ହେଡଲାଇନସ୍:

ଜଗତସିଂହପୁରଠାରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲାପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସଦିବସ ଜିଲ୍ଲାପାଳଙ୍କ ସଦଭାବନା ଗୃହଠାରେ ପାଳିତ ହୋଇଯାଇଛି l ଏହି ଦିବସରେ ଅଧ୍ୟକ୍ଷତାକରି ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟ୍ଟୱାରୀ ଜାତୀୟ ପ୍ରେସ ଦିବସ ଅବସରରେ ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଅଭିନନ୍ଦନ ଜଣାଇଥିଲେ l ସାମ୍ବାଦିକତା ପ୍ରଶାସନର ଆଖିସଦୃଶ l କେଉଁଠି କଣ ଘଟଣା ଘଟିଲେ ପ୍ରଶାସନ ପୂର୍ବରୁ ମିଡ଼ିଆ ପହଂଚିପାରୁଛି l ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଗଣମାଧ୍ୟମ ପ୍ରତିନିଧିମାନେ ସରକାରଙ୍କ ପାଖରେ ପହଞ୍ଚାଇ ପାରୁଛନ୍ତି l ସର୍ବଦା ସତ୍ୟ ସମ୍ବାଦ ପରିବେଷଣ କରିବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ କରାଇଥିଲେ l ମୁଖ୍ୟ ଅତିଥିଭାବେ ଶ୍ରୀ ମନୋଜ କୁମାର ଭୋଇ ଯୋଗଦେଇ କହିଲେ ଗଣ ମାଧ୍ୟମ ହେଉଛି ଚତୃର୍ଥ ସ୍ତମ୍ଭ ସମ୍ବାଦ ପତ୍ର ମାଧ୍ୟମରେ ଜନସାଧାରଣ ସମସ୍ତ ବିଷୟରେ ଅବଗତ ହୁଅନ୍ତି l ସତ୍ୟ ସମ୍ବାଦ ପରିବେଷଣ ଦ୍ୱାରା ପ୍ରଶାସନ ଓ ରାଜନୀତିଜ୍ଞ ଅମଲାତନ୍ତ୍ର ସଜାଗ ହୋଇଥାନ୍ତି l ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚ୍ଚିଦାନନ୍ଦ ସାହୁ ସମ୍ମାନିତ ଅତିଥିଭାବେ ଯୋଗଦେଇ ଗଣମାଧ୍ୟମର କଲମ ନିର୍ଭୟ ଭାବରେ କାମ କରେ l କଲମ ଯେତେ ସୁଦୃଢ ହେବ ସମାଜ ସେତେ ସୁଧୁରିଯିବ l ଶ୍ରୀମତୀ ଅର୍ଚନା ସିଂ ଯୋଗ ଦେଇ କହିଲେ ଭାରତ ହେଉଛି ସାର୍ଵଭୌମ ରାଷ୍ଟ୍ର, ପୁରାଣ ଯୁଗରେ ନାରଦ ହେଉଛନ୍ତି ନିର୍ଭୀକ ସାମ୍ବାଦିକ l ଦେବତାମାନଙ୍କର ସତ୍ୟ ସମ୍ବାଦକୁ ଆଦାନ ପ୍ରଦାନ କରିଥିଲେ l ଉତ୍କଳମଣି ଗୋପବନ୍ଧୁ ଦାସ ଓ ଡ଼. ହରେକୃଷ୍ଣ ମହତାବ ସେମାନଙ୍କ ଖବର କାଗଜରେ ସର୍ବଦା ନିର୍ଭୀକ ଓ ସତ୍ୟ ସମ୍ବାଦ ଲୋକଲୋଚନକୁ ଆଣି ଚିର ସ୍ମରଣୀୟ ହୋଇରହିଛନ୍ତି l ଏହି ଦିବସରେ ଜିଲ୍ଲା ପ୍ରତିନିଧି ଓ ବ୍ଲକ ପ୍ରତିନିଧି ଅଂଶଗ୍ରହଣ କରିଥିଲେ l ଶେଷରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ କାମିନୀରଂଜନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ l

0
0
0
s2sdefault