ଟାଟାଷ୍ଟିଲମାଇନିଂ ପକ୍ଷରୁ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ପାଇଁ ପରିବେଶ ତଥା ଖଣିଜ ସଚେତନତା ଅଧିବେସନ ଆୟୋଜିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁକିନ୍ଦା,: ଟାଟାଷ୍ଟିଲମାଇନିଂଲିମିଟେଡ଼ (ଟିଏସ୍ଏମ୍ଏଲ୍) ସହାୟତାରେ ଏହାର ସୁକିନ୍ଦା କ୍ରୋମାଇଟ୍ ଖଣିରେ ଜିଓ ସାଇଣ୍ଟିଷ୍ଟ ଆଣ୍ଡ ଆଲାଇଡ଼ ଟେକ୍ନୋଲୋଜିଷ୍ଟସ୍ (ଏଓ୍ଜିଏଟି) ଙ୍କ ପକ୍ଷରୁ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ପାଇଁ ଆଞ୍ଚଳିକ ପରିବେଶ ତଥା ଖଣିଜ ସଚେତନତ ।କାର୍ଯ୍ୟକ୍ରମ (ଇଏମ୍ଏପି), ୨୦୨୨-୨୩ ଆୟୋଜିତ ହୋଇଯାଇଛି । ଓଡ଼ିଶାର ଖଣି ଅଞ୍ଚଳରେ ରହୁଥିବା ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ମଧ୍ୟରେ ଖନନ ଓ ପରିବେଶ ସୁରକ୍ଷା ଉପରେ ସଚେତନତା ସୃଷ୍ଟିକରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ।

ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୨୦ଟି ସ୍କୁଲ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ପ୍ରତ୍ୟେକ ବିଦ୍ୟାଳୟରୁ ୨ ଜଣ ୯ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କସହିତ ଜଣେ ଶିକ୍ଷକଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମରେ ଭାଗନେଇଥିଲେ । ଖଣି ପରିଦର୍ଶନ ଏବଂ ପ୍ରବନ୍ଧ ଲିଖନ, ଖଣିଜ ପଥର ଚିହ୍ନଟ ଏବଂ କୁଇଜ ପ୍ରତିଯୋଗିତ । ସହିତ ଏହ ି କାର୍ଯ୍ୟକ୍ରମସମାପ୍ତ ହୋଇଥିଲା । ସାମଗ୍ରିକ ବିଭାଗରେ ଦୈତାରୀ ଉଚ୍ଚ ବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଯାଜପୁରରସେଣ୍ଟମେରୀ ବିଦ୍ୟାଳୟ ଦ୍ୱିତୀୟ ସ୍ଥାନରେ ରହିଥିଲା ।

ଏହି କାର୍ଯ୍ୟକ୍ରମ ଆୟୋଜନରେ ଖୁସି ପ୍ରକାଶ କରି ଟିଏସ୍ଏମ୍ଏଏଲ୍ର ପରିଚାଳନା ନିଦେ୍ର୍ଧଶକ ପଙ୍କଜ ସତିଜ ।କହିଛନ୍ତି ଯେ, “ଯୁବବର୍ଗଙ୍କୁ ଖଣିଜ ପଦାର୍ଥ ସଂରକ୍ଷଣ ଓ ପରିବେଶ ସୁରକ୍ଷା ଉପରେ ସଚେତନ କରିବା ଦିଗରେ ଏସ୍ଜିଏଟିର କାର୍ଯ୍ୟ ପ୍ରଶଂସନୀୟ । ଆମେ ଖଣିରେ ବହ ସମୟ ଧରି ଏହି କାର୍ଯ୍ୟରେ ଜଡ଼ିତ ରହିଛୁ । ଯାହା ଦ୍ୱାରା ଦେଶର ଭବିଷ୍ୟତ ନାଗରିକ କାର୍ଯ୍ୟକ୍ରମରୁ ମିଳିଥିବାଜ୍ଞାନକୁ ଆଗେଇ ନେବା ସହିତ ଏହାକୁ କାର୍ଯ୍ୟକାରୀ କରିପାରିବେ ।”

ଏହି କାର୍ଯ୍ୟକ୍ରମରେ ଖଣି ଉପ ନିଦେ୍ର୍ଧଶକଙ୍କ କାର୍ଯ୍ୟାଳୟର ସହକାରୀ ଖନନ ଅଧିକାରୀ ଇଶ୍ୱର ପ୍ରଧାନ ଏବଂ ରଣଜିତ୍ କୁମାର ଦାସଙ୍କ ସହିତ ଏସ୍ଜିଏଟିର ଯୁଗ୍ମ ସଚିବ ଜୀବନ ମହାପାତ୍ର ଏବଂଏସ୍ଜିଏଟିର ଉପାଧ୍ୟକ୍ଷ ସୁଜିତ କୁମାର ମହାନ୍ତି ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଟିଏସ୍ଏମ୍ଏଲ୍ର ବରିÂମହା ପ୍ରବନ୍ଧକ ସୁଶାନ୍ତ କୁମାର ମିଶ୍ରଏବଂ ବରିÂକ ।ର୍ଯ୍ୟନିର୍ବାହୀ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଓଡ଼ିଶା ସରକାରଙ୍କଖଣି ନିଦେ୍ର୍ଧଶାଳୟ ସହଭାଗିତାରେ ଓଡ଼ିଶାର ପ୍ରତିÂିତ ଖନନ ସଂସ୍ଥାତତ୍ତ୍ୱାବଧନାରେ ୩୦ରୁ ଊଦ୍ଧ୍ୱର୍ ବର୍ଷ ଧରି ଏହିକାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।

 

0
0
0
s2sdefault