ହେଡଲାଇନସ୍:

ସହର ଭିତରେ କ୍ରସର, ବିଷ ବଳୟରେ ସ୍ଥାନୀୟ ଅଧିବାସୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

25-08-15-bari-crusher.jpg - 164.39 kB

ପ୍ରଶାସନ ଓ ପୌରସଂସ୍ଥାଙ୍କ ନଜରରେ କଣ ପଡୁନି ଏଇ ବେନିୟମ କାମ !

ବାରିପଦା(ଦିଲ୍ଲୀପ ମହାନ୍ତି )-  ବାରିପଦ ପୌପରିଷଦର ୱାଡର଼୍ ନଂ ୨୭ ଦେବେନ୍ଦ୍ରପୁରରେ କାର୍ଯ୍ୟକରୁଥିବା ଏକ କ୍ରସରକୁ ନେଇ ଦେଖାଦେଇଛି ବିବାଦ । କ୍ରସରରେ ପଥର ଭଙ୍ଗା ଯାଉଥିବା ବେଳେ ଏଥିରୁ ନିର୍ଗତ ହେଉଥିବା ପଥର କଣିକା ଆଉ ଡଷ୍ଟ ପବନରେ ଉଡ଼ି ଜନବସତି ଅଞ୍ଚଳରେ ଖେଳାଇ ଗଛପତ୍ର, ଘରଦ୍ୱାର ଆଦିରେ ଜମାଟ ବାନ୍ଧୁ ଥିବା ବେଳେ ଜନସାଧାରଣଙ୍କ ନିଶ୍ୱାସ ପ୍ରଶ୍ୱାସରେ ଶରୀର ମଧ୍ୟକୁ ପ୍ରବେଶ କରି ଫୁସଫୁସ ଜନିତ ରୋଗ ଆଦିର କାରଣ ପାଲଟୁଛି । ଫଳରେ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ବାଲେଶ୍ୱରସ୍ଥିତ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋଡର଼୍ ଅଧିକାରୀଙ୍କୁ ସେଲ ନମ୍ବର ୯୪୩୮୮୮୩୯୫୦ରେ ଯୋଗା ଯୋଗ କରିବାରୁ ବର୍ତ୍ତମାନ ପ୍ରଦୋଷଣ ବୋଡର଼୍  ଉକ୍ତ କ୍ରସରକୁ ଅନୁମତି ଦେଇ ନାହିଁ । ତେବେ ଉକ୍ତ କ୍ରସର ସେଠାରେ କାର୍ଯ୍ୟ ଆରମ୍ଭ କରିବା ସମୟରେ  ସେଠାରେ ଜନବସତି ରହିଥିଲା କି ନାହିଁ, ଜନବସତିଠାରୁ କେତେ କିଲୋମିଟର ଦୂରରେ ରହିଥିଲା ଏଦିଗରେ ସ୍ଥାନୀୟ ତହସିଲଦାର ଓ ଉପଜିଲ୍ଲାପାଳ ତଦନ୍ତ କରି ଯାହା ପଦକ୍ଷେପ ନେବେ ବୋଲି କହିବା ସଂଗେସଂଗେ ଉକ୍ତ କ୍ରସରର ମାଲିକ କ୍ରସରକୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଇ ନେବା ଭଲ ହେବ ବୋଲି ମତ ଦେଇଥିଲେ । ସେହିପରି ବାରିପଦା ଉପଜିଲ୍ଲାପାଳ ମହମ୍ମଦ୍ ଅବଦୁଲ  ଅଖତାର  କଣ ହୋଇଛି ତଦନ୍ତ କରି ଦେଖିବେ ବୋଲି କହିଥିବା ବେଳେ ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ଦାଶ ଏହା ଏକ ଭଲ ଖବର । ଏଥିରେ ପୌରପରିଷଦର କିଛି କରିବାର ନାହିଁ । ଯାହା କରିବେ ତହସିଲଦାର ଓ ଉପଜିଲ୍ଲାପାଳ ବୋଲି ମତ ଦେଇଥିଲେ । 

                ମୟୂରଭଞ୍ଜ ଗଡ଼ଜାତ ରାଜ୍ୟର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ୧୯୦୫ରେ ୨ ବର୍ଗ କିଲୋମିଟର ପରିସୀମା ଓ ବାରିପଦା ରାଜସ୍ୱ ଗ୍ରାମକୁ ନେଇ ଗଠନ କରିଥିଲେ ବାରିପଦା ପୌରପରିଷଦ । ଏଥିରେ ମୋଟ ୮ଟି ୱାର୍ଡକୁ ସାମିଲ କରାଯାଇଥିଲା । ପରବର୍ତ୍ତି ସମୟରେ ୱାଡର଼୍ ସଂଖ୍ୟା ବୃଦ୍ଧି ପାଇଥିଲା ଏବଂ ୧୯୯୧ ଅଗଷ୍ଟ ୨ ରାଜ୍ୟ ନଗର ଉନ୍ନୟନ ବିଭାଗର ବିଜ୍ଞପ୍ତି ଅନୁସାରେ ଶୁନଗଡ଼ିଆ, ଶ୍ରୀପଦଗଞ୍ଜ, ବିଜୟ ରାମଚନ୍ଦ୍ରପୁର, ତୁଳସୀଚଉରା, କାଳିକାପୁର, ଭୁଗୁଡ଼ାକଟା, ରଘୁନାଥପୁର, ଦେବେନ୍ଦ୍ରପୁର, ହେମଚନ୍ଦ୍ରପୁର, ଛାଞ୍ଚ, ଜନାର୍ଦ୍ଦନପୁର, ବିଦ୍ୟାଧରପୁର, ପୂର୍ଣ୍ଣଚନ୍ଦ୍ରପୁର, ମହାରାଜପୁର, କରତବସା ଓ ବାଗଡ଼ିହା ଆଦି ରାଜସ୍ୱ ମୌଜାକୁ ପୌରପରିଷଦରେ ସାମିଲ କରାଯାଇ ୨୫ ୱାର୍ଡକୁ  ବୃଦ୍ଧି କରାଗଲା । ୨୦୦୩ରେ ସେହି ପରିମିତ ଅଞ୍ଚଳକୁ ନେଇ ୨୮ଟି ୱାର୍ଡ  ଗଠନ କରାଯାଇଥିବା ବେଳେ ଦେବେନ୍ଦ୍ରପୁର ରାଜସ୍ୱ ମୌଜା ୱାର୍ଡ  ନମ୍ବର ୨୭କୁ ପରିବର୍ତ୍ତିତ ହୋଇଥିଲା । ବର୍ତ୍ତମାନ ୱାର୍ଡ ନଂ ୨୭ରେ ଜନସଂଖ୍ୟା ପ୍ରାୟ ଅଢେ଼ଇ ହଜାର ପାଖାପାଖି  ରହିଥିବା ସମୟରେ କ୍ରସରଠାରୁ ପ୍ରାୟ ୫୦ ଫୁଟ ବ୍ୟବଧାନରେ ଏକ ମନ୍ଦିର ଦେବାଳୟ ସ୍ଥାପିତ ହୋଇଛି । ପ୍ରତ୍ୟେକ ଦିନ ଶତାଧିକ ଭକ୍ତ ଏହି ମନ୍ଦିରକୁ ଆସୁଛନ୍ତି । କିଏ  କ୍ରସର କଲା କିଏ ମଦ ଭାଟି କଲା ବା କିଏ ଆଉ କିଛି କଲା,,,ସେତ ତାଙ୍କର ବ୍ୟକ୍ତିଗତ ବ୍ୟାପାର, ହେଲେ ରାଜ୍ୟରେ ଆଇନ ବୋଲି କିଛି ବୋଲି ଅଛି ନା ! ପ୍ରଶାସନ ବୋଲି ବାରିପଦା ସହରରେ କିଛି ଅଛି ନା !! ନିୟମକୁ ସମ୍ମାନ ଦେଉ ନଥିବା ଲୋକ ତ  ନିୟମ ଉଲ୍ଲଘଂନ କରିବେ | ହେଲେ ନିୟମର ରକ୍ଷା କରିବା ପାଇଁ ପ୍ରଶାସନ ତେବେ କରିବା କଣ ? ପ୍ରଶାସନ ତେବେ ଅଛି କାହିଁକି ? ସ୍ଥାନୀୟ ଅଂଚଳର ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ସହର ମଝିରେ ଆଉ ଜନବସତି ଦେବାଳୟ ପାଖରେ ଥିବା ଏଇ କ୍ରସରକୁ ଜନବସତି ଠାରୁ ଦୁରେଇକି କଲେ କଣ ଭଲ ହୁଅନ୍ତାନି ???

 

0
0
0
s2sdefault