ଶିଶୁର ମନସ୍ତତ୍ତ୍ୱ କୁ ନେଇ ତାର ମୂଲ୍ୟବାନ ଜୀବନକୁ ସମାଜର ସବୁବର୍ଗର ଲୋକେ ସହଯୋଗ କରିବାକୁ ପଡ଼ିବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପ୍ରଗତି ମହିଳା ସଂଗଠନ, ପାରଳାଖେମୁଣ୍ଡି ଏବଂ ୟୁ-ଟେକ୍ କଂପ୍ୟୁଟର ଶିକ୍ଷା କେନ୍ଦ୍ର , ପାରଳାଖେମୁଣ୍ଡି ମିଳିତ ସହଯୋଗରେ ସ୍ଥାନୀୟ ୟୁ-ଟେକ୍ କେନ୍ଦ୍ର ଠାରେ "ଶିଶୁ ଦିବସ" ପାଳିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ପଣ୍ଡିତ ନରସିଂହ ଗୌଡ , ମୁଖ୍ୟ ବକ୍ତା ସାହିତ୍ୟ ଏକାଡେମୀ ଗଜପତି ଜିଲ୍ଲା ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା , ସମ୍ମାନିତ ଅତିଥି ଭାବେ ଲୋକନାଥ ମିଶ୍ର ଯୋଗଦାନ କରିଥିବା ବେଳେ କଳ୍ପନା ପଟ୍ଟନାୟକ ସଭାପତିତ୍ବରେ ସଂପାଦିକା ତନୁଜା ଶତପଥି ସ୍ଵାଗତ ସମ୍ଭାଷଣ ଦେଇଥିଲେ।
ପ୍ରାଥମିକ ସ୍ତର ଠାରୁ ମହାବିଦ୍ୟାଳୟ ଯାଏ ହସ୍ତକଳା , ତର୍କ , ଚିତ୍ରକଳା , ନୃତ୍ୟ , ସଙ୍ଗୀତ ପରିବେଷଣ କରିଥିଲେ। ସମସ୍ତ ବିଜୟୀ ମାନଙ୍କୁ ପ୍ରମାଣ ପତ୍ର ଏବଂ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯାଇଥିଲା।
ତ୍ରିପତି ପଣ୍ଡା , ପ୍ରମୋଦ ପାଢ଼ୀ , ମାନସୀ ପଣ୍ଡା , ପ୍ରଫୁଲ୍ଲ ବେବର୍ତ୍ତା , ଶ୍ରୀନିବାସ ଗୟା , ମାମୀ , ଶରତ ପ୍ରଧାନ ପରିଚାଳନା କରିଥିବାବେଳେ ସବିତା ପଣ୍ଡିତ ପରିଚୟ ପ୍ରଦାନ ଓ ଭାଗବତ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault