୨ୟ ସେମିଫାଇନାଲରେ ସାଇହାଲ ସୁନାବେଡାକୁ ୩-୦ ଗୋଲରେ ପରାସ୍ତ କରି ଜଗା ୟୁନାଇଟେଡ ଭୁବନେଶ୍ୱର ଫାଇନାଲରେ ପ୍ରବେଶ।
ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ଶନିବାର ଦିନ ସ୍ଥାନୀୟ ମିନିଷ୍ଟାଡିୟମଠାରେ ଚାଲିଥିବା ୪ର୍ଥ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଷଷ୍ଠ ଦିବସ ୨ୟ ସେମିଫାଇନାଲରେ ମ୍ୟାଚରେ ସାଇହାଲ ସୁନାବେଡାକୁ ୩-୦ ଗୋଲରେ ପରାସ୍ତ କରି ଜଗା ୟୁନାଇଟେଡ ଭୁବନେଶ୍ୱର ଫାଇନାଲକୁ ପ୍ରବେଶ କରିଛି ଖେଳର ପ୍ରାରରମ୍ଭରୁ ଜଗା ୟୁନାଇଟେଡ଼ ଟିମ୍ ଆକ୍ରମଣାତ୍ମକ ଭାବେ ଖେଳିଥିବା ବେଳେ ଖେଳର ପ୍ରଥମାର୍ଦ୍ଧରେ କେହି କାହାରିକୁ ଗୋଲ ସ୍କୋର କରିପାରି ନଥିବା ବେଳେ ଦିତୀୟାର୍ଦ୍ଧରେ ୪ ଘଟିକା ୧୪ ମିନିଟ ସମୟରେ ଜଗା ୟୁନାଇଟେଡ଼ ଭୁବନେଶ୍ୱର ପକ୍ଷରୁ ୧୫ ନଂ ଜର୍ସି ପ୍ରଥମ ଗୋଲ ସ୍କୋର କରି ଦେଇ ଦଳକୁ ମଜଭୁତ କରିଥିଲେ । ପୁଣି ୪ ଘଣ୍ଟା ୩୩ ମିନିଟରେ ଜଗା ୟୁନାଇଟେଡ଼ର ୫ ନଂ ଜର୍ସି ସୁବ୍ରତ ନାୟକ ଦ୍ଵିତୀୟ ଓ ୪ ଘଟିକା ୩୮ ମିନିଟରେ ୧୫ ନଂ ଜର୍ଷି ଗୋପାଳ ସିଂ ନିଜର ୨ୟ ଗୋଲ ସ୍କୋର କରି ଦଳକୁ ଏକତରଫା ବିଜୟର ସୁଯୋଗ ଆଣିଦେଇଥିଲେ । ସାଇହାଲ ସୁନାବେଡା ଶତଚେଷ୍ଟା କରିମଧ୍ୟ କୈାଣସି ବି ଗୋଲ କରିବାକୁ ସକ୍ଷମ ହୋଇନଥିଲେ। ଆଜିର ଖେଳକୁ ବ୍ରହ୍ମାନନ୍ଦ ଭୋଇ ପରିଚାଳନା କରିଥିବାବେଳେ ଏସ୍ କେ ମୁକିମ,ପ୍ରିୟବ୍ରତ ବାହିନୀପତି,ସୁଦୀପ ଦାସ ଲାଇନରେ ସହାୟତା କରିଥିଲେ।ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ, ସମାଜସେବୀ ବ୍ରଜ ସୁବୁଦ୍ଧି,ପ୍ରସନ୍ନ ସାହୁ,ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ,ଜିଲ୍ଲାପରିଷଦ ସଭ୍ୟା ଚିନ୍ମୟୀ ଦାଶ,ବିରଜାଲକ୍ଷ୍ମୀ ସାହୁ,ଯୁବ ନେତା ବିଭୁପ୍ରସାଦ ସାହୁ,ଆତ୍ମା ଅଧ୍ୟକ୍ଷ ନିତ୍ୟାନନ୍ଦ ପ୍ରଧାନ ଓ ବିଭିନ୍ନ ପଞ୍ଚାୟତର ସରପଞ୍ଚ ପ୍ରତିନିଧିଗଣ ଯୋଗଦେଇଥିଲେ।ନାରାୟଣ ମହାପାତ୍ର,ପ୍ରଫୁଲ୍ଲ କୁମାର ଡାକୁଆ,ବିକାଶ ପଲେଇ,ସୂର୍ଯ୍ୟକାନ୍ତ ପଟ୍ଟନାୟକ,ଦିଲୀପ ମାର୍ଥ,ଆଲୋକ ସାହୁ, ଶିଶିର ପଣ୍ଡା,ସନିଆ ଅଧିକାରୀ,ତାପସ ମହାନ୍ତି ଖେଳରେ ସହଯୋଗ କରିଥିବାବେଳେ ସାର୍ଥକ ଷଡ଼ଙ୍ଗୀ ଓ ସୁଶାନ୍ତ ପାତ୍ର ଧାରା ବିବରଣୀ ପ୍ରଦାନ କରିଥିଲେ। ଶ୍ରେଷ୍ଠ ଖେଳାଳିଭାବେ ଗୋପାଳ ସିଂଙ୍କୁ ଅର୍ଥ ରାଶି ଓ ଟ୍ରଫି ଦେଇ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।ରବିବାର ଜଗା ୟୁନାଇଟେଡ଼ ଭୁବନେଶ୍ୱର ଓ ରାମଧୂନ କ୍ଳବ ସୋନପୁର ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବବୋଲି ସମ୍ପାଦକ ଲୋକନାଥ ସାହୁ ସୂଚନା ଦେଇଛନ୍ତି।