ହେଡଲାଇନସ୍:

୨୭ରେ ବିଜେବି ଫ୍ରେଣ୍ଡସ୍ ତରଫରୁ ଆନ୍ତଃମହାବିଦ୍ୟାଳୟ କୁଇଜ୍ ପ୍ରତିଯୋଗିତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ଚଳିତ ମାସ ୨୭ ତାରିଖ ରବିବାର ଦିନ ବିଜେବି ମହାବିଦ୍ୟାଳୟର ପୁରାତନ ଛାତ୍ର ସଂଘ “ବିଜେବି ଫ୍ରେଣ୍ଡସ୍‌” ଆନୁକଲ୍ୟରେ ଭୁବନେଶ୍ୱର ୟୁନିଟ୍‌-୨ ସ୍ଥିତ ଇନ୍ଦିରା ଗାନ୍ଧି ପାର୍କ ନିକଟସ୍ଥ ଗୀତଗୋବିନ୍ଦ ଭବନରେ ଆନ୍ତଃମହାବିଦ୍ୟାଳୟ କୁଇଜ୍ ପ୍ରତିଯୋଗିତାର ଆୟୋଜନ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ଓଡିଶାର ସମସ୍ତ ମହାବିଦ୍ୟାଳୟ ଓ କନିଷ୍ଠ ମହାବିଦ୍ୟାଳୟର ଯୁକ୍ତ ଦୁଇ ଓ ଯୁକ୍ତ ତିନି ର ଛାତ୍ରଛାତ୍ରୀ ଦୁଇ ଜଣିଆ ଗ୍ରୁପ୍‌ରେ ଯୋଗଦାନ କରିପାରିବେ ।
ଏହି ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ଯଥାକ୍ରମେ ୧୫,୦୦୦, ୧୦,୦୦୦ ଓ ୫,୦୦୦ ର ପୁରସ୍କାର ରାଶି ଓ ଟ୍ରଫି ମଧ୍ୟ ଦିଆଯିବ ।
ଡିସେମ୍ବର ମାସ ୧୧ ତାରିଖ ଦିନ ବିଜେବି କଲେଜ ପରିସରରେ ଅନୁଷ୍ଠିତ ହେବାକୁ ଥିବା ଏକ ବାର୍ଷିକ ବନ୍ଧୁମିଳନ ଉତ୍ସବରେ ଏହି ଟ୍ରଫି ଓ ଧନରାଶି ପ୍ରଦାନ କରାଯିବ । ଏଥିରେ ଛାତ୍ରଛାତ୍ରୀମାନେ ବହୁ ସଂଖ୍ୟାରେ ଯୋଗଦେବାକୁ “ବିଜେବି ଫ୍ରେଣ୍ଡସ୍‌”ତରଫରୁ ଅନୁରୋଧ କରାଯାଇଛି ।

0
0
0
s2sdefault