ବରଗଡ :- ପାଖେଇ ଆସୁଛି ପଦ୍ମପୁର ଉପନିର୍ବାଚନ । ନିର୍ବାଚନ ପୂର୍ବରୁ ଦଳକୁ ମଜବୁତ କରି ପ୍ରଚାର ମୈଦାନ କୁ ବାହାରିବା ପାଇଁ ସବୁ ପ୍ରକାର ପ୍ରାଥମିକ ପ୍ରସ୍ତୁତି ଏକ ପ୍ରକାର ଶେଷ ପର୍ଯ୍ୟାୟରେ । ଆସନ୍ତା କାଲି 16 ନଭେମ୍ବର ଦିନ ବିଜୁ ଜନତା ଦଳର ପ୍ରାର୍ଥୀ ବର୍ଷା ସିଂ ବାରିହା ଙ୍କର ନାମାଙ୍କନ ଦାଖଲ ପରେ ଆରମ୍ଭ ହେବ ପ୍ରଚାର କାର୍ଯ୍ୟକ୍ରମ । ଇତି ମଧ୍ୟରେ ବିଜୁ ଜନତା ଦଳ ଓ ପଦ୍ମପୁର ଯୁବ ନେତୃତ୍ୱ ଉପରେ ଜନସାଧାରଣ ଙ୍କର ଭରସା ବଢ଼ିବାରେ ଲାଗିଛି । ନିର୍ବାଚନ ଘୋଷଣା ହେବା ପରେ ପଦ୍ମପୁର ଅଞ୍ଚଳର ଅନେକ ବିରୋଧୀ ଦଳର ଜର୍ମୀ ଓ ନେତା ମାନେ ବିଜୁ ଜନତା ଦଳରେ ସାମିଲ ହେବାରେ ଲାଗିଛନ୍ତି । ଏହି କ୍ରମରେ ଆଜି ପାଇକମାଲ ବ୍ଲକ ମାଣ୍ଡୋସିଲି ଠାରେ ଆୟୋଜିତ ଏକ କର୍ମୀ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଓ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ,କବିସୂର୍ଯ୍ୟ ନଗର ବିଧାୟିକା ଲତିକା ପ୍ରଧାନ ଙ୍କର ଉପସ୍ଥିତିରେ ସମିତି ସଭ୍ୟ ଗୁଲମ ରସୁଲ ରଙ୍ଗରେଜ , ଟୁକୁ ମହାନ୍ତି , ଧନସିଂ ପଟେଲ ଙ୍କ ସମେତ ଶହେ ରୁ ଅଧିକ ଅନ୍ୟ ଦଳର ନେତା ଓ କର୍ମୀ ବିଜେଡି ଯୋଗ ଦେଲେ । ସେହିଭଳି ପାଇକମାଲ ବିଜୁ ଜନତା ଦଳ ଅଫିସରେ , ପାଇକମାଲ ବିଜୁ ଜନତା ଦଳର ନିର୍ବାଚନ ଦାଇତ୍ଵ ରେ ଥିବା ମନ୍ତ୍ରୀ ନବ କିଶୋର ଦାସ ଓ ଅତାବିରା ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଙ୍କର ଉପସ୍ଥିତ ରେ ଅନେକ ଯୁବକ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ । ମନ୍ତ୍ରୀ ଶ୍ରୀ ଦାସ ଓ ବିଧାୟିକା ଶ୍ରୀମତୀ ଛୁରିଆ ଆଜି ଦଳରେ ଯୋଗ ଦେଇଥିବା ସମସ୍ତ ଯୁବକ ବନ୍ଧୁ ମାନଙ୍କୁ ସ୍ୱାଗତ କରିବା ସହିତ ରାଜ୍ୟର ବିକାଶ ରେ ମୁଖ୍ୟମନ୍ତ୍ରୀ ଙ୍କର ସହିତ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ଙ୍କର ହାତମୁଠା କୁ ଟାଣ କରିବା ପାଇଁ ନିବେଦନ କରିଥିଲେ ।
ରାଜ୍ୟ
ବିଜେଡିରେ ମିଶିଲେ ଯୁବ ଗୋଷ୍ଠୀ
- Hits: 1604









