ହେଡଲାଇନସ୍:

ଚାରି ଦଫା ଦାବି ନେଇ ପାଇକମାଲ ମୁଖ୍ୟ ଛକ ରେ ଗଣ ଧାରଣା

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ବରଗଡ :- ଆଉ ମାତ୍ର କିଛି ଦିନ ବାକି ରହିଲା ପଦ୍ମପୁର ଉପନିର୍ବାଚନ । ଅନେକ ସମସ୍ୟା ଭିତର ଦେଇ ଗତି କରୁଥିବା ପାଇକମାଲ ଅଞ୍ଚଳ ର ଲୋକେ ଆଜି ଚାରି ଗୋଟି ମୁଖ୍ୟ ସମସ୍ୟା କୁ ନେଇ ପାଇକମାଲ ମୁଖ୍ୟ ଛକ ରେ ଗଣ ଧାରଣା ରେ ବସିଛନ୍ତି । ଏହି ଗଣଧାରଣା କୁ ପାଇକମାଲ ଅଂଚଳର ଅଧିକାଂଶ ସଙ୍ଘ ଗୁଡିକର ସମ୍ମର୍ଥନ ରହିଛି । ପାଇକମାଲ ରେ ଏକ ନିୟମିତ CHC ଅତ୍ୟଧିକ ଆବଶ୍ୟକତା ରହିଛି । ପାଇକମାଲ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଏହି ଅଞ୍ଚଳର ପ୍ରାୟ ଦେଢ଼ ଲକ୍ଷ ରୁ ଅଧିକ ଲୋକ ନିର୍ଭର କରନ୍ତି କିନ୍ତୁ ଦୁଖଃ ର ବିଷୟ ଯେ ପାଇକମାଲ ରେ ଜଣେ ଡାକ୍ତର ବିଶିଷ୍ଠ ଏକ PHC ରହିଛି । ବହୁ ପୁରୁଣା ଦାବି ବର୍ତ୍ତମାନ ସୁଦ୍ଧା ପୂରଣ ହୋଇ ପାରିନାହିଁ । ସେହିଭଳି ଅଂଚଳରେ ଘନ ଘନ ବିଦ୍ୟୁତ କାଟ ଓ ଲୋ ଭୋଲଟେଜ ସମସ୍ୟା ଦୀର୍ଘ ବର୍ଷ ରୁ ଲାଗିରହିଛି । ମୁଖ୍ୟତଃ ଗ୍ରୀଷ୍ମ ଋତୁ ରେ ସହରାଞ୍ଚଳରେ 6 ରୁ 8 ଘଣ୍ଟା ଓ ଗ୍ରାମାଞ୍ଚଳରେ 10 ରୁ ପନ୍ଦର ଘଣ୍ଟା ବିଦ୍ୟୁତ କାଟ ସ୍ୱଭାଭିକ । ଏଣୁ ନିୟମିତ ବିଦ୍ୟୁତ ଯୋଗାଣ ପାଇଁ ପାଇକମାଲ ରେ ଏକ ଗ୍ରୀଡ଼ ପାଇଁ ବହୁ ବର୍ଷ ହେଲା ଲୋକେ ଦାବି କରି ଆସୁଛନ୍ତି । ସେହିଭଳି ପାଇକମାଲ ପଞ୍ଚାୟତ କୁ ଏକ ଏନ ଏ ସି ର ମାନ୍ୟତା ପ୍ରଦାନ କରିବା ସହିତ ପଦ୍ମପୁର ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ଦାବିରେ ଆଜି ଗଣଧାରଣା ଆରମ୍ଭ କରାଯାଇଛି । ଦାବି ଯଦି ପୂରଣ ନ ହୁଏ ତେବେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଆନ୍ଦୋଳନ କାରୀ ମାନେ କହିଛନ୍ତି ।

0
0
0
s2sdefault