ଧାମରା କାରଣପଲୀରେ ED ରେଡ୍, ଟିକସ ଫାଙ୍କୁଥିବା ଅଭିଯୋଗରେ ଚଢ଼ାଉ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଦ୍ରକ: (ସତ୍ୟବ୍ରତ ନାୟକ)ଚାନ୍ଦବାଲି ବ୍ଲକ କାରଣପଲୀ ଠାରେ ED ପକ୍ଷରୁ କୋଟିପତି ବିକି ମଣ୍ଡଳଙ୍କ ଘରେ ଚଢ଼ାଉ ଜାରି ରହିଛି । ସେଠାରେ ଥିବା ଦୁଇଟି ବରଫ କଳ, ଚିଙ୍ଗୁଡ଼ି ପ୍ରସେସିଂ ପ୍ଲାଣ୍ଟ, ରନ୍ଧନ ଗ୍ୟାସ ଏଜେନସି ଏବଂ ପେଟ୍ରୋଲ ପମ୍ପ ଥିବାବେଳେ ଗତ ତିନି ବର୍ଷ ହେବ ସରକାରଙ୍କୁ ଟିକସ ଫାଙ୍କୁ ଥିଲା । ଆୟ ବହିର୍ଭୁତ ସମ୍ପତି ଠୁଳ ଓ ଟିକସ ଫାଙ୍କିବାକୁ ନେଇ ED ପାଖରେ ଅଭିଯୋଗ ଖବର ଥିଲା । ବୁଧବାର ସକାଳୁ ଭୁବନେଶ୍ୱର EDର ଟିମ୍ ଆସି କାରଣପଲୀ ଠାରେ ପହଞ୍ଚି ଚଢ଼ାଉ ଜାରି ରଖିଛି । ୨୦୧୯ ମସିହାରେ ED ସମ୍ପୃକ୍ତ ବ୍ୟକ୍ତିଙ୍କ ଘରେ ଚଢ଼ାଉ କରିଥିଲା । ସେତେବେଳେ ବହୁ ପରିମାଣରେ ଆୟ ବହିର୍ଭୁତ ସମ୍ପତି ଠାବ କରିବା ସହ ବ୍ୟବସାୟୀକ ଟିକସ ଫାଙ୍କି ଥିବା ଜଣାପଡିଥିଲା । ପୁଣିଥରେ ବୁଧବାର ଏହି ଚଢ଼ାଉ ଜାରି ରହିଛି ।

0
0
0
s2sdefault