ହେଡଲାଇନସ୍:

ଉପନିର୍ବାଚନ ପୂର୍ବରୁ ବିଜେଡି ର ପ୍ରସ୍ତୁତି ବିରାଟ ଜନସଭା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାଜ୍ୟ ସରକାରଙ୍କ ବିକାଶ କୁ ନେଇ ଲୋକଙ୍କ ପାଖକୁ ଯିବୁ :- ବିଜେଡି

ବରଗଡ :- ବରଗଡ଼ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ହେବାକୁ ଯାଉଛି ଉପନିର୍ବାଚନ । ଆସନ୍ତା କାଲି ନାମାଙ୍କନ ଦାଖଲ କରିବାର ଶେଷ ତାରିଖ । ମତଦାନ ଦିନ ଯେତିକି ପାଖେଇ ଆସୁଛି , କେବେ ଉପନିର୍ବାଚନ ର ସମ୍ମୁଖୀନ ହୋଇନଥିବା ପଦ୍ମପୁର ବାସୀ ଙ୍କର କୌତୁହଳ ସେତିକି ବୃଦ୍ଧି ପାଇବାରେ ଲାଗିଛି । ଏହା ସହିତ ସରକାରୀ ସ୍ଥାରରେ ମଧ୍ୟ ଉପନିର୍ବାଚନ କୁ ନେଇ ପ୍ରସ୍ତୁତି ଜୋରଦାର ଥିବା ବେଳେ , ରାଜନୈତିକ ପାଣି ପାଗ ପୁରା ସରଗରମ ରହିଛି । ଶୀତୁଆ ସଞ୍ଜ ଓ ସକାଳ ଗରମ ହୋଇ ପଡିଛି । ବର୍ତ୍ତମାନ ସୁଦ୍ଧା ପ୍ରଚାର ପ୍ରସାର ଉପରେ ନଜର ଦେଲେ ସ୍ପଷ୍ଟ ବାରି ହୋଇ ପଡୁଛି ବିଜେଡି ସବା ଆଗରେ । ପଦ୍ମପୁର ଇତିହାସ ରେ ପ୍ରଥମ ଆଦିବାସୀ ମହିଳା ବର୍ଷା ସିଂ ବାରିହା ଙ୍କୁ ନିଜର ଦଳୀୟ ପ୍ରାର୍ଥୀ କରି ଏହି ଉପନିର୍ବାଚନ ରେ ରେକର୍ଡ ଭୋଟ ବ୍ୟବଧାନ ରେ ବିଜୟ ହେବାର ଲକ୍ଷ ରଖିଛି ବିଜୁ ଜନତା ଦଳ । ବିଜୟର ଲକ୍ଷ ହାସଲ କରିବା ପାଇଁ କଠୋର ପରିଶ୍ରମ କରୁଛନ୍ତି ବିଜେଡି ର ନେତୃ ମଣ୍ଡଳୀ ତଥା କର୍ମୀ ।
ଆଜି ପାଇକମାଲ ଯୋନ ଏକ ର ବରତୁଣ୍ଡା ଗ୍ରାମରେ ବିଜୁ ଜନତା ଦଳର ଏକ ବିରାଟ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ଯୋନ ର ବରତୁଣ୍ଡା, ମାଣ୍ଡୋସିଲ , ଜାମସେଠ , ଛୀଂଦେଇକେଲା, ଝାରବନ୍ଧ, କାଂଶଡା ଓ ଝିଟିକି ପଞ୍ଚାୟତ ରୁ ପ୍ରାୟ ଦୁଇ ହଜାର ରୁ ଉର୍ଦ୍ବ ମହିଳା ଙ୍କର ସମେତ ଚାରି ହଜାର ରୁ ଉର୍ଦ୍ବ ଦଲୀୟ କର୍ମୀ ଓ ସାଧାରଣ ଜନତା ଯୋଗ ଦେଇଥିଲେ । ବର୍ଷା ସିଂ ବାରିହା ଜଣେ ଉଛ ଶିକ୍ଷିତ ମହିଳା ,ସେ ହେଉଛନ୍ତି ପଦ୍ମପୁର ନିର୍ବାଚନ ମଣ୍ଡଳୀର ପ୍ରଥମ ଆଦିବାସୀ ମହିଳା ବିଧାୟକ ପ୍ରାର୍ଥୀ । ବିଜୁ ଜନତା ଦଳ ମାନ୍ୟବର ମୁଖ୍ୟ ମନ୍ତ୍ରୀ ସବୁବେଳେ ମାଁ କୁ ସମ୍ମାନ ର ନୀତି ଅବଲମ୍ବନ କରିଥାନ୍ତି । ବର୍ଷା ଙ୍କୁ ଦଳୀୟ ପ୍ରାର୍ଥୀ କରି ମୁଖ୍ୟମନ୍ତ୍ରୀ ଏହି ଉକ୍ତି କୁ କାର୍ଯରେ ପରିଣତ କରି ଦେଖାଇ ଦେଇଛନ୍ତି । ପଦ୍ମପୁର ଉପନିର୍ବାଚନ ରେ ଲୋକେ ଏଥର ଭାଷଣ ବାଜି ଓ ମିଥ୍ୟା ପ୍ରତିଶ୍ରୁତି ଦେଉଥିବା ଲୋକଙ୍କୁ ଉଚିତ ଜବାବ ଦେଇ ମୁଖ୍ୟମନ୍ତ୍ରୀ ଙ୍କର ବିକାଶ କୁ ଆଗେଇ ନେବା ପାଇଁ ପଦ୍ମପୁର ଉପନିର୍ବାଚନ ରେ ବିଜୁ ଜନତା ଦଳର ପ୍ରାର୍ଥୀ ବର୍ଷା ସିଂ ବାରିହା ଙ୍କର ସପକ୍ଷରେ ମତଦାନ କରିବେ ବୋଲି ସଭାରେ ନେତୃ ମଣ୍ଡଳୀ ଲୋକଙ୍କୁ ଅନୁରୋଧ କରିଥିଲେ । ଏହି ସଭାରେ ବିଜୁ ଜନତା ଦଳର ପାଇକମାଲ ବ୍ଲକ ଦାୟିତ୍ୱରେ ଥିବା ରାଜ୍ୟ ସରକାରଙ୍କ ସ୍ଵାସ୍ଥ୍ୟମନ୍ତ୍ରୀ ଶ୍ରୀ ନବକିଶୋର ଦାସ , ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ , ନୟାଗଡ଼ ବିଧାୟକ ଡାକ୍ତର ଅରୁଣ କୁମାର ସାହୁ , କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ , ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ , ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରି , ପୂର୍ବତନ ବିଧାୟକ ଶ୍ରୀ ମାନସ ମାଡକାମୀ , ବିଜୁ ଜନତା ଦଳର ସମ୍ପାଦକ ଶ୍ରୀ ଶୈଳେଶ ଦାନୀ, ତାମଡା ର ଅଧ୍ୟକ୍ଷ ଶ୍ରୀ ଅବନୀ ସାହୁ , ପ୍ରମୂଖ ଉପସ୍ଥିତ ଜନସାଧାରଣ ଙ୍କୁ ଓ କର୍ମୀ ମାନଙ୍କୁ ସମ୍ମୋଧନ କରି ବର୍ଷା ସିଂ ବାରିହା ଙ୍କୁ କେମିତି ବିପୁଳ ଭୋଟ ବ୍ୟବଧାନ ରେ ବିଜୟୀ କରାଯିବ ତା ଉପରେ ଆଲୋକ ପାତ କରିଥିଲେ ।

0
0
0
s2sdefault