ହେଡଲାଇନସ୍:

ଜିଲ୍ଲା ସ୍ତରୀୟ ଅମଲା ଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବର ପ୍ରତିବାଦ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଙ୍କ ଜରିଆରେ ଅମଲା ସଙ୍ଘର ଦାବି ପତ୍ର

ନବରଙ୍ଗପୁର/ ଜିଲ୍ଲା ପ୍ରତିନିଧି ଅଶୋକ ସାହୁ : ଜିଲ୍ଲା ସ୍ତରୀୟ ଅମଲା ଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ବର୍ଷବର୍ଷ ଧରି ସଚିବାଳୟର ନାଲିଫିତା ତଳେ ଚାପିରହିବା ଅତି ପରିତାପ ବିଷୟ ହୋଇଛି । ଏହାକୁ ବିରୋଧ କରି ଓଡ଼ିଶା ଅମଲା ସଙ୍ଘ ଆଜି ମଧ୍ୟାହ୍ନ ସମୟରେ ତିରିଶ ଗୋଟି ଜିଲ୍ଲା ରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ମାନନୀୟ ଜିଲ୍ଲାପାଳ ଙ୍କ ଜରିଆରେ ଦାବୀପତ୍ର ଦେବା ପାଇଁ ଦିନ ଧାର୍ଯ୍ୟ କରିଥିବାରୁ ନବରଙ୍ଗପୁର ଶାଖା ଆମ୍ବେଦକ ଛକ ଠାରୁ ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ମୋଟର ସାଇକେଲ ରେଲି ଯାଇ ନିଜ ଦାବୀ ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ରଙ୍କ ବାସ ଭବନ କାର୍ଯ୍ୟାଳୟ ରେ ପ୍ରଦାନ କରିଥିଲେ । ୨୦୧୭ ମସିହା ରେ ବ୍ଲକ୍ ଠାରୁ ସଚିବାଳୟ ପର୍ଯ୍ୟନ୍ତ ପ୍ରତ୍ୟେକ ଅମଲା ଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ରଖିଥିଲେ ହେଁ ଦରମା ପ୍ରଦାନ ରେ ପାତର ଅନ୍ତର ରଖିଛନ୍ତି । ଏପରିକି ଜଣେ ଗ୍ରୁପ୍ ଡି କର୍ମଚାରୀ ଗ୍ରେଡ଼ ପେ ୧୮୦୦/- ପାଉଥିବା ସ୍ଥଳେ ଜଣେ କନିଷ୍ଠ ଅମଲା ୧୯୦୦/- ରେ ନିଜ ସପ୍ତମ ବେତନ ହାର ପାଉଛି । ପୁଣି ସଚିବାଳୟ କର୍ମଚାରୀ ଏସି ରେ ବସି କାମ କରୁଥିବା ବେଳେ ଜିଲ୍ଲା ସ୍ତରୀୟ ଅମଲା ବଣ ଜଙ୍ଗଲ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ରହି କାମ କରୁଛି । ଉପର ମହଲା ର ସମସ୍ତ ସ୍କିମ୍ କୁ ସୂଚାରୁ ରୂପେ ସଫଳ କରିବାରେ ଏହି ଅମଲା ତୃଣମୂଳ ସ୍ତରରେ କାମ କରି ଅତି ଦୟନୀୟ ପରିସ୍ଥିତି ର ସାମ୍ନା କରୁଛି । ପେଟ ପାଟଣା ର ଅସହ୍ୟ ଦୁଃଖ କୁ ସହି ନ'ପାରିବାର ଦୁଃଖ ହିଁ ଏହି ଆନ୍ଦୋଳନ ର ମୁଖ୍ୟ ବିଷୟ ବା ଏକ ମାତ୍ର ଦାବୀ ମିଶନ ୪୨୦୦/- ଗ୍ରେଡ ପେ କନିଷ୍ଠ ଅମଲା ଙ୍କୁ ପ୍ରଦାନ କରିବା ।

ଏହି ରେଲି ଶାଖା ସଂଘ ର ଅଧ୍ୟକ୍ଷ କୈଳାସ ସାମନ୍ତରା, ଉପଦେଷ୍ଟା ଭାଗୀ ମହାନ୍ତି , ଏମ. ବାଳକୃଷ୍ଣ ରାଓ ଙ୍କ ସହିତ ଦିଲ୍ଲୀପ ସାହୁ, ସିଦ୍ଧେଶ୍ୱରୀ ବେନ୍ଯା, ପ୍ରଦୀପ ଦଳେଇ, ରଞ୍ଜିତ ଷଡ଼ଙ୍ଗୀ, ଅରୁଣ ରଥ ପରିଚାଳନା କରିଥିଲେ । ଜିଲ୍ଲା ସ୍ତରର କୃଷି, ଉଦ୍ୟାନ, ସ୍ବାସ୍ଥ୍ୟ, ଶିକ୍ଷା, ପୂର୍ତ୍ତ, ବନ , ଶିଳ୍ପ ଇତ୍ୟାଦି ୨୧ ଟି ବିଭାଗ ର ଅମଲା ମାନେ ଏଥିରେ ଅଂଶ ଗ୍ରହଣ କରିଥିଲେ । ଓଡ଼ିଶା ଅମଲା ସଙ୍ଘ ର ଭୁବନେଶ୍ୱର ଚାଲ ଅଭିଯାନ ଆସନ୍ତା ୨୭ ତାରିଖ ରେ ଥିବାରୁ ଏହି କାର୍ଯ୍ୟକ୍ରମ ଜିଲ୍ଲା ସ୍ତରୀୟ ଅମଲା ଙ୍କୁ ଅଣ୍ଟା ଭିଡ଼ି ବାରେ ଠୋସ ପ୍ରେରଣା ଯୋଗାଇ ସୃଦୃଢ଼ କରାଇବ ବୋଲି ଅନୁମାନ ହୋଇଥିଲା ।

0
0
0
s2sdefault