ରିଲାଏନ୍ସ ଜିଓ ପାଲଟିଲା ଓଡ଼ିଶାର ଏକ ନମ୍ବର ଓୟାରଲାଇନ୍ ସେବା ପ୍ରଦାନକାରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅକ୍ଟୋବରରେ ବିଏସ୍‌ଏନ୍‌ଏଲ୍‌କୁ ଟପିଲା: ଟ୍ରାଇ ତଥ୍ୟ


ରାଜ୍ୟର ୩୭ରୁ ଅଧିକ ସହର ଓ ନଗରକୁ ଜିଓଫାଇବର ସେବା ସମ୍ପ୍ରସାରଣ ସହ ଗୃହ ଓ ବାଣିଜ୍ୟିକ ବ୍ରଡ୍‌ବ୍ୟାଣ୍ଡ୍ କ୍ଷେତ୍ରରେ ଅଗ୍ରଣୀ ସ୍ଥାନ ସୁଦୃଢ଼ କଲା ଜିଓ

ଭୁବନେଶ୍ୱର: ଏକ ଉଲ୍ଲେଖନୀୟ ସଫଳତାକ୍ରମେ, ସର୍ବାଧିକ ସଂଖ୍ୟକ ମୋବାଇଲ୍ ଉପଭୋକ୍ତାଙ୍କୁ ନେଇ ଓଡ଼ିଶାର ସବୁଠୁ ପସନ୍ଦଯୋଗ୍ୟ ମୋବାଇଲ୍ ସେବା ପ୍ରଦାନକାରୀ ରହିଆସିଥିବା ରିଲାଏନ୍ସ ଜିଓ ଅକ୍ଟୋବର ମାସରେ ରାଜ୍ୟରେ ବିଏସ୍‌ଏନ୍‌ଏଲ୍‌କୁ ଅତିକ୍ରମ କରି ଓୟାରଲାଇନ୍ କ୍ଷେତ୍ରରେ ମଧ୍ୟ ଏକ ନମ୍ବର ସେବା ପ୍ରଦାନକାରୀ ଭାବେ ଉଭା ହୋଇଥିବା ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ଟେଲିକମ୍ ଉପଭୋକ୍ତା ତଥ୍ୟରୁ ଜଣାପଡ଼ିଛି । ଗୃହ ଓ ବାଣିଜ୍ୟିକ ବ୍ରଡବ୍ୟାଣ୍ଡ୍ କ୍ଷେତ୍ରରେ ଓଡ଼ିଶାରେ ନିଜର ଅଗ୍ରଣୀ ସ୍ଥିତିକୁ ଅଧିକ ସୁଦୃଢ଼ କରି ଜିଓ ଏହାର ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ୍ ସେବାକୁ ରାଜ୍ୟର ୩୭ରୁ ଅଧିକ ସହର ଓ ନଗରକୁ ସମ୍ପ୍ରସାରିତ କରିଛି ।
ଭାରତୀୟ ଟେଲିକମ୍ ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ୨୦୨୨ ଅକ୍ଟୋବର ପାଇଁ ଜାରି କରାଯାଇଥିବା ସଦ୍ୟତମ ଟେଲିକମ୍ ଉପଭୋକ୍ତା ତଥ୍ୟ ଅନୁଯାୟୀ, ୨୦୨୨ ଅକ୍ଟୋବର ୩୧ ସୁଦ୍ଧା ରାଜ୍ୟରେ ସର୍ବାଧିକ ୧.୭୭ ଲକ୍ଷ ଓୟାରଲାଇନ ଗ୍ରାହକ ହାସଲ ସହିତ ଜିଓ ଏହି କ୍ଷେତ୍ରରେ ଅଗ୍ରଣୀ ସେବା ପ୍ରଦାନକାରୀ ଭାବେ ରିଲାଏନ୍ସ ଜିଓ ଉଭା ହୋଇଛି । ତଥ୍ୟ ଅନୁଯାୟୀ, ୨୦୨୨ ଅକ୍ଟୋବର ୩୧ ସୁଦ୍ଧା ଜିଓର ଓୟାରଲାଇନ୍ସ ଗ୍ରାହକ ସଂଖ୍ୟା ସର୍ବାଧିକ ୧.୭୭ ଲକ୍ଷ ରହିଥିବା ବେଳେ ଏହା ପଛକୁ ଦ୍ୱିତୀୟ ସ୍ଥାନରେ ଥିବା ବିଏସ୍‌ଏନ୍‌ଏଲ୍‌ର ଓୟାରଲାଇନ୍ ଗ୍ରାହକ ସଂଖ୍ୟା ୧.୭୨ ଲକ୍ଷ ରହିଛି । ଟ୍ରାଇ ତଥ୍ୟରୁ ଜଣାପଡ଼ିଛି ଯେ ଜିଓଫାଇବର ଅଧୀନରେ ଓୟାରଲାଇନ୍ ସେବା ପ୍ରଦାନ କରୁଥିବା ରିଲାଏନ୍ସ ଜିଓ ଏକମାତ୍ର କଂପାନି ଭାବେ ଅକ୍ଟୋବର ମାସରେ ରାଜ୍ୟରେ ନୂଆ ଓୟାରଲାଇନ୍ସ ଗ୍ରାହକ ଯୋଡ଼ିବାରେ ସଫଳ ହୋଇଥିବା ବେଳେ ଅନ୍ୟ ସେବା ସମସ୍ତ ପ୍ରଦାନକାରୀମାନେ ଓୟାରଲାଇନ୍ ଗ୍ରାହକ ହରାଇଛନ୍ତି ।
ଜାତୀୟ ସ୍ତରରେ ଅକ୍ଟୋବର ମାସରେ ଉଭୟ ଓୟାରଲେସ୍ ଏବଂ ଓୟାରଲାଇନ୍ କ୍ଷେତ୍ରରେ ଜିଓ ସର୍ବାଧିକ ସଂଖ୍ୟକ ଗ୍ରାହକ ଯୋଡ଼ି ଉଭୟ କ୍ଷେତ୍ରରେ ନିଜର ଏକ ନମ୍ବର ସ୍ଥିତିକୁ ଆହୁରି ସୁଦୃଢ଼ କରିଛି ।
ଓଡ଼ିଶାର ସବୁଠୁ ପସନ୍ଦଯୋଗ୍ୟ ମୋବାଇଲ୍ ସେବା ପ୍ରଦାନକାରୀ ହୋଇରହିଥିବା ଜିଓ ପାଖରେ ଉଭୟ ଗ୍ରାହକ ଓ ରାଜସ୍ୱ କ୍ଷେତ୍ରରେ ସର୍ବାଧିକ ବଜାର ଅଂଶ ରହିଛି । ୨୦୨୨ ଅକ୍ଟୋବର ସୁଦ୍ଧା ୧.୩୮ କୋଟି ଗ୍ରାହକଙ୍କୁ ନେଇ ଜିଓ ରାଜ୍ୟର ଅଗ୍ରଣୀ ମୋବାଇଲ୍ ସେବା ପ୍ରଦାନକାରୀ ହୋଇରହିଥିବା ବେଳେ ଏହା ପଛକୁ ଥିବା ଏୟାରଟେଲ୍‌ର ୧.୧୩ କୋଟି ଗ୍ରାହକ, ବିଏସ୍‌ଏନ୍‌ଏଲ୍‌ର ୬୩.୨୦ ଲକ୍ଷ ଗ୍ରାହକ ଏବଂ ୱିର ୧୬.୪୫ ଲକ୍ଷ ଗ୍ରାହକ ରହିଛନ୍ତି ।
ଦେଶର ସବୁଠୁ ଲୋକପ୍ରିୟ ହାଇ-ସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ୍ ସେବା ଜିଓଫାଇବର୍‌ର ଉପସ୍ଥିତିକୁ ଜିଓ ପକ୍ଷରୁ ଦ୍ରୁତ ଗତିରେ ସମ୍ପ୍ରସାରଣ କରାଯାଛି । ଓଡ଼ିଶାରେ ଭୁବନେଶ୍ୱର, କଟକ, ପୁରୀ, ଜଟଣୀ, ଅନୁଗୁଳ, ସମ୍ବଲପୁର, ରାଉରକେଲା, ଝାରସୁଗୁଡ଼ା, ବେଲପାହାଡ଼, ବ୍ରଜରାଜନଗର, ସୁନ୍ଦରଗଡ଼, ବଲାଙ୍ଗୀର, କେନ୍ଦୁଝର, ଭବାନୀପାଟଣା, କୋରାପୁଟ, ରାୟଗଡ଼ା, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ରୋଡ୍‌, ଭଦ୍ରକ, ତାଳଚେର, ଖୋର୍ଦ୍ଧା, ବ୍ରହ୍ମପୁର, ବାଲେଶ୍ୱର, ଜୟପୁର, ରାଜଗାଙ୍ଗପୁର, ଢେଙ୍କାନାଳ, ସେମିଳିଗୁଡ଼ା, ବରଗଡ଼, ନବରଙ୍ଗପୁର, ଫୁଲବାଣୀ, ଜଳେଶ୍ୱର, ଛତ୍ରପୁର, ଘସିପୁରା, ବଡ଼ବିଲ, ରାଇରଙ୍ଗପୁର ଏବଂ ପାରଳାଖେମୁଣ୍ଡି ସମେତ ଓଡ଼ିଶାର ୩୭ଟି ପ୍ରମୁଖ ସହର ଓ ନଗରରେ ଏବେ ଜିଓଫାଇବର ସେବା ଉପଲବ୍ଧ ହେଉଛି ଏବଂ ରାଜ୍ୟର ଅନ୍ୟ ସହରକୁ ଏହି ସେବା ଦ୍ରୁତ ଗତିରେ ସମ୍ପ୍ରସାରଣ କରାଯାଉଛି ।
ଜିଓଫାଇବର୍ ପକ୍ଷରୁ ପୂର୍ବରୁ ସେବା ଉପଲବ୍ଧ ରହିଥିବା ସହରଗୁଡ଼ିକରେ ମଧ୍ୟ ଦ୍ରୁତ ସମ୍ପ୍ରସାରଣ କରାଯାଉଛି ଏବଂ ନୂଆ ଅଂଚଳ ଓ ସହର ଉପକଣ୍ଠରେ ଏହି ସେବା ସମ୍ପ୍ରସାରଣ କରାଯାଉଛି ଯାହା ବ୍ୟକ୍ତିଗତ ଗୃହଠାରୁ ଅରମ୍ଭ କରି କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ପେସାଦାରଙ୍କ ଭଳି ହଜାର ହଜାର ଗ୍ରାହକଙ୍କ ଆବଶ୍ୟକତା ପୂରଣ କରୁଛି ଏବଂ ସେମାନଙ୍କୁ ଅସୀମିତ ମନୋରଂଜନ, ଖବର, ସ୍ୱାସ୍ଥ୍ୟ ଏବଂ ଶିକ୍ଷା ପ୍ଲାଟଫର୍ମର ଏକ ସମୃଦ୍ଧ ଅନୁଭୂତି ପ୍ରଦାନ କରୁଛି ।

0
0
0
s2sdefault