ଯୋଡ଼ା(ପାର୍ଥସାରଥି ଷଡ଼ଙ୍ଗୀ)- କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ରୋଇଡା ପଂଚାୟତ ଅଧୀନ କୁନ୍ଦୁରୁପାଣି ମୌଜା ରେ ଥିବା ଏକ ପୁରୁଣା ଅସ୍ଥାୟୀ ପୋଲ ବିପଦପୂର୍ଣ୍ଣ ଅବସ୍ଥା ରେ ଥିବା ଦେଖିବାକୁ ମିଳିଛି | ଉକ୍ତ ପୋଲ ଟି କୁନ୍ଦୁରୁପାଣି ଓ ଚୋରମାଲଦା ଗ୍ରାମ କୁ ସଂଯୋଗ କରୁଥିବା ବେଳେ ବର୍ଷ ତମାମ ଉକ୍ତ ପୋଲ ଉପର ରାସ୍ତା ଦେଇ ଗ୍ରାମ ବାସୀ ମାନେ ଯାତାୟାତ କରିଥାନ୍ତି | ଉକ୍ତ ଅଂଚଳ ଟି କେନ୍ଦୁଝର ଜିଲ୍ଲା ଓ ସୁନ୍ଦରଗଡ଼ ଜିଲ୍ଲା ର ଉପାନ୍ତ ଅଂଚଳ ହୋଇ ଥିବା ବେଳେ, ଆଦିବାସୀ ବହୁଳ ଅଂଚଳ ଅଟେ | ପ୍ରତ୍ୟେକ ଦିନ ଶହ ଶହ ସଂଖ୍ୟା ରେ ଆଖାପାଖ ଗ୍ରାମ ର ଗ୍ରାମ ବାସୀ ଓ ଛାତ୍ରଛାତ୍ରୀ ମାନେ ଯୋଡ଼ା ସହର ତଥା ଚମ୍ପୁଆ, କେନ୍ଦୁଝର ଆଦି ସ୍ଥାନ କୁ କାମଧନ୍ଦା, ବ୍ୟବସାୟ, ଶିକ୍ଷା ଲାଭ କରିବାକୁ ଆସୁଥିବା ଜଣା ପଡିଛି | ପୋଲ ଟି ବହୁ ବର୍ଷ ପୁରୁଣା ହୋଇ ଥବା ବେଳେ ତାହା ମରାମତି ନହୋଇ ଓ ପୋଲ ର ତଳ ସ୍ଥାନ ରୁ ମାଟି ସବୁ ବର୍ଷା ରେ ଧୋଇ ହୋଇଯାଇ ବିପଦ ସଂକୁଳ ଅବସ୍ଥା ରେ ପଡି ରହିଥିବା ଦେଖିବାକୁ ମିଳିଛି | ସ୍ଥାନୀୟ ଅଂଚଳ ର ବାସିନ୍ଦା ମାନେ ପୋଲ ଉପର ଦେଇ ଚାରି ଚକିଆ ଯାନ ରେ ବସି ଯିବା ଆସିବା କଲେ କାଳେ ପୋଲ ଟି ଧସି ଯିବ ଓ ଜୀବନ ହାନୀ ହେବ ଭାବି ଯାତାୟାତ ସମୟରେ ଭୟ କରୁଥିବା ଜଣା ପଡିଛି | ରୋଇଡା ପଂଚାୟତ ଟି ଯୋଡ଼ା ବ୍ଲକ ଅଚଳ ର ଘଞ୍ଚ ଜଙ୍ଗଲ ଓ ପାହାଡ଼ ଘେରା ହୋଇ ଥବା ବେଳେ,ଉକ୍ତ ପଂଚାୟତ ରେ ଉଚ୍ଚ ମାନର ଖଣିଜ ସମ୍ପଦ ଭରପୁର ହୋଇ ରହିଛି | ଉକ୍ତ ପଂଚାୟତ ରେ ଦେଶ ଓ ରାଜ୍ୟ ର ବଡ଼ ବଡ଼ ଖଣି କମ୍ପାନୀ ଯଥା ଓଏମସି, ଓଏମଡିସି, ଆଇଡିସି ଭଳି କମ୍ପାନୀ ଖନନ,ଓ ଉତ୍ତଳୋନ କାର୍ଯ୍ୟ କରି କୋଟି କୋଟି ଟଙ୍କା ରୋଜଗାର କରୁଥିବା ବେଳ, କାର୍ଯାରତ ଖଣି କମ୍ପାନୀ ଗୁଡିକ ସ୍ଥାନୀୟ ଅଞ୍ଚଳ ର ଗମନା ଗମନ ଜନିତ ମୌଳିକ ସମସ୍ୟା ଓ ପାରିପାର୍ଷିକ ଉର୍ନ୍ନତି ମୂଳକ କାର୍ଯ୍ୟ କୁ ଧିମେଇ ଦେ ଇଥିବା ଦେଖିବାକୁ ମିଳିଛି | ଏ ସଂକ୍ରାନ୍ତ ରେ roida ସରପଞ୍ଚ ଙ୍କୁ ପଚାରିବାରୁ ସେ ଏହାକୁ ସ୍ଥାୟୀ ପୋଲ ପାଇଁ ବ୍ଲକ ଅଧ୍ୟକ୍ଷ ମାଧ୍ୟମ ରେ ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଥିଲେ, ତେବେ ତୁରନ୍ତ କେନ୍ଦୁଝର ଜିଲ୍ଲା ପ୍ରଶାସନ ଲୋକ ଙ୍କ ସମସ୍ୟା କୁ ଦୃଷ୍ଟି ଦେଇ ନୂତନ ପୋଲ ନିର୍ମାଣ ପାଇଁ ପଦକ୍ଷେପ ନେବେ ବୋଲି ଲୋକେ ଦାବୀ କରିଛନ୍ତି |
ରାଜ୍ୟ
ବିପଦପୁର୍ଣ ଅବସ୍ଥା ରେ ଅସ୍ଥାୟୀ ପୋଲ,ସ୍ଥାୟୀ ପୋଲ ନିର୍ମାଣ ପାଇଁ ଦାବି
- Hits: 505