ଚାଲୁରହିବ ଅତ୍ୟାବଶ୍ୟକୀୟ ଯୋଗାଣ ଓ ଗାଡି ଚଳାଚଳ
ବରଗଡ :- ଆଜି ସକାଳ ରୁ ପାଇକମାଲ ରେ ଆରମ୍ଭ ହୋଇଥିବା ଗଣଧାରଣା ସ୍ଥଳରେ ଆନ୍ଦୋଳନ କାରୀ ମାନଙ୍କର ନିଷ୍ପତ୍ତି ମୁତାବକ ଆସନ୍ତା କାଲି ଅର୍ଥାତ 17 ଓ 18 ତାରିଖ ପାଇକମାଲ ଅଂଚଳର ସମସ୍ତ ଦୋକାନ, ବଜାର , ହୋଟେଲ, ଲଜ , ପନିପରିବା ମାର୍କେଟ ଆସନ୍ତା 48 ଘଣ୍ଟା ଅର୍ଥାତ ଦୁଇ ଦିନ ପାଇଁ ସମ୍ପୁର୍ଣ୍ଣ ଭାବରେ ବନ୍ଦ ରହିବ ।
ଏଠାରେ ସୂଚନାଯୋଗ୍ୟ ଯେ ପାଇକମାଲ ରେ ଏକ ଅତ୍ୟାଧୁନିକ CHC, ପାଇକମାଲ କୁ ଏନ ଏ ସି ର ମାନ୍ୟତା , ପଦ୍ମପୁର କୁ ଜିଲ୍ଲା ମାନ୍ୟତା ଓ ପାଇକମାଲ ରେ ଏକ ଗ୍ରୀଡ଼ ପ୍ରତିଷ୍ଠା ଦାବିକୁ ନେଇ ଆଜି ଅଂଚଳର ଅନେକ ସଂଗଠନ ଓ ସଂଘର କର୍ମକର୍ତ୍ତା ମାନେ ପାଇକମାଲ ମୁଖ୍ୟ ଛକ ରେ ଗଣଧାରଣ ଦେଇଥିଲେ । ଆଜି କୋଣସି ପ୍ରଜାର ଆଲୋଚନା ନ ହେବା କାରଣ ରୁ ବନ୍ଦ ନିଷ୍ପତ୍ତି ନିଆ ଯାଇଥିବା ଜଣା ପଡ଼ିଛି ।