"ଚାଷୀ ଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛି କେନ୍ଦ୍ର ଓ ବିଜେପି"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ତୁମ ହାତରେ ଥିଲା , ଦେବାକୁ ଏତେ ବିଳମ୍ବ କାହିଁକି କଲ :- ସୁଶାନ୍ତ ସିଂ

ବରଗଡ :-ଆଜି କେନ୍ଦ୍ର କୃଷିମନ୍ତ୍ରୀ ବରଗଡ଼ ଜିଲ୍ଲାର ଗତ 2021 ର କୃଷି ବୀମା ବାବଦରେ ଅଂଚଳର ଚାଷୀ ମାନଙ୍କ ପ୍ରାପ୍ୟ ପ୍ରଦାନ କରିବାକୁ HDFC କୁ ନିର୍ଦେଶ ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଗତ ଏକ ବର୍ଷ ରୁ ବୀମା ଟଙ୍କା ପାଇବା ପାଇଁ ଚାଷୀ ଭାଇ ମାନେ ରାଜରାସ୍ତା ରେ ଅନବରତ ଭାବରେ ସଂଗ୍ରାମ କରୁଛନ୍ତି । ଚାଷୀ ମାନଙ୍କ ନ୍ୟାର୍ୟ୍ଯ ଦାବି କୁ ରାଜ୍ୟ ସରକାର ବାରମ୍ବାର କେନ୍ଦ୍ର କୁ ଜଣାଇ ,କେମିତି ଚାଷୀ ଭାଇ ମାନେ ବୀମା ଟଙ୍କା ପାଇବେ ସେ ବାବଦରେ ପଦକ୍ଷେପ ନେବାକୁ ନିବେଦନ ମଧ୍ୟ କରିଥିଲେ । ହେଲେ କେନ୍ଦ୍ର ସରକାର ଙ୍କର ତରଫରୁ ଓଲଟା ସବୁବେଳେ ରାଜ୍ୟ ମୁଣ୍ଡକୁ ଦୋଷ ଲଦି ଦିଆ ଯାଉଥିଲା । ଆଜି କେନ୍ଦ୍ର ସରକାର ଙ୍କର କୃଷି ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମର , HDFC ବୀମା କମ୍ପାନୀ କୁ ତୁରନ୍ତ କୃଷଜ ଭାଇ ମାନଙ୍କୁ ପ୍ରଦାନ କରାଯାଉ ବୋଲି ନିର୍ଦେଶ ଦେବା ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ଶ୍ରୀ ସୁଶାନ୍ତ ସିଂ । ନିଜ ପ୍ରତିକ୍ରିୟା ରେ ଶ୍ରୀ ସିଂ କହିଛନ୍ତି ଯେ , ଆମେ ପୂର୍ବରୁ ବତାମ୍ବର କହି ଆସିଛୁ ଯେ ବୀମା କମ୍ପାନୀ କେନ୍ଦ୍ର ସରକାର ଙ୍କର ଅଧୀନରେ ।ବୀମା ପ୍ରଦାନ ପାଇଁ ଯାହା ନିଷ୍ପତ୍ତି ନେବା କଥା କେନ୍ଦ୍ର ସରକାର ନେବେ କିନ୍ତୁ କେନ୍ଦ୍ରର ବିଜେପି ସରକାର ସବୁ ବେଳେ ନିଜ ଦୋଷ ଅନ୍ୟ ମାନଙ୍କ ଉପରେ ଲଦିଦିଏ । ଆଜି କୃଷି ମନ୍ତ୍ରୀ ବୀମା ଟଙ୍କା ପ୍ରଦାନ କରିବା ପାଇଁ ଯେଉଁ ଘୋଷଣା କରିଛନ୍ତି ତାହା ଆଗରୁ କରିଥିଲେ ଚାଷୀ ଭାଇ ମାନେ ଏତେ ହଇରାଣ ହୋଇ ନ ଥାନ୍ତେ । ଏବେ ପଦ୍ମପୁର ଉପନିର୍ବାଚନ ରେ ଚାଷୀ ମାନଙ୍କ ବିରୋଧ ଦେଖି ବିଜେପି ଶାସିତ କେନ୍ଦ୍ର ବାଧ୍ୟ ହୋଇଛି ବୀମା ରାଶି ପ୍ରଦାନ କରିବା ପାଇଁ ବୀମା କମ୍ପାନୀ କୁ ନିର୍ଦେଶ ଦେବା ପାଇଁ । ବିଜେପି ସରକାର କୃଷି ଓ କୃଷକ ବିରୋଧ ବୋଲି ପୂର୍ବରୁ ଅନେକ ନଜିର ରହିଥିବା ବେଳେ ଆଜି ଆହୁରି ଏକ ପ୍ରମାଣ ମିଳିଗଲା ବୋଲି ଶ୍ରୀ ସିଂ କହିଛନ୍ତି ।।

0
0
0
s2sdefault