ଭଞ୍ଜନଗର : ମହାନ୍ କ୍ରାନ୍ତିକାରୀ ବିପ୍ଳବୀ ବିର୍ସା ମୁଣ୍ଡା ଙ୍କ ୧୪୭ ତମ ଜନ୍ମ ଜୟନ୍ତୀରେ ଅବସରରେ ଆଦିବାସୀ ଭାରତ ମହାସଭା ପକ୍ଷରୁ ଭଞ୍ଜନଗର ଠାରେ ଆଦିବାସୀ ମେଳି ଅନୁଷ୍ଠିତ ହୋଇଯାଇଛି। ଶତାଧିକ ଆଦିବାସୀ ମହିଳା ଓ ପୁରୁଷ ଏକାଠି ହୋଇ ଭଞ୍ଜନଗର ବସଷ୍ଟାଣ୍ଡ ଠାରୁ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଭଞ୍ଜନଗର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ମୂଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳ ଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ । ସ୍ମାରକପତ୍ର ରେ କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ଜଙ୍ଗଲ ସଂରକ୍ଷଣ ନିୟମାବଳୀ ୨୦୨୨ ପ୍ରତ୍ୟାହାର, ଜଙ୍ଗଲ ଅଧିକାର ଆଇନ ୨୦୦୫ ଅନୁଯାୟୀ ଆଦିବାସୀଙ୍କୁ ତୁରନ୍ତ ଜଙ୍ଗଲ ଜମିର ପଟ୍ଟା ପ୍ରଦାନ କରିବା, ଆଦିବାସୀଙ୍କ ନାମରେ ଥିବା ଜମିକୁ ଚିହ୍ନଟ କରିବା, ଆଦିବାସୀ ଓ ଅଣ ଆଦିବାସୀଙ୍କ ମଧ୍ୟରେ ହେଉଥିବା ସଂଘର୍ଷର ସ୍ଥାୟୀ ସମାଧାନ, ଆଦିବାସୀ ଓ ପାରମ୍ପରିକ ବନବାସୀଙ୍କୁ ନିଜ ହକ ପ୍ରଦାନ କରିବା ସହ ଜୀବନ ଓ ଜୀବିକା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ବ୍ୟାପକ ଆଇନ, ଆନ୍ଧ୍ର ଓ ଗୁକରାଟ ଜମି ମାଫିଆମାନେ ଜମି ଦଲାଲ ଓ ସରକାରୀ କଳକୁ ହାତେଇ ଫର୍ଜି ପଟ୍ଟା ତିଆରା କରି ଆଦିବାସୀଙ୍କ ଅଧିକାରକୁ ହରିଲୁଟ କରି ଆସୁଥିବା ଏବଂ ଜଙ୍ଗଲ ଓ ପରିବେଶ ଧ୍ୱଂସଂ କରି ଆଇନ ଶୃଙ୍ଖଳାକୁ ବିପର୍ଯ୍ୟସ୍ତ କରୁଥିବା ଜମି ମାଫିଆ ଙ୍କୁ ଦୃଢ଼ ହସ୍ତରେ ଦମନ କରିବା ସହ ଫର୍ଜି ପଟ୍ଟାକୁ ରଦ୍ଧ କରି ଆଦିବାସୀଙ୍କ ନାମରେ ପଟ୍ଟା ପ୍ରଦାନ କରିବା ଦାବୀ କରାଯାଇଛି। ଏଥିରେ ଆଦିବାସୀ ଭାରତ ମହାସଭା ର ରାଜ୍ୟ ଆବାହକ କମ୍ରେଡ ଟୁନା, ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ବୁଗୁଡ଼ା ବ୍ଳକ ସଭାପତି ବଳଭଦ୍ର ମଳିକ, ରାମ୍ପୋର ଚିତ୍ରସେନ ଜାନି, କଣ୍ଡରାଇ ର ନିଧିଆ ପ୍ରଧାନ, କ୍ରାନ୍ତିକାରୀ ମହିଳା ସଂଘର ନେତ୍ରୀ ସଂଧ୍ୟା ରାଣୀ ପ୍ରଧାନ, କ୍ରାନ୍ତିକାରୀ କୃଷକ ସଭା ର କାର୍ତିକ ପ୍ରଧାନ, ବିପ୍ର ଜାନି, ସନ୍ତୋଷ ପ୍ରଧାନ, ସି.ପି.ଆଇ(ଏମ୍ ଏଲ୍) ରେଡ୍ ଷ୍ଟାର ର ଜିଲ୍ଲା ସମ୍ପାଦକ କମ୍ରେଡ ଶଙ୍କର, ଶ୍ରମିକ କର୍ମଚାରୀ ସମନ୍ବୟ ସମିତିର ନେତା ହରେକୃଷ୍ଣ ସାହୁ, ଯୁବ ନେତା ଦିଲ୍ଲୀପ ସମେତ ବହୁ ଆଦିବାସୀ ମହିଳା ପୁରୁଷ ଉପସ୍ଥିତ ଥିଲେ।
ରାଜ୍ୟ
ଭଞ୍ଜନଗର ରେ ଆଦିବାସୀ ଙ୍କ ବିକ୍ଷୋଭ ଓ ସ୍ମାରକପତ୍ର ପ୍ରଦାନ
- Hits: 247