ସମ୍ ହସ୍ପିଟାଲ୍‌ ସେବିକା କମଳିନୀ ମଲ୍ଲିକ୍‌ଙ୍କୁ ‘ମଦର ଟେରେସା ହ୍ୟୁମାନିଟାରିୟନ୍‌’ ସମ୍ମାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ର ସେବିକା ତଥା ଡେପୁଟି ନର୍ସିଂ ସୁପରିଟେଣ୍ଡେଂଟ୍ ଶ୍ରୀମତି କମଳିନୀ ମଲ୍ଲିକଙ୍କୁ “ମଦର ଟେରେସା ହ୍ୟୁମାନିଟାରିୟନ୍‌” ସମ୍ମାନରେ ସମ୍ମାନିତ କରାଯାଇଛି । ବିଶ୍ୱ ମାନବାଧିକାର ସୁରକ୍ଷା ସଂଘ ପକ୍ଷରୁ ଉଲ୍ଲେଖନୀୟ ସମାଜ ସେବା, ମାନବୀୟ କାର୍ଯ୍ୟ, ଉତ୍ସର୍ଗ ଏବଂ ନିଷ୍ଠା ନିମନ୍ତେ ତାଙ୍କୁ ଗତ ଗୁରୁବାର ଦିନ ଏହି ସମ୍ମାନ ପ୍ରଦାନ କରାଯାଇଛି ।

ଆନ୍ଧ୍ରପ୍ରଦେଶ ର ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ମୁଖ୍ୟଅତିଥି ଭାବେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବାବେଳେ ଅନ୍ୟ ଅତିଥିମାନଙ୍କ ଉପସ୍ଥିତିରେ ଶ୍ରୀମତି ମଲ୍ଲିକ୍ ଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।

ଯେତେବେଳେ କୋଭିଡ୍ ସାରା ରାଜ୍ୟକୁ କବଳିତ କରି ରଖିଥିଲା ସେତେବେଳେ ସଂକ୍ରମିତଙ୍କର ସେବା, ଯତ୍ନ ଓ ଚିକିତ୍ସା କରିବାରେ ନିଜକୁ ଶ୍ରୀମତୀ ମଲ୍ଲିକ ସଂପୂର୍ଣ୍ଣ ଉତ୍ସର୍ଗୀକୃତ କରିଥିଲେ।

ଗତ ୨୦୨୦ ମାର୍ଚ୍ଚ ମାସରେ କୋଭିଡ ମହାମାରୀ ଆରମ୍ଭ ହେବା ପରଠାରୁ ସମ୍ କୋଭିଡ୍ ହସ୍ପିଟାଲ୍‌ରେ ଦୀର୍ଘ ଦିନ ଧରି ନିରନ୍ତର କରୋନା ସଂକ୍ରମିତଙ୍କର ସେବା ଓ ଚିକିତ୍ସା କରିଥିଲେ କମଳିନୀ । ତାଙ୍କର ପ୍ରଚେଷ୍ଟା ଫଳରେ ଅନେକ ଗୁରୁତର ସଂକ୍ରମିତ ମଧ୍ୟ ସୁସ୍ଥ ହୋଇ ଘରକୁ ଫେରିପାରିଥିଲେ ।

ଏହି ଅବସରରେ ‘ଜଳବାୟୁ ପରିବର୍ତନ, ଜଳବାୟୁ ନ୍ୟାୟ, ଜଳବାୟୁ କାର୍ଯ୍ୟଧାରା ଓ ମାନବିକ ଅଧିକାର ଶୀର୍ଷକ ଏକ ଜାତୀୟ କର୍ମଶାଳା ମଧ୍ୟ ଆୟୋଜିତ ହୋଇଥିଲା ।

0
0
0
s2sdefault