ହେଡଲାଇନସ୍:

ପ୍ରଥମେ ବିଜେପି ଓ ଏବେ କଂଗ୍ରେସ ହରାଇଲା ଦୁଇ ବଡ଼ ନେତାଙ୍କୁ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଜେଡିର ସାମିଲ ହେଲେ ଚମ୍ପକେଶ୍ୱର ପୁରୋହିତ

ବରଗଡ :- ଉପନିର୍ବାଚନ ର ପ୍ରଚାର ମୈଦାନ କୁ ପ୍ରଚାର ପାଇଁ ଯିବା ପୂର୍ବରୁ ବିଜୁ ଜନତା ଦଳ ନିଜର ଶକ୍ତି ବଢ଼େଇବାରେ ଲାଗିଛି । ମୁଖ୍ୟତଃ ପଦ୍ମପୁର ସହର ଓ ଏହାର ଆଖପାଖ ଅଞ୍ଚଳର ବହୁ ବିରୋଧୀ ଦଳର କର୍ମୀ ଓ ନେତା ଇତି ମଧ୍ୟରେ ବିଜୁ ଜନତା ଦଳରେ ସାମିଲ ହୋଇ ସାରିଛନ୍ତି । ପ୍ରଥମେ ବିଜେପି ର ବାରିଷ୍ଟ ସଂଗଠକ ଶ୍ରୀ ରାଜୁ ଘିବେଳା ଙ୍କର ବିଜେପି ଛାଡି ବିଜେଡି ରେ ମିଶିବା ପରେ ଏବେ ପଦ୍ମପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ଓ କଂଗ୍ରେସ ବ୍ଲକ ସଭାପତି ଶ୍ରୀ ଚମ୍ପକେଶ୍ୱର ପୁରୋହିତ ଆଜି ବିଧିବଦ୍ଧ ଭାବରେ କଂଗ୍ରେସ ଛାଡି ପଦ୍ମପୁର ବିଜୁ ଜନତା ଦଳ ଅଫିସରେ ବିଜେଡି ରେ ଯୋଗଦାନ କରିଛନ୍ତି । ଶ୍ରୀ ପୁରୋହିତ ଙ୍କର ସହିତ ତାଙ୍କ ଶତାଧିକ ସମର୍ଥକ ଙ୍କୁ ବିଜୁ ଜନତା ଦଳ ସାଂଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ,ଦେବୀ ପ୍ରସାଦ ମିଶ୍ର,ପଦ୍ମପୁର ନିର୍ବାଚନ ପର୍ଯ୍ୟବେକ୍ଷକ ପୂର୍ବତନ ମନ୍ତ୍ରୀ ,ଭଟଲି ବିଧାୟକ ସୁଶାନ୍ତ ସିଂହ,କଳିକେଶ ସିଂହ ଦେଓ,ସରୋଜ ମେହେର, ପ୍ରଣବ ବଳବନ୍ତ ରାୟ,ମହିଧର ରଣା,ପ୍ରମୁଖ ବିଧାୟକ ମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଶ୍ରୀ ସିଂ କହିଥିଲେ ଯେ 1990 ପରେ ସ୍ବର୍ଗତ ବିଜୟ ବାବୁ ମାତ୍ର ଦୁଇ ଥର ନିର୍ବାଚିତ ହାରିଥିଲେ ଓ ପାଞ୍ଚ ଥର ଜିତି ଥିଲେ । ମୁଖ୍ୟତଃ ପଦ୍ମପୁର ବ୍ଲକ ରେ ବିଜେଡିକୁ କମ ଭୋଟ ମିଳୁଥିଲା । ଶ୍ରୀ ପୁରିହିତ ଙ୍କର ସହିତ ତାଙ୍କର ସମ୍ମର୍ଥକ ମାନେ ଆଜି ବିଜେଡି ରେ ସାମିଲ ହେବା ଦ୍ୱାରା ବିଜେଡି ପଦ୍ମପୁର ରେ ଆହୁରି ଅଧିକ ଶକ୍ତିଶାଳୀ ହୋଇଛି । ଏହି ବାବଦରେ ଆମେ ମୁଖ୍ୟମନ୍ତ୍ରୀ ଙ୍କୁ ମଧ୍ୟ ଜଣେଇ ସାରିଛୁ । ଆଗାମୀ ଦିନରେ ଶ୍ରୀ ପୁରୋହିତ ଓ ତାଙ୍କ ସହିତ ଦଳରେ ଯୋଗ ଦେଇଥିବା ସମସ୍ତ ନେତା ମାନଙ୍କୁ ବିଜୁ ଜନତା ଦଳ ଯଥେଷ୍ଟ ସମ୍ମାନ ପ୍ରଦାନ କରିବ । ବିଜେପି ଓ କଂଗ୍ରସ ସଭ୍ୟ ମାନଙ୍କ ବିଜେଡି ରେ ଯୋଗଦେଉଥିବ ପ୍ରଶ୍ନ ର ଉତ୍ତରରେ ଶ୍ରୀ ସିଂ କହିଥିଲେ ଯେ ପଦ୍ମପୁର ରେ ବିଜେପି ର ଯେଉଁ ପ୍ରାର୍ଥୀ ଅଛନ୍ତି ସେ କଥା କୁହା କପିଲା , ସେ କୋଣସି କାମ କରିବା ପରିବର୍ତେ କେବଳ ଭାଷଣ ଦିଅନ୍ତି । ଆଜି ଶ୍ରୀ ପୁରୋହିତ ଓ ତାଙ୍କର ସମ୍ମର୍ଥକ ମାନଙ୍କ ବିଜେଡିରେ ଯୋଗଦେବା ଦ୍ୱାରା ବିଜୁ ଜନତା ଦଳର ଭୋଟ ମାର୍ଜିନ ଆହୁରି ବଢିବ ।

0
0
0
s2sdefault