ହେଡଲାଇନସ୍:

"ପ୍ରଦୀପ ପୁରୋହିତ ବିଧାୟକ ଭାବେ ଜିତିଲେ ପଦ୍ମପୁର ର ବିକାଶ ହେବ ।"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଜେପିର କାର୍ଯ୍ୟକର୍ତ୍ତା ଙ୍କ ବୈଠକ ।

ପଦ୍ମପୁର: ପଦ୍ମପୁର ଉପ ନିର୍ବାଚନ ଯେତିକି ପାଖେଇ ଆସୁଛି ,ନିର୍ବାଚନୀ ପ୍ରଚାର ଉଷ୍ମତା ସେତିକି ବୃଦ୍ଧି ପାଉଛି । ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ଝାରବନ୍ଧ ବ୍ଳକ ବିଜାଢୋଲ, କନ୍ଧାଡଙ୍ଗର,କୁସୁମଦର୍ହା,ଅନୁଗୁଳ,ବଣ୍ଡା ମୁଣ୍ଡା,କୋଟନା ଆଦି ଗ୍ରାମରେ ବିଜେପି ପକ୍ଷରୁ କାର୍ଯ୍ୟକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ସଭାରେ ବିଜେପି ବିଧାୟକ ପ୍ରାର୍ଥି ପ୍ରଦୀପ ପୁରୋହିତ ଯୋଗଦାନ କରି ଆସନ୍ତା ଆସନ୍ତା ୫ ତାରିଖ ହେବାକୁ ଥିବା ଉପ ନିର୍ବାଚନରେ ବିପୁଳ ମାତ୍ରାରେ ପଦ୍ମଫୁଲ ଚିହ୍ନରେ ଭୋଟ ଦେଇ ଜିତାଇବାକୁ ଆର୍ଶିବାଦ ଭିକ୍ଷା କରିଥିଲେ । ଅଞ୍ଚଳର ବିକାଶ ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ବିକାଶ ଧାରାକୁ ପହଞ୍ଚିବ ହେବ ବୋଲି ଆହ୍ୱାନ କରିଥିଲେ । ଏଥିରେ ଖଟିଖିଆ ସଂଘ ସଭାପତି ଭୋଜରାଜ ବାଗ ଯୋଗଦେଇ ଉପ ନିର୍ବାଚନରେ ଗନ୍ଧମାର୍ଦନ ସୁରକ୍ଷା ଆନ୍ଦୋଳନ ର ପୁରୋଧା ନେତା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଦୀର୍ଘ ୫ ବର୍ଷ ଧରି ବିଧାୟକ ଥିବା ବେଳେ ପଦ୍ମପୁର ଅନେକ ବିକାଶ ମୂଳକ କାର୍ଯ୍ୟ ହେବା,ଶାନ୍ତି ଶୃଙ୍ଖୃଳା ପରିଚାଳିତ କରାଇଥିଲେ । ଶ୍ରୀ ପୁରୋହିତ ପଦ୍ମପୁର ରୁ ପ୍ରଥମ ର ବିଧାୟକ ଭାବା ନିର୍ବାଚିତ ଶ୍ରେଷ୍ଠ ବିଧାୟକ ଭାବେ ପୁରସ୍କୃତ ହୋଇ ପଶ୍ଚିମ ଓଡ଼ିଶା ତଥା ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇଁ ଗର୍ବ ଓ ଗୌରବ ଆଣି ଦେଇଥିଲେ । ଏଣୁ ତାଙ୍କ ଏହି ଉପ ନିର୍ବାଚନ ରେ ପଦ୍ମଫୁଲ ଚିହ୍ନରେ ବିପୁଳ ମାତ୍ରାରେ ଭୋଟ ଦେଇ ଜିତାଇବାକୁ ଶ୍ରୀ ବାଗ ଅନୁରୋଧ କରିଥିଲେ । ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସାମନ୍ତ ଶେଖର ମୁନା,ନାଥ ସିଦ୍ଧାର,ସୁରେଶ ଲୁହାର, ଗରିବଭୋଇ,ସାରଙ୍ଗ ପଟେଲ,ରୋହିତ ରଣା,ସୁଶାନ୍ତ ପଟେଲ,ଆଭାସ ଦାସ,ଜଗଦୀଶ ପଟେଲ,ରାଜକୁମାର ପଟେଲ,ବିଭୁତି ହାତୀ,ରାକେଶ ନାଏକ,ପ୍ରେମ ପଟେଲ, ରୁଦାନନ୍ଦ ପଟେଲ,ଅଶୋକ ସାହୁଙ୍କ ସମେତ ବହୁ ସଂଖ୍ୟାରେ ବିଜେପି କର୍ମୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

0
0
0
s2sdefault