ହେଡଲାଇନସ୍:

ଉପନିର୍ବାଚନ ପାଇଁ ପ୍ରଶାସନିକ ପ୍ରସ୍ତୁତି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :-ପଦ୍ମପୁର ଉପନିର୍ବାଚନ କୁ ନିର୍ବାଚନ କମିଶନଙ୍କ ଗାଇଡ଼ଲାଇନ ମୁତାବକ ସୁଚାରୁ ରୂପରେ ସମ୍ପନ୍ନ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି କ୍ରମରେ ଆଜି ଛତିଶଗଡ଼ର ମହାସମୁନ୍ଦ ଓ ସାରଙ୍ଗଗଡ଼ ଜିଲ୍ଲାର ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ସହ ଅନ୍ତଃରାଜ୍ୟ ସୀମା ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ବରଗଡ଼ ସହିତ ପଡୋଶୀ ଛତିଶଗଡ଼ ରାଜ୍ୟର ସାରଙ୍ଗଗଡ଼ ଓ ମହାସମୁନ୍ଦ ର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ମାନେ ଯୋଗ ଦେଇ ପଦ୍ମପୁର ଉପ ନିର୍ବାଚନ ସମୟରେ ନିର୍ବାଚନ ନିର୍ଦ୍ଦେଶାବଳୀକୁ ପ୍ରଭାବୀ ଢଙ୍ଗରେ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ମିଟିଂ ରେ ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀ , ଆରକ୍ଷୀ ଅଧିକ୍ଷକ ଶ୍ରୀ ପି ସ୍ମିଥ ପରମାର , ଏମ କେ ଖୀରସଗାର ଜିଲ୍ଲାପାଳ ମହାସମୁନ୍ଦ , ଶ୍ରୀ ଭୋଜରାମ ପଟେଲ ଆରକ୍ଷୀ ଅଧିକ୍ଷକ ମହାସମୁନ୍ଦ , ଡାକ୍ତର ଫରିହା ଆଲାମ ଜିଲ୍ଲାପାଳ ସାରଙ୍ଗଗଡ଼ ,ଶ୍ରୀ ରାଜେଶ କୁକରେଜା ଆରକ୍ଷୀ ଅଧିକ୍ଷକ ସାରଙ୍ଗଗଡ଼ ପ୍ରମୁଖ ଯୋଗ ଦେଇଥିଲେ ।।

0
0
0
s2sdefault