କୋଲକାତା: ଭାରତ-ମିଆଁମାର୍ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ସହ ଜଡିତ ସମସ୍ତ ଦିଗ ଉପରେ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଏକ୍ସପୋର୍ଟ ଅର୍ଗାନାଇଜେସନ୍(ଏଫ୍ଆଇଇଓ) ପୂର୍ବାଚଂଳ, ଭାରତରେ ମିଆଁମାର୍ର ଦୂତବାସ ଏବଂ ବାଣିଜ୍ୟ ମନ୍ତ୍ରଣାଳୟ, ମିଆଁମାର୍ ଏକତ୍ରିତ ହୋଇ ଆଲୋଚନା କରିଛନ୍ତି । ମିଆଁମାର୍ର ବାଣିଜ୍ୟ ପ୍ରତିନିଧୀ କୋଲକାତା ଗସ୍ତ କରି ପୂର୍ବାଚଂଳର ଏଫ୍ଆଇଇଓ ସହିତ ଏକ ବୈଠକ ପାଇଁ ମିଆଁମାର୍ କେନ୍ଦ୍ର ବାଣିଜ୍ୟ ମନ୍ତ୍ରଣାଳୟ ମନ୍ତ୍ରୀ ଏଚ୍.ଇ ଔାଙ୍ଗ ନେଇଙ୍ଗ ଉ, ଭାରତରେ ମିଆଁମାର୍ର ରାଷ୍ଟ୍ରଦୂତ ଏଚ୍.ଇ ମୋଇ କ୍ୟାଓ ଔାଙ୍ଗ, ଏଫ୍ଆଇଇଓ ପୂର୍ବାଚଂଳର ଚେୟାରମେନ୍ ୟୋଗେଶ୍ ଗୁପ୍ତାଙ୍କ ଉପସ୍ଥିତିରେ ଦ୍ୱିପାକ୍ଷିକ ବାଣିଜ୍ୟ ଉପରେ ଆଲୋଚନା କରିଥିଲେ । ଅନ୍ୟ ପ୍ରତିନିଧୀ ତଥା ବାଣିଜ୍ୟ ଏବଂ ଉଦ୍ୟୋଗର ସଦସ୍ୟମାନେ ଏହି ବୈଠକର ଆଲୋଚନାରେ ଯୋଗ ଦେଇଥିଲେ ।
ଏହି ଉଦ୍ଘାଟନୀ ଏଫ୍ଆଇଇଓ ପୂର୍ବାଚଂଳର ଚେୟାରମେନ୍ ୟୋଗେଶ୍ ଗୁପ୍ତା କହିଛନ୍ତି ଯେ ଐତିହାସିକ ସମୟରୁ ଭାରତ-ମିଆଁମାର ମଧ୍ୟରେ ଗଭୀର ବାଣିଜ୍ୟ ଏବଂ ଅର୍ଥନୈତିକ ସମ୍ପର୍କ ରହିଅଛି । ୨୦୨୧-୨୦୨୨ରେ ଭାରତ ପ୍ରାୟ ୮୩୯.୦୪ ମିଲିୟନ ଡଲାରର ଦ୍ରବ୍ୟ ମିଆଁମାରକୁ ରପ୍ତାନି କରିଛି । ଫାର୍ମାସୁ୍ୟଟିକାଲ ଉତ୍ପାଦ ସହ ଟିକା, ମାନବ କେଶ, ଇଲେକ୍ଟୋ୍ରନିକ ଉପକରଣ, ଲୁହା ଏବଂ ଷ୍ଟିଲ୍ ସାମଗ୍ରୀ, ବିଭିନ୍ନ ପ୍ରକାରର ଯନ୍ତ୍ରପାତି, ଯାନବାହନର ବସ୍ତୁ, ବିମାନ ଟର୍ବାଇନ୍ ଇନ୍ଧନ, ତମାଖୁ ଦ୍ରବ୍ୟ, ମକା ତଥା ବିଭିନ୍ନ ପ୍ରକାରର ଖାଦ୍ୟ ଆଦି ପ୍ରମୁଖ ଦ୍ରବ୍ୟ ରପ୍ତାନି ହୋଇଛି ।
ଏହି ଅବସରରେ ମିଆଁମାର୍ କେନ୍ଦ୍ର ବାଣିଜ୍ୟ ମନ୍ତ୍ରଣାଳୟ ମନ୍ତ୍ରୀ ଏଚ୍.ଇ ଔାଙ୍ଗ ନେଇଙ୍ଗ ଉ କହିଛନ୍ତି, “ମିଆଁମାରର ସବୁଠାରୁ ବଡ ବାଣିଜ୍ୟ ଭାଗିଦାରୀ ମଧ୍ୟରୁ ଭାରତ ଅନ୍ୟତମ । ମିଆଁମାର୍ ସରକାର ବାଣିଜ୍ୟର ବୃଦ୍ଧି ପାଇଁ କେତେକ ଅର୍ଥନୈତିକ ନୀତି ଉପରେ ଗୁରୁତ୍ୱ ଦେଉଛି । ଭାରତ ସହିତ ରପ୍ତାନି, ଆମଦାନୀ ଏବଂ ଅର୍ଥନୈତିକ ସମ୍ପର୍କ ପାଇଁ ସରକାର ଅଧିକ ଗୁରୁତ୍ୱ ଦେଉଛି । ପଡୋଶୀ ଦେଶରୁ ନିବେଶ ସ୍ୱାଗତଯୋଗ୍ୟ ।” ସେ ଆହୁରି ମଧ୍ୟ କହିଛନ୍ତି ଯେ ମିଆଁମାରର ନୀତି ପ୍ରସ୍ତୁତ କରିବାରେ ସେ ବ୍ୟକ୍ତିଗତ ଭାବରେ ସମ୍ପୃକ୍ତ ରହିବେ, ଯାହା ଭାରତ ସହ ଭାରତୀୟ ଅର୍ଥ ବାଣିଜ୍ୟରେ ସହାୟକ ହେବ ।
ଭାରତରେ ମିଆଁମାର୍ର ରାଷ୍ଟ୍ରଦୂତ ଏଚ୍.ଇ ମୋଇ କ୍ୟାଓ ଔାଙ୍ଗ ଭାରତ-ମିଆଁମାର ଦ୍ୱିପାକ୍ଷିକ ବାଣିଜ୍ୟ ଉପରେ ରାଉଣ୍ଡ ଟେବଲ୍ ସମ୍ମିଳନୀ ଆୟୋଜନ କରି ଖୁସି ବ୍ୟକ୍ତ କରିଛନ୍ତି । ଭାରତୀୟ ବ୍ୟବସାୟୀୀଙ୍କୁ ମିଆଁମାରରେ ନିବେଶ ପାଇଁ ସେ ଅନୁରୋଧ କରିଛନ୍ତି । ସେ କହିଛନ୍ତି ମିଆଁମାର୍ ସର୍ବଦା ସାମାଜିକ ତଥା ଅର୍ଥନୈତିକ ସହୋଯୋଗକୁ ପ୍ରୋତ୍ସାହିତ କରିଥାଏ ।
ଯଦିଓ ଦୁଇ ଦେଶ ମଧ୍ୟରେ ୧୯୯୦ରୁ ବର୍ତମାନ ପର୍ଯ୍ୟନ୍ତଦ୍ୱିପାକ୍ଷିକ ବାଣିଜ୍ୟ ଯଥେଷ୍ଟ ବୃଦ୍ଧି ପାଇଛି, ତଥାପି ସାମଗ୍ରିକ ବାଣିଜ୍ୟ ଦୃଷ୍ଟିରୁ ମିଆଁମାର୍ର ବାଣିଜି୍ୟକ ସହଭାଗୀ ଭାବରେ ଭାରତର ଯଥେଷ୍ଟ ବୈଶିଷ୍ଟ୍ୟ. ନାର୍ହି । ତେଣୁ ଏହି ଦୁଇ ଦେଶ ମଧ୍ୟରେ କିପରି ଧାର୍ମିକ, ଭାଷାଭିର୍ତିକ ଏବଂ ଜାତିଗତ ସମ୍ପର୍କ ରହିଅଛି, ତାହା ଉପରେ ମୂଲ୍ୟାଙ୍କନ କରାଯିବା ଆବଶ୍ୟକ । ଯାହା ଫଳରେ ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ ସମ୍ପର୍କକୁ ଆହୁରି ଗଭୀର କରାଯାଇପାରିବ ।
ରାଜ୍ୟ
ଭାରତ-ମିଆଁମାର ଦ୍ୱିପାକ୍ଷିକ ବାଣିଜ୍ୟ ଉପରେ ରାଉଣ୍ଡ ଟେବଲ୍ ସମ୍ମିଳନୀ ଆୟୋଜିତ
- Hits: 316








