ଚାଷୀ ଭାଇ ମାନଙ୍କ ଡରରେ କେନ୍ଦ୍ର ସରକାର ବୀମା ଟଙ୍କା ପ୍ରଦାନ କରିଛି :- ସୁଶାନ୍ତ ସିଂ
ମୁଁ କୁଆଡେ ଯିବି ନାହିଁ , ଏଇଠି ରହି ଆପଣଙ୍କ ସେବା କରିବି :- ବର୍ଷା
ବରଗଡ :- ବରଗଡ଼ ଜିଲ୍ଲା , ପଦ୍ମପୁର ନିର୍ବାଚନ ମଣ୍ଡଳୀର , ପାଇକମାଲ ଯୋନ 3 ରେ ଆଜି ନିର୍ବାଚନ ପୂର୍ବରୁ ବିଜୁ ଜନତାର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇ ଯାଇଛି । ଯୋନ ର ମୁଖ୍ୟ ନିର୍ବାଚନ ପରିଚାଳକ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଙ୍କର ସଭାପତିତ୍ୱରେ ଅୟୋଜିତ ଏହି ସଭାରେ ପଦ୍ମପୁର ଉପନିର୍ବାଚନ ପରିଚାଳନା ଦାଇତ୍ଵ ରେ ଥିବା ପୂର୍ବତନ ମନ୍ତ୍ରୀ ତଥା ଭଟଲି ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ସୁଶାନ୍ତ ସିଂ କର୍ମୀ ଓ ଜନସାଧାରଣ ଙ୍କୁ ଉଦ୍ବୋଧନ ଦେଇ ବିଜେପି ର ମିଥ୍ୟା ପ୍ରଚାର ରୁ ଦୁରେଇ ରହିବା ପାଇଁ କହିବା ସହିତ ରାଜ୍ୟରେ ବିକାଶ କୁ ନେଇ ବିରୋଧୀ ମାନଙ୍କ ଅପପ୍ରଚାର ଉପରେ ମନ୍ତବ୍ୟ ରଖିଥିଲେ । ଶ୍ରୀ ସିଂ କହିଥିଲେ ଯେ ଉପନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ତରଫରୁ ପୂର୍ବ ନିର୍ଦ୍ଧାରିତ ଅନୁସାରେ ପଦ୍ମପୁରର ବିକାଶ ପାଇଁ 458 କୋଟି ଟଙ୍କାର ପ୍ରକଳ୍ପ କୁ ମଞ୍ଜୁର କରାଯାଇଥିଲା କିନ୍ତୁ ବିଜେପିର କୁହାଳିଆ ନେତା ମାନେ ବିଧାୟକ ଙ୍କର ମୃତ୍ୟୁ ହେଲେ ବିକାଶ ହେଉଛି ବୋଲି କହିଥିଲେ , ଗତ ମାସ ମାନ୍ୟବର ମୁଖ୍ୟମନ୍ତ୍ରୀ ଭଟଲି ନିର୍ବାଚନ ମଣ୍ଡଳୀ ର ବିକାଶ ନିମନ୍ତେ 453 କୋଟି ଟଙ୍କାର ପ୍ରକଳ୍ପ କୁ ମଞ୍ଜୁର କରିଛନ୍ତି , ମୁଁ କଣ ମରି ଯାଇଛି ? ମୁଁ ସସରିରେ ଆପଣଙ୍କ ସମ୍ମୁଖରେ ଉପସ୍ଥିତ ଅଛି । ଯେଉଁ ଚାଷୀ ଭାଇ ମାନେ ଦୀର୍ଘ ଦିନରୁ ବୀମା ପାଇଁ ଆନ୍ଦୋଳନ କରୁଥିଲେ ଓ କେନ୍ଦ୍ର ସରକାର କର୍ଣ୍ଣପାତ କରୁନଥିଲେ ଆଜି କେନ୍ଦ୍ର ଚାଷୀ ଭାଇ ମାନଙ୍କ ବୀମା ଟଙ୍କା ଦେବାକୁ ବାଧ୍ୟ ହୋଇଛି । ଏଥିରୁ ସ୍ପଷ୍ଟ ଯେ ବିଜେପି ଓ କେନ୍ଦ୍ର ସରକାର ଚାଷୀ ଭାଇ ମାନଙ୍କ ସହିତ ସବୁବେଳେ ଅନ୍ୟାୟ କରି ଆସୁଛି । ଏହିଭଳି କୁହାଳିଆ ମିଛୁଆ ମାନଙ୍କୁ ପଦ୍ମପୁର ବାସୀ ଆଗାମୀ ଉପନିର୍ବାଚନ ରେ କଡା ଜବାବ ଦେବେ ବୋଲି କହିଥିଲେ ଶ୍ରୀ ସିଂ । ସଭାରେ ଉଦ୍ବୋଧନ ଦେଇ ସ୍ଵାସ୍ଥ୍ୟ ମନ୍ତ୍ରୀ ପଦ୍ମପୁର ରୁ ବିରୋଧୀ ଙ୍କୁ ଝାଡୁ କରି ସଫା କରିଦେବାକୁ ଲୋକଙ୍କୁ ନିବେଦନ କରିଥିଲେ ।
ଏହି ଉପନିର୍ବାଚନ ରେ ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ବର୍ଷା ସିଂ ବରିହା ନିଜର ସଂକ୍ଷିପ୍ତ ଅଭିଭାଷଣରେ ରେ କହିଥିଲେ ଯେ ଆପଣ ମାନେ ମୋର ବାପା ଙ୍କୁ 35 ବର୍ଷ ଧରି ଆଶୀର୍ବାଦ କରିଥିଲେ ମତେ ମଧ୍ୟ ନିଶ୍ଚିତ ଭାବରେ ଆଶୀର୍ବାଦ କରିବେ । ମୁଁ ଆପଣ ମାନଙ୍କର ଝିଅ , ଆପଣ ମାନଙ୍କ ସହିତ ସବୁବେଳେ ଏଇଠି ରହି ଅନ୍ୟ କୁଆଡକୁ ନାହିଁ । ଏକଥା କହି ବର୍ଷା ସେମାନଙ୍କ ସିଧାସଲଖ ଭାବରେ କଡା ଜବାବ ଦେଇଥିଲେ ଯେଉଁମାନେ ଗତ ଦୁଇ ଦିନ ହେବ କହୁଥିଲେ ସେ ପୁରୀ ଜିଲ୍ଲାର ବହୁ ବୋଲି ।
ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ବିଧାୟକ ଶ୍ରୀ ମନୋହର ରନ୍ଧାରୀ , ଉମାକାନ୍ତ ସାମନ୍ତରାୟ ,ଜଗନ୍ନାଥ ନାୟକ , ରମେଶ ବେହେରା , ସୁଶାନ୍ତ ରାଉତ , ଅର୍ପଣ ପ୍ରଧାନ ,ଜନ୍ମଜୟ ଲେଙ୍କା , ଦେବାଶିଷ ମାରାଣ୍ଡି , ଦେବାଶିଷ ମହାନ୍ତି, କୁମାରୀ ଦୀପାଳି ଦାସ , ନୂଆପଡା ବିଜୁ ଯୁବ ଜନତା ଦଳର ଅଧ୍ୟକ୍ଷ ଶ୍ରୀ ହରିଶ୍ଚନ୍ଦ୍ର ପଣ୍ଡା , ବରଗଡ଼ ଯୁବ ଜନତା ଦଳର ସଭାପତି ଶ୍ରୀ ପ୍ରଦ୍ୟୁମ୍ନ ତ୍ରିପାଠୀ ପ୍ରମୁଖ ଜନସାଧାରଣ ଙ୍କୁ ସମ୍ମୋଧନ କରିଥିଲେ ।