ହେଡଲାଇନସ୍:

ସାମ୍ବାଦିକ ସମ୍ମଳିନୀ ବିଜେପିର ଚାଷୀ ବିରୋଧି ନୀତିକୁ ପଦାରେ ପକାଇଲା: ବିଜେଡି

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 
  •   ଚାଷୀଙ୍କ ଇନପୁଟ୍‍ ସବସିଡିକୁ ବିରୋଧ ବିଜେପିକୁ ମହଙ୍ଗା ହେବ

  •  ପଦମପୁରର ଚାଷୀମାନେ ଏହାର ଉଚିତ୍‍ ଜବାବ ଦେବେ

ଭୁବନେଶ୍ୱର: ଆଜି ବିଜେପିର ସାମ୍ବାଦିକ ସମ୍ମିଳନୀ ପୁଣିଥରେ ଓଡିଶା ବିଜେପିର ଚାଷୀ ବିରୋଧୀ ମନୋଭାବକୁ ପଦାରେ ପକାଇଛି । ଚାଷୀମାନେ ଏହାର ଉଚିତ୍‍ ଜବାବ ଦେବେ ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଗୌତମବୁଦ୍ଧ ଦାସ । ଶ୍ରୀ ଦାସ କହିଛନ୍ତି ଯେ ଯେପରି ସେମାନେ ଚାଷୀଙ୍କ ଫସଲ ବୀମା ଦେୟକୁ ଅଟକାଇ ଥିଲେ, ଏବେ ଏଭଳି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଇନପୁଟ ସବସିଡି ରୋକିବାକୁ ଚେଷ୍ଟା କରୁଛନ୍ତି, ଯାହା ଗତକାଲି ଓଡିଶାର ଚାଷୀଙ୍କ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଘୋଷଣା କରାଯାଇଥିଲା । ଓଡିଶାର ଚାଷୀଙ୍କୁ ସହାୟତା କରିବାପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଇନପୁଟ୍ ସବସିଡି ଭଳି ଏକ ମହତ୍ୱପୂର୍ଣ ପଦକ୍ଷେପକୁ ପ୍ରଶଂସା କରିବା ପରିବର୍ତ୍ତେ ବିଜେପି ଏହାକୁ ଚକିତ, ଦୁର୍ଭାଗ୍ୟଜନକ ଏବଂ ଦୁଃଖଦାୟକ ବୋଲି କହିଛି । ବିଜେପି ଏବେ କଟା ଘା’ରେ ଲୁଣ ଛିଞ୍ଚୁଛି । ଗୋଟିଏ ହାତରେ ସେମାନେ ଫସଲ ବୀମାକୁ ଅଟକାଉଥିବାବେଳେ ଏବେ ଅନ୍ୟ ହାତରେ ଇନପୁଟ୍ ସବସିଡି ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି । ଏହା ବିଜେପିର ଚାଷୀ ତଥା ଚାଷ ବିରୋଧୀ ନୀତିକୁ ପଦାରେ ପକାଇ ଦେଇଛି । ଓଡିଶାର ଚାଷୀ ବିଶେଷକରି ପଦମପୁରର ଚାଷୀମାନେ ସେମାନଙ୍କର ଫସଲ ବୀମାକୁ ଅଟକାଇଥିବାରୁ ବିଜେପି ଉପରେ ରାଗିଥିଲେ ଏବଂ ବର୍ତ୍ତମାନ ଶ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଦେଉଥିବା ଇନପୁଟ୍ ସବସିଡିକୁ ସମାଲୋଚନା କରୁଥିବା ବିଜେପିକୁ ଚାଷୀମାନେ ଏହାର ଉଚିତ ଜବାବ ଦେବେ ବୋଲି ଶ୍ରୀ ଦାସ କହିଛନ୍ତି ।

0
0
0
s2sdefault