-
ଚାଷୀଙ୍କ ଫସଲ ବୀମାକୁ ବିରୋଧ କରୁଥିଲା ବିଜେପି
-
ଏବେ ଇନପୁଟ ସବସିଡିକୁ ବିରୋଧ କରୁଛି ବିଜେପି
ଭୁବନେଶ୍ୱର,: ଓଡ଼ିଶା ବିଜେପିର ଚାଷୀ ବିରୋଧୀ ମନୋଭାବ ଏବେ ପଦାରେ ପଡିଯାଇଛି । ଏହା କହିଛନ୍ତି ବିଜେଡି ବିଧାୟକ ଦେବେଶ ଆଚାର୍ଯ୍ୟ ।
ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ ରାଜ୍ୟ ବିଜେପି ପ୍ରଥମେ ଚାଷୀମାନଙ୍କର ଫସଲ ବୀମାଭଳି ନ୍ୟାର୍ଯ୍ୟ ପ୍ରାପ୍ୟକୁ ବିରୋଧ କରିଥିଲା । ବର୍ତ୍ତମାନ ସେମାନେ ଓଡ଼ିଶାଚାଷୀଙ୍କୁ ମିଳିବାକୁ ଥିବା ଇନପୁଟ ସବସିଡିକୁ ବିରୋଧ କରୁଛନ୍ତି ।
ଫସଲ କ୍ଷତି ସହିଥିବା ଓଡ଼ିଶା ଚାଷୀଙ୍କୁ ରାଜ୍ୟ ସରକାର ଦେଉଥିବା ଇନପୁଟ ସବସିଡିକୁ ବିଜେପି କାହିଁକି ବିରୋଧ କରୁଛି ବୋଲି ଶ୍ରୀ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି ।
କୃଷକମାନଙ୍କୁ ଆଉ ଅଧିକ ନ ରଗାଇବା ଲାଗି ଆମେ ବିଜେପିକୁ ଅନୁରୋଧ କରୁଛୁ । ପଦମପୁରର ଚାଷୀମାନେ ସେମାନଙ୍କ ଫସଲ ବୀମା ପ୍ରାପ୍ୟକୁ ବିରୋଧ କରିବାନେଇ ବିଜେପି ଉପରେ ରାଗିକରି ଅଛନ୍ତି । ଏବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦେଉଥିବା ଇନପୁଟ ସବସିଡିକୁ ବିଜେପି ବିରୋଧ କରୁଛି । ଏହାଚାଷୀମାନଙ୍କୁ ପୁଣି କ୍ରୋଧିତ କରିଛି ଓ ଆଗାମୀ ଦିନରେ ସେମାନେ ବିଜେପିକୁ ଏହାର ଉଚିତ୍ ଜବାବ ଦେବେ ବୋଲି ବିଧାୟକ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।