ବିଜେଡି ନେତାଙ୍କ ଘରେ ଆୟକର ଚଢ଼ାଉ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଦ୍ରକ: (ସତ୍ୟବ୍ରତ ନାୟକ): ଭଦ୍ରକ ଗୁଆମାଳ ବିଜେଡ଼ିର ପୂର୍ବତନ କୋଟିପତି ସରପଞ୍ଚଙ୍କ ଘରେ ଆୟକର ଚଡଉ । ନା ଅଛି ଖାତା ନା ଅଛି ଖତିଆନ, ଖାଲି ଚାଲିଛି ବେପାର । ଭଦ୍ରକ ଜିଲ୍ଲା ବିଜେଡିର ବହୁ ବଡ଼ ବଡ଼ିଆ ନେତାଙ୍କ ଖାସ ଲୋକ ହିସାବରେ ପ୍ରଦୀପ ପଣ୍ଡା ଜଣେ ଚର୍ଚ୍ଚିତ ଚେହେରା । ତିହିଡି ବ୍ଲକର ବିଜେଡିର କୋଟିପତି ପୂର୍ବତନ ଗୁଆମାଳ ସରପଞ୍ଚ ପ୍ରଦୀପ ପଣ୍ଡା ବେଆଇନ ଭାବରେ କୋଟି କୋଟି ଟଙ୍କାର ଆୟକର ଫାଙ୍କିବା ସହିତ ଅନେକ ଗାଡି, ମୋଟର, ଟ୍ରଲର, କୋଠା ଘର, ସିମେଣ୍ଟ, ଟାୟାର ଦୋକାନ ଓ ସୁନା ଦୋକାନ କରିବାରେ ସଫଳ ହୋଇଛନ୍ତି ।ଏତିକି ନୁହେଁ ନିର୍ବାଚନରେ ନେତାଙ୍କୁ ଫଣ୍ଡିଂ ଯୋଗାଉଥିବା ଖବର ଆୟକର ବିଭାଗ ସୂଚନା ପାଇବା ପରେ ବିଭାଗୀୟ ସ୍କାନରରେ ରହିଥିଲେ । ଆଜି ସକାଳୁ ତାଙ୍କ ଭଦ୍ରକ ଡାହାଣୀ ଗଡ଼ିଆ ଠାରେ ଥିବା ବାସଭବନ ଘରେ ଓ ଆପୋଲୋ ଟାୟାର ସୋରୁମରେ ଚଢ଼ାଉ ଚାଲିଛି । ଏହାପରେ ତାଙ୍କର କିଛି ଦୋକାନ ଓ ସୁନା ଦୋକାନକୁ ମଧ୍ୟ ବିଭାଗୀୟ ଅଧିକାରୀ ମାନେ ନଜର ରଖିଛନ୍ତି ।  ତେବେ ସରପଞ୍ଚ ଥିବାବେଳେ ପଞ୍ଚାୟତରେ ଅନେକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଥିଲା ।ତେବେ ଏହି ଚଢଉରେ ସମ୍ପୂର୍ଣ୍ଣ ସମ୍ପତ୍ତିର ଆକଳନ କେତେ କୋଟି ଟଙ୍କାର ହେବ ଓ କେଉଁ କେଉଁ ନେତା ମାନଙ୍କୁ ନିର୍ବାଚନରେ ଫଣ୍ଡିଙ୍ଗ କରିଛନ୍ତି ତାହା ପରବର୍ତ୍ତୀ ସମୟରେ ଜଣାପଡିବ । ତେବେ ଏନେଇ ଆୟକର ବିଭାଗର ଅଧିକାରୀଙ୍କୁ ପଚାରିବାରୁ ସେ କିଛି ଜାଣିନାହାନ୍ତି, ଉପରସ୍ତ ଅଧିକାରୀ ଜାଣିଛନ୍ତି ବୋଲି କହି ଏଡାଇ ଯାଇଛନ୍ତି ।

0
0
0
s2sdefault