ହେଡଲାଇନସ୍:

ଜବାହାର ନବୋଦୟ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦଯାପିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ:- ବରଗଡ ଜିଲ୍ଲା ପାଇକମାଳ ସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଶନିବାର ଉଦଯାପିତ ହୋଇଯାଇଛି । ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ପାଇକମାଳ ବ୍ଲକ୍  ଅଧ୍ୟକ୍ଷା ଭାବନା ସିଂ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବରଗଡ ପୋଲିସ ରେ କାର୍ଯରତ ସୁନାମଧନ୍ୟ କ୍ରୀଡାବିତ ସନ୍ତୋଷ ପ୍ରଧାନ, ଭଟଲି ମୁଲବାର ହାଇସ୍କୁଲର ଖେଳ ଶିକ୍ଷକ ଶ୍ରିବାସ ପ୍ରଧାନ, ଯୁବ ନେତା ଗୌତମ ସିଂ ଯୋଗ ଦେଇଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ସରୋଜ କୁମାର ତ୍ରିପାଠୀ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ଶିକ୍ଷକ ବିଜୟ କୁମାର ଦିବେଦୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ଖେଳ ଶିକ୍ଷକ ଗିରିଶ ଚନ୍ଦ୍ର ବେହେରା ବାର୍ଷୀକ ବିବରଣୀ ପଠନ କରିଥିଲେ । ଗିତାଞ୍ଜଳୀ ପଟେଲ ଓ ଅନ୍ୟାନ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ । ଦୁଇଦିନ ଧରି ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତ୍ତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା । ଉତ୍ସବ ରେ ଉପସ୍ଥିତ ସାମ୍ବାଦିକ ସୁରଥ ସାହୁ, ବଡ ଶତପଥୀ, ଧିରେନ ମହାନ୍ତି, ମାନସ ନାୟକ, ଦୁର୍ଯ୍ୟୋଧନ ପୁଟ୍ଟା ଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ମଳୟ ବିଶ୍ବଳ, ଉମେଶ ଝାଙ୍କର, ମନରଞ୍ଜନ ପାଢୀ, ସୁଷମାକାନ୍ତ ଲାକ୍ରା, ଇତିସ୍ମିତା ମିଶ୍ର, ଆଞ୍ଚଳିକ ଶିକ୍ଷା ଅନୁଷ୍ଠାନ ଭୁବନେଶ୍ବରରୁ ଆସିଥିବା ୭ ଜଣ ଛାତ୍ର ଶିକ୍ଷକ ସମେତ ଅନ୍ୟ କ୍ରର୍ମଚାରୀମାନେ ଖେଳ ପରିଚାଳନାରେ ସହ ଯୋଗ କରିଥିଲେ । ସଂନ୍ଧ୍ୟରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାୃର୍ଯ୍ୟକ୍ରମ ପରିବେଷଣ କରିଥିଲେ । ବିଦ୍ୟାଳୟର ଉପାଧ୍ୟକ୍ଷ ଜଗଦିଶ ପାତ୍ର ଧନ୍ୟବାଦ ଦେଇ ଥିଲେ ।

0
0
0
s2sdefault