ହେଡଲାଇନସ୍:

ଅଭିଭାବକ ଓ ଶିକ୍ଷକ /ଶିକ୍ଷୟତ୍ରୀ ବୈଠକ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ତବରଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଆନୁକୂଲ୍ୟରେ ଓ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋସ କୁମାର ନାଇକଙ୍କ ନିର୍ଦ୍ଦେଶ କ୍ରମେ ଅଭିଭାବକ ଓ ଶିକ୍ଷକ /ଶିକ୍ଷୟତ୍ରୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଏହି ବୈଠକରେ ୫-ଟି ହାଇସ୍କୁଲର ରୂପାନ୍ତରଣର ବିଭିନ୍ନ ଉପାଦାନ , ଛାତ୍ର /ଛାତ୍ରୀ ମାନଙ୍କ ଶିକ୍ଷାର ଅଗ୍ରଗତି , ଶିକ୍ଷଣ ପରିପୂରଣ କାର୍ଯ୍ୟକ୍ରମ , ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଭଳି ଚାଲିଥିବା କାର୍ଯ୍ୟକ୍ରମ ଗୁଡିକର ସଫଳତା ଓ ଛାତ୍ର /ଛାତ୍ରୀ ମାନଙ୍କ ସମ୍ପୃକ୍ତି ବିଷୟରେ ପ୍ରଧାନ ଶିକ୍ଷକ ସାତ୍ମିକ କୁମାର ପଟ୍ଟନାୟକ ଅଭିଭାବକ ମାନଙ୍କୁ ସୂଚନା ଦେଇଥିଲେ।
ଉକ୍ତ ବୈଠକରେ ୩୦୦ରୁ ଉର୍ଦ୍ଧ୍ବ ଅଭିଭାବକ ଉପସ୍ଥିତ ଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ସି. ଆର. ସିସି ଅଲିଆ ସାୟା , ବିଦ୍ୟାଳୟର ସଭାପତି ଏନ୍. ପାଣି ଉପସ୍ଥିତ ଥିବାବେଳେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଭବାନୀ ପ୍ରସାଦ ରଥ , ଉମା କାନ୍ତ ସାହୁ , ଦେବ ଲୋହରା , ହର୍ଷ ଲୋହରା , ଆର. ବାଳକୃଷ୍ଣ , ଶ୍ରଦ୍ଧାଞ୍ଜଳି ଭୂୟାଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

0
0
0
s2sdefault