"ଲୁଚିଛି ନା ଗୋଡ ଦିଟା ଦିଶୁଛି : ଧରାପଡିଲା ବିଜେପିର କୃଷକଙ୍କ ପାଇଁ ମିଛ ଦରଦ"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ତୋମାରଙ୍କ ଟୁଇଟ୍ ଜବାବ ଦେଲେ ବିଜେଡି ସାଂସଦ ସସ୍ମିତ ପାତ୍ର

"କେନ୍ଦ୍ର କୃଷି ମନ୍ତ୍ରୀଙ୍କ ଟୁଇଟ୍ରୁ ସ୍ପଷ୍ଟ ହେଲା; କେନ୍ଦ୍ର ସରକାରଙ୍କ ପାଖରେ ଅଟକି ରହିଥିଲା ଫସଲ ବୀମା"

ଭୁବନେଶ୍ୱର : ବରଗଡ଼ ଜିଲ୍ଲା ବିଶେଷ କରି ପଦ୍ମପୁର ନିର୍ବାଚନ ମଣ୍ଡଳୀର ଚାଷୀଙ୍କୁ ବକେୟା ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶି ତୁରନ୍ତ ପ୍ରଦାନ ନେଇ କେନ୍ଦ୍ର କୃଷି ମନ୍ତ୍ରୀ ନୋରେନ୍ଦ୍ର ସିଂ ତୋମାର ଆଜି ଯେଉଁ ଟୁଇଟ୍ କରିଛନ୍ତି, ସେଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଯାଇଛି ଯେ, ଏଯାଏ ଏହା କେନ୍ଦ୍ର ସରକାର ହିଁ ଦେଇ ନ ଥିଲେ। ତେଣୁ ଏବେ ଚାଷୀଙ୍କୁ ବୀମା ରାଶି ପ୍ରଦାନ କରିବାକୁ କେନ୍ଦ୍ର କୃଷି ମନ୍ତ୍ରୀ ବୀମା କମ୍ପାନିଗୁଡ଼ିକୁ ନିର୍ଦ୍ଦେଶ ଦେଉଛନ୍ତି।
କେନ୍ଦ୍ର କୃଷି ମନ୍ତ୍ରୀଙ୍କ ଟୁଇଟ୍ର ଜବାବ ଦେଇ ଟୁଇଟରରେ ଏଭଳି ମନ୍ତବ୍ୟ ଦେଇଛନ୍ତି, ବିଜୁ ଜନତା ଦଳର ରାଷ୍ଟ୍ରୀୟ ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ଡ.ସସ୍ମିତ ପାତ୍ର।
ଡ.ପାତ୍ର କହିଛନ୍ତି ଯେ ଚଳିତ ବର୍ଷ ଅଗଷ୍ଟ ୨୯ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାର ଚାଷୀମାନଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶି ପ୍ରଦାନ କରିବାକୁ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଆଉ ନଭେମ୍ବର ୭ ତାରିଖ ଦିନ ବୈଷୟିକ ପରାମର୍ଶଦାତା କମିଟି ଏ ନେଇ ନିର୍ଦ୍ଦେଶନାମା ଜାରି କରିଥିଲେ। ଏହାର ଦୁଇ ଦିନ ପରେ ନଭେମ୍ବର ୯ ତାରିଖ ଦିନ ଓଡ଼ିଶାର ସମବାୟ ମନ୍ତ୍ରୀ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ସାକ୍ଷାତ କରି ତୁରନ୍ତ ରାଜ୍ୟର ବଞ୍ଚିତ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶି ପ୍ରଦାନ କରିବାକୁ ଅନୁରୋଧ କରିଥିଲେ। କେନ୍ଦ୍ର କୃଷି ମନ୍ତ୍ରୀ ଭଲଭାବେ ଜାଣିଛନ୍ତି ଯେ ଏହି ବୀମା ରାଶି ପ୍ରଦାନ ପାଇଁ କେନ୍ଦ୍ର ନିର୍ଦ୍ଦେଶ ଦେବା ପରେ ଏହା ପ୍ରଦାନ କରିବା ବୀମାକମ୍ପାନିଗୁଡ଼ିକର କାମ। ଏଥିରେ ରାଜ୍ୟ ସରକାରଙ୍କର କୌଣସି ଭୂମିକା ନାହିଁ। ଯଦି କେନ୍ଦ୍ର ସରକାର ପୂର୍ବରୁ ଏହି ନିଷ୍ପତ୍ତି ନେଇଥାନ୍ତେ, ତେବେ ବରଗଡ଼ ଜିଲ୍ଲା ଏବଂ ପଦ୍ମପୁର ନିର୍ବାଚନ ମଣ୍ଡଳୀର ହଜାର ହଜାର ଚାଷୀଙ୍କୁ ଏତେ ଦିନ ଧରି ଦୁର୍ଦ୍ଦଶାରେ କାଳ କାଟିବାକୁ ପଡ଼ି ନ ଥାନ୍ତା।
ଡ. ପାତ୍ର ଆହୁରି କହିଛନ୍ତି ଯେ କେବଳ ପଦ୍ମପୁର ନିର୍ବାଚନ ମଣ୍ଡଳୀର ଚାଷୀଙ୍କ ବକେୟା ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶି ନୁହେଁ, କେନ୍ଦ୍ର କୃଷି ମନ୍ତ୍ରୀ ଓଡ଼ିଶାର ଲକ୍ଷ ଲକ୍ଷ ଚାଷୀଙ୍କ ଫସଲ ବୀମା ରାଶି ପ୍ରଦାନର ବ୍ୟବସ୍ଥା କରନ୍ତୁ। କାରଣ ଦୀର୍ଘ ଦିନ ହେଲା ସେମାନେ ମଧ୍ୟ ଦୁର୍ଦ୍ଦଶା ଭୋଗ କରୁଛନ୍ତି।

0
0
0
s2sdefault