ସ୍ୱତନ୍ତ୍ର ଉନ୍ନୟନ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କୁ କନ୍ଧ କୂଳସମାଜ ବ୍ଲକ ବିଜେଡି ଦଳ କଲ୍ୟାଣସିଂହପୁର ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା।

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

କଲ୍ୟାଣସିଂହପୁର/ପ୍ରଦୀପ ଦଲାଇ: ଆଜି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକଗସ୍ତ ରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତି ଅନୁସୂୟାମାଝି ଓ ଉପାଧ୍ୟକ୍ଷ ବନମାଳି କାଡ୍ରକାଙ୍କ ଦାୟିତ୍ୱ ଗ୍ରହଣ କରିବା ପରେ କନ୍ଧ କୂଳ ସମାଜ ଓ ବ୍ଲକ ବିଜେଡି ଦଳପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ କରାଯାଇଛି । ଅଧିବାସୀ ମାନଙ୍କର ସଂସ୍କୃତି ପରମ୍ପରା ଏବଂ ଏକତାର ପରିଚୟ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ୨୧,0୯,୨0୧୭ ରେ କନ୍ଧମାଳ,ରାୟଗଡ଼ା, କୋରାପୁଟ, ମାଲକାନଗିରି, ଫୁଲବାଣୀ, ନବରଙ୍ଗପୁର, କେଂହୁଝର, ଗଜପତି, ମୟୂରଭଞ୍ଜ, ଏହି ୯ ଟି ଜିଲ୍ଲା କୁ ସ୍ୱତନ୍ତ୍ର ମନୀୟତା ଦେଇଛନ୍ତି। ଆଜି ଏହି ପ୍ରଥମ ଥର ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ କଲ୍ୟାଣସିଂହପୁର ବ୍ଲକ ଗସ୍ତ କରି ଥିବାରୁ କନ୍ଧ କୂଳ ସମାଜ ଓ ବିଜେଡି ଦଳ କର୍ମୀ ନେତା ପ୍ରମୁଖ କରପା ପଞ୍ଚାୟତର କୃଷ୍ଣପାତ୍ର ଗୁଡା ଛକ ଠାରେ ଥିବା ମା ସିତାଲାମା ମନ୍ଦିରରେ ଏକତ୍ରିତ ହୋଇ ସ୍ୱାଗତ କରିବା ସହ ପୂଜା କରି ବାଜା ବଜାଇ ବାଣ ଫୁଟାଇ କରପା ପଞ୍ଚାୟତ ର ପ୍ରତ୍ୟେକ ଗ୍ରାମ ପରିଦର୍ଶନକରିଥିଲେ। ଶେଷରେ ବିଜେଡି ଦଳୀୟ ବୈଠକ କରାଯାଇଥିଲେ ।ଏଥିରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରାଜ୍ୟ ଯୋଜନା ବୋର୍ଡର ଉପଦେଷ୍ଟା ସୁଧୀର ଦାସ, ଓ ବିଜୁ ଜନତା ଦଳ ର ବ୍ଲକ ସଭାପତି ସୁନ୍ଦର ରାଓ ବାଗ , କ ଜୋନର ଜିଲାପରିଷଦ ସଦସ୍ୟ ବି ୱାରା ପ୍ରସାଦ ରାଓ ,ଖ ଜୋନ ର ଜିଲାପରିସଦ ର ସଦସ୍ୟ ଭୂମି ଗୌରୀ ଦେବୀ,ବ୍ଲକ ଅଧ୍ୟକ୍ଷା ଅମ୍ବିକା କାଡ୍ରକା ଉପାଧ୍ୟକ୍ଷ ଡମ୍ବରୁ କଞ୍ଜ।କା ସମେତ ଦଳୀୟ ନେତା କର୍ମୀ ଉପସ୍ଥିତ ରହିଥିଲେ ।ଜନଜାତିଙ୍କ କଳା,ସଂସ୍କୃତି,ପରମ୍ପରାକୁ ସୁରକ୍ଷା ଦେବା ପାଇଁ ସ୍ୱତନ୍ତ୍ର ପରିଷଦର ଆଲୋଚନା ହୋଇଥିଲା।

0
0
0
s2sdefault