଦିନ ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଲେକ ଚନ୍ଦ୍ର ପହି ଏନେଇ ଓଡ଼ଗାଁ ଆଦର୍ଶ ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନିରେ ଯୋଗଦେଇ ଘଟଣା ସମ୍ପର୍କରେ ସମସ୍ତ ତଥ୍ୟ ପ୍ରମାଣ ସାମ୍ବାଦିକ ମାନଙ୍କ ନିକଟରେ ପ୍ରକାଶ କରି ଏହାର ଜବନିକାରେ ଅନ୍ତ ପକାଇଛନ୍ତି । ଘଟଣାରେ ସମ୍ପୃକ୍ତ ୩ ଅଭିଯୁକ୍ତ ସୁନିଲ ପାଣିଗ୍ରାହୀ(୧୯) ଓ ୨ ଭାଇ ଭକ୍ତ ଦର୍ଶନ ପଣ୍ଡା(୨୧) ଓ ସ୍ୱପ୍ନ ପ୍ରସାଦ ପଣ୍ଡା(୧୯)କୁ ଆଜି ଅପରାହ୍ନରେ କୋଟ ଚାଲାଣ କରାଯାଇଥିଲା । ସେଠାରେ ଜାମିନି ଖାରଜ ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଘଟଣା କ୍ରମରେ ସେହି ଗ୍ରାମର ୨ପଣ୍ଡା ଭାଇ ବ୍ୟବସାୟ ନିମନ୍ତେ ବ୍ୟାଙ୍କ ଏବଂ ହାତ ଉଦ୍ଧାରୀ ରୁଣକରି ନିଜ ବ୍ୟବସାୟର ଅର୍ଥରୁ ରୁଣ ପରିଶୋଧ କରି ନପାରି ଦିନକୁ ଦିନ ଦୋବାଲିଆ ସ୍ଥିତିରେ ପହଁଞ୍ଚି ଯାଇଥିଲେ । ଏବଂ ରୁଣରେ ଆଣିଥିବା ବୋଲେରୋ ପିକକପ୍ ଭ୍ୟାନ ଟିକୁ ମଧ୍ୟ ଫାଇନାନ୍ସ କମ୍ପାନୀ ଛଡ଼ାଇ ନେବାକୁ ବାରମ୍ବାର ତାଗିଦ କରିବା ଘଟଣାରେ ୨ପଣ୍ଡା ଭାଇ ଅସ୍ଥିର ହୋଇ ପଡିଥିବା ବେଳେ ଉକ୍ତ ଅର୍ଥ ସବୁକୁ ସହଜରେ ଭରଣା କରିବା ପାଇଁ ଏଭଳି ଏକ ଉପାୟ ପାଞ୍ଚିଥିଲେ । ଏବଂ ଏହି ଅପହରଣ ନାଟକ ପ୍ରସ୍ତୁତ ବେଳେ ସେମାନେ ସେହି ଗ୍ରାମର ସୁନିଲ ପାଣିଗ୍ରାହୀର ସହାୟତା ନେଇଥିଲେ । ଏବଂ ସହେଯାଗ ବଦଳରେ ମୋଟ ଅସୁଲ ଅର୍ଥରୁ ତାକୁ ନିର୍ଦ୍ଧିଷ୍ଟ ଭାଗ ମିଳିବାର ସର୍ତ୍ତ ରହିଥିଲା । ହେଲେ ଅପହରଣ ଯୋଜନାର ପ୍ରାରମ୍ଭିକ ପର୍ଯ୍ୟାୟରେ ଲକ୍ଷ୍ୟସ୍ଥଳରେ ପହଁଚିବା ପାଇଁ ସମସ୍ତ ଯୋଜନା ଗୁଡିକ ସେମାନଙ୍କୁ ସହଜ ଅନୁଭବ କରିଥିଲେ । ଏଣୁ ନିଜ ଯୋଜନାକୁ ପୂର୍ଣ୍ଣ ରୁପରେଖ ଦେବାକୁ ସେମାନେ ୩ ଦିନର ରିହଲସଲ କରିବା ପରେ ୪ର୍ଥ ଦିନ ୧୫ ତାରିଖ ଗୁରୁବାର ସନ୍ଧ୍ୟା ୭.୩୦ ସମୟରେ ଅମ୍ରିତ ଟିୟୁସନରୁ ଘରକୁ ଫେରିବା ବେଳେ ଉଠାଇ ନେଇଥିଲେ । ପରେ ତାକୁ ନେଇ ଚଣ୍ଡିଛକ ସ୍ଥିତ ଏକ ପୁରୁଣା ଓଲଡିଙ୍ଗ ଦୋକାନ ଘରେ ରଖିଥିଲେ । ଏବଂ ପରେ ବୋଲେରୋ ପିକଅପ ଗାଡ଼ିରେ ବନ୍ଧା ଯାଇଥିବା ପାଲକୁ ନାଉରିଆଗଡ ଠାରେ ଖୋଲିବା ସହିତ ଗାଡିରେ ତେଲ ପକାଇ ଅମ୍ରିତ ପାଖରେ ପହଁଚିଥିଲେ । ଏବଂ ସେଠାରେ କମ୍ରିତକୁ ରଖିବା ଅସୁରକ୍ଷିତ ମନେ କରି ନିଜ ଘରପାଖ ନିବୁଜ ଥିବା ସୁଶାନ୍ତ ପଣ୍ଡାଙ୍କ ଘରର ଭିତର ତାଲା ଭାଙ୍ଗି ସେଠାରେ ଥିବା ଏକ ରୋଷେଇ ଘର ମଧ୍ୟରେ ଅମ୍ରିତର ହାତଗୋଡ ବାନ୍ଧି ୩ଦିନ ପର୍ଯ୍ୟନ୍ତ ରଖିଥିଲେ । ଏବଂ ଛୁରି ଦେଖାଇ ଭୟଭିତ ମଧ୍ୟ କରୁଥିଲେ । ତଦନ୍ତ ବେଳେ ପୋଲିସ ଉକ୍ତ ଘରୁ ତାଲାକଟା ଯାଇଥିବା ଆରିପାତିଆ, ତାଲା, ଅମ୍ରିତକୁ ବନ୍ଧାଯାଇଥିବା ଗାମୁଛା, ବିସ୍କୁଟ ଓ ଜରି ସହିତ ୨ପଣ୍ଡା ଭାଇଙ୍କ ପଛପାଖ କୂଅରୁ ଅମ୍ରିତର ସ୍କୁଲବ୍ୟାଗ ପୋଲିସ ଉଦ୍ଧାର କରିଥିଲେ । ବିଶେଷତଃ ସାଇଁଟିଫିକ ଟିମ ତାଲା ଉପରେ ଫିଙ୍ଗର ପ୍ରିଂଟ ରହିଥିବା ଚିହ୍ନଟ କରିଥିଲେ । ରୋଷେଇ ଶାଳ ଭିତରେ ଅନ୍ୟ କୌଣସି ଉପାୟ ନପାଇ ଅମ୍ରିତ ପଡିରହିଥିବା ବେଳେ ସୁଯୋଗ ପାଇ ଖସିବାକୁ ଉଦ୍ୟମ କରି ଧରାପଡିଯିବାରୁ ତାକୁ ଛୁରିଦେଖାଇ ଭୟଭିତ କରିବା ସହିତ ଭୟରେ ପାଟି କରିବାରୁ ମୁହଁରେ ପଟି ବାନ୍ଧି ଦେଇଥିଲେ। ଏବଂ ପାଳିକରି ଜଗି ରହୁଥିବା ଅଭିଯୁକ୍ତ ମାନେ ଘରବାହାରେ ଅତି ସାଧାରଣ ଭାବରେ ବ୍ୟାଡମିଟନ ଖେଳୁଥିଲେ । ଏହି ସମୟରେ ଅମ୍ରିତର ଟିଉସନ ଶିକ୍ଷକ ବିକାଶ ସାର ସୁନିଲ ଏବଂ ସ୍ୱପ୍ନକୁ ଅମ୍ରିତ ସମ୍ପର୍କରେ ପଚାରିଥିଲେ । ସେତେବେଳେ ସେମାନେ କିଛି ଜାନନ୍ତି ନାହିଁ ବୋଲି କହିଥିଲେ । ୧୫ ତାରିଖ ଦିନ ଅପହରଣ ଘଟଣା ଶୁଣିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ମଧ୍ୟ ପରଦିନ ନୟାଗଡ଼ ବିଧାୟକ ଅରୁଣ ସାହୁ, ଜିଲ୍ଲାପରିସଦ ସଭାପତି ଦେବାଶିଷ ପଟ୍ଟନାୟକ ପିଡିତ ପରିବାରକୁ ଭେଟି ସ୍ୱାନ୍ତନା ଦେଇ ଫେରିବା ପରେ ୧୭ ତାରିଖ ସକାଳେ ନୟାଗଡ଼ ଏସପି ଅଲେଖ ଚନ୍ଦ୍ର୍ର ପହି କୁରାଳ ଯାଇ ଅମ୍ରିତର ପରିବାରକୁ ଭେଟିଥିଲେ । ଏବଂ ନୟାଗଡ଼ ଜିଲ୍ଲାର ପୋଲିସ ଅଧିକାରୀ ମାନଙ୍କୁ କେତୋଟି ଟିମରେ ଭାଗକରିବା ପରେ ସାଦାପୋଷାକ ଓ ୟୁନିଫର୍ମରେ ପଇଁତରା ମାରି କୁରାଳ ଗ୍ରାମକୁ ନାକାବନ୍ଦି କରି ରଖିଥିଲେ । ଏବଂ ନିବୁଜ ଓ ପରିତ୍ୟକ୍ତ ସମସ୍ତ ଗୃହ ଗୁଡ଼ିକୁ ସର୍ଚ୍ଚ କରାଯିବାକୁ ଶୁଣାଇ ଦେଇଥିଲେ । ଅନ୍ୟପକ୍ଷରେ ଅଭିଯୁକ୍ତ ମାନେ ଖୋଜୁଥିବା ବେନାମି ସିମକାଡ ଟିଏ ସଂଗ୍ରହ କରିପାରି ନଥିଲେ । ଏଣୁ ୧୦ଲକ୍ଷ ଟଙ୍କା ହାସଲ କରିବାର ରାସ୍ତା ବନ୍ଦ ହୋଇଯାଇଥିଲା । ଏବଂ ଅମ୍ରିତକୁ ନେଇ କୈାଣସି ଏକ ଅଜ୍ଞାତ ସ୍ଥାନରେ ଛାଡିଦେଇ ନିଜେ ଖସି ଜିବାର ଅନ୍ୟ କୈାଣଶୀ ସୁଯୋଗ ହିଁ ମିଳିନଥିଲା । ଏଣୁ ସେମାନେ ବାଧ୍ୟହୋଇ ଘରର ତାଲା ଖୋଲି ଦେଇଥିଲେ । ଅଭିଯୁକ୍ତଙ୍କ ଅନୁପସ୍ଥିତିରେ ଅମ୍ରିତ ପୁଣି ବାହାରକୁ ଆସିବାକୁ ଚେଷ୍ଟା ଆରମ୍ଭ କରିଥିଲା । ଏବଂ ସଫଳ ହୋଇଥିଲା । ଭୟରେ ପାଟି ନକରି ଗ୍ରିଲବାଟେ ହାତ ହଲାଇ ଇସାରା ଦେଇଥିଲା । ପ୍ରଥମ ଜଣେ ମହିଳା ବୁଝିପାରିନଥିବା ବେଳେ ଦିତୀୟ ମହିଳା ଜଣକ ଗ୍ରିଲ ପାଖକୁ ଯାଇ ଅମ୍ରିତକୁ ଚିହ୍ନି ଗ୍ରିଲଟି ଖୋଲି ଦେଇଥିଲେ । ମହିଳାଙ୍କ ପୁଅ ଅମ୍ରିତର ସାଙ୍ଗ ଥିବାରୁ ଚିହ୍ନିବାରେ କୈାଣସି ଅସୁବିଧା ହୋଇ ନଥିଲା । ଅମ୍ରିତକୁ ପୋଲିସ ନିଜ ହେପାଜତକୁ ନେବା ପରେ ଅଭିଯୁକ୍ତଙ୍କ ସଡ଼ଯନ୍ତ୍ରର ପର୍ଦାଫାସ ହୋଇଥିଲା । ଅମ୍ରି଼୍ରିତର ବୟାନ ଏବଂ ପୋଲିସର ତଦନ୍ତ ସମାନ ହେବା ପରେ ପୋଲିସ ଅଭିଯୁକ୍ତ ମାନଙ୍କୁ ସମସ୍ତ ପ୍ରମାଣ ସହ ଗିରଫ କରିଥିଲେ ।

0
0
0
s2sdefault