ଭୁବନେଶ୍ୱର: ପଦମପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ହେବାକୁ ଥିବା ଉପନିର୍ବାଚନର ଯାବତୀୟ ନିର୍ବାଚନୀ ଖର୍ଚ୍ଚର ତଦାରଖ କରିବା ନିମନ୍ତେ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁଶୀଲ କୁମାର ଲୋହାନୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ ନୋଡାଲ ଅଧିକାରୀମାନଙ୍କର ଏକ ବୈଠକ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛିା ଏହି ବୈଠକରେ ଆଇନଶୃଙ୍ଖଳା ଦାୟିତ୍ୱରେ ଥିବା ରାଜ୍ୟ ନୋଡାଲ ଅଧିକାରୀ ଶ୍ରୀ ପ୍ରବୀଣ କୁମାର, ନିର୍ବାଚନୀ ବ୍ୟୟ ଦାୟିତ୍ୱରେ ଥିବା ରାଜ୍ୟ ନୋଡାଲ ଅଧିକାରୀ ଶ୍ରୀ ଏସ୍. ଦେବଦତ୍ତ ସିଂହ, ନିର୍ବାଚନୀ ଖର୍ଚ୍ଚ ତଦାରଖ ନିମନ୍ତେ ଆୟକର ବିଭାଗ ଦାୟିତ୍ୱରେ ଥିବା ରାଜ୍ୟ ନୋଡାଲ ଅଧିକାରୀ ଡ. ଲଳିତା କୁମାରୀ ଓ ନିର୍ବାଚନୀ ଖର୍ଚ୍ଚ ତଦାରଖ ପାଇଁ ଅବକାରୀ ବିଭାଗର ରାଜ୍ୟ ନୋଡାଲ ଅଧିକାରୀଙ୍କ ତରଫରୁ ଭାରପ୍ରାପ୍ତ ଅବକାରୀ କମିଶନର ଶ୍ରୀ ରାମଚନ୍ଦ୍ର ପାଲଟା ଯୋଗଦେଇଥିଲୋ ପଦମ୍ପୁର ବିଧାନସଭା ଉପନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ଗୁରୁତ୍ୱାରୋପ କରିଥିଲୋ ଉପନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳମାନଙ୍କ ଦ୍ୱାରା ନିର୍ବାଚନୀ ପ୍ରଚାର ଦିନଠାରୁ ନିର୍ବାଚନ ଫଳାଫଳ ଘୋଷଣା ପର୍ଯ୍ୟନ୍ତ ଜିଲ୍ଲା ତଥା ନିର୍ବାଚନ ମଣ୍ଡଳୀରେ ଆଇନଶୃଙ୍ଖଳା ରକ୍ଷା କରିବା ସହ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଓ ଉପନିର୍ବାଚନ ପାଇଁ ଲାଗୁ କରାଯାଇଥିବା ଆଦର୍ଶ ଆଚରଣ ବିଧିର ପରିପାଳନ ନିମନ୍ତେ ତୀକ୍ଷ୍ଣ ଦୃଷ୍ଟିଦେବାକୁ ମୁଖ୍ୟ ନିର୍ବାନ ଅଧିକାରୀ ଉପସ୍ଥିତ ଥିବା ନୋଡାଲ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତିା ନିର୍ବାଚନ ପ୍ରଚାର ନିମନ୍ତେ ପ୍ରାର୍ଥୀ ଏବଂ ସଂପୃକ୍ତ ରାଜନୈତିକ ଦଳର ନିର୍ବାଚନୀ ଖର୍ଚ୍ଚ ଯେପରି ନିର୍ବାଚନ ଆୟୋଗଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ନିର୍ବାଚନ ଖର୍ଚ୍ଚଠାରୁ ଅଧିକ ନହେବ ସେଥିପ୍ରତି କଡ଼ାନଜର ଦେବାକୁ ନିର୍ବାଚନ ବ୍ୟୟ ଦାୟିତ୍ୱରେ ଥିବା ରାଜ୍ୟ ନୋଡାଲ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛିା ଉପନିର୍ବାଚନକୁ ସ୍ୱଚ୍ଛ, ମୁକ୍ତ ଓ ଅବାଧ ଭାବେ ପରିଚାଳନା କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ଉପସ୍ଥିତ ରାଜ୍ୟ ନୋଡାଲ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତିା ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଶତ୍ରୁଘ୍ନ କର ଉପସ୍ଥିତ ଥିଲୋ
ରାଜ୍ୟ
ପଦମପୁର ଉପନିର୍ବାଚନ ପାଇଁ ନୋଡାଲ ଅଧିକାରୀଙ୍କ ବୈଠକ
- Hits: 337








