ବିଶ୍ୱାବସୁ ଶବର ସମାଜ ପକ୍ଷରୁ ପଦ୍ମପୁର ବିଧାୟକ ପ୍ରାର୍ଥୀ ବର୍ଷା ସିଂ ବାରିହା ଙ୍କୁ ଅଭିନନ୍ଦନ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ବରଗଡ:-ବରଗଡ଼ ଜିଲ୍ଲା,ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ର ଉପ ନିର୍ବାଚନ ରେ ବିଧାୟକ ପ୍ରାର୍ଥୀ ଭାବରେ ପଦ୍ମପୁର ପୂର୍ବତନ ବିଧାୟକ ସ୍ବର୍ଗତ ବିଜୟ ରଞ୍ଜନ ସିଂ ବରିହା ଙ୍କ ଝିଅ ଶ୍ରୀମତୀ ବର୍ଷା ସିଂ ବରିହା ଙ୍କୁ ଟିକେଟ ଦେଇଥିବାରୁ ଓଡିଶା ର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କୁ ବିଶ୍ୱାବସୁ ଶବର ସମାଜ ତରଫରୁ ଅଭିନନ୍ଦନ ।
ଶ୍ରୀମତୀ ବର୍ଷା ସିଂ ବରିହା ଙ୍କୁ ସମସ୍ତ ଆଦିବାସୀ ଭାଇ ଭଉଣୀ ସାହାଯ୍ୟ ସହଯୋଗ ସମର୍ଥନ କରିବା ସହିତ ବହୁତ ଭୋଟ ରେ ବିଜୟୀ କରି ମୁଖ୍ୟମନ୍ତ୍ରୀ ଙ୍କୁ ଆଶୀର୍ବାଦ କରିବାକୁ ମହାସଂଘ ପକ୍ଷରୁ ଅନୁରୋଧ କରାଯାଇଛି । ପଦ୍ମପୁର ପୂର୍ବତନ ବିଧାୟକ ସ୍ବର୍ଗତ ସିଂ ବରିହା ପାଞ୍ଚ ଥର ପଦ୍ମପୁର ନିର୍ବାଚନ ମଣ୍ଡଳୀ( ଜେନେରାଲ ସିଟ )ରେ ବିଜୟୀ ହୋଇ ଆଦିବାସୀ ସମାଜ ପାଇଁ ଇତିହାସ ସୃଷ୍ଟି କରିଥିଲେ । ସ୍ବର୍ଗତ ସିଂ ବରିହା ଆଦିବାସୀ ସମାଜର ଗର୍ବ ଗୌରବ ଏବଂ ନୂତନ ଦିଗଦ୍ରଷ୍ଟା ଥିଲେ । ଓଡିଶା ସରକାର ଙ୍କ ଅନୁସୂଚିତ ଜନଜାତି ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟା ଲଘୁ ପଛୁଆ ବର୍ଗ କଲ୍ୟାଣ ବିଭାଗ ର ମନ୍ତ୍ରୀ ଥିବା ବେଳେ ଆଦିବାସୀ ଦଳିତ,ପଛୁଆବର୍ଗ,ସଂଖ୍ୟା ଲଘୁ ସମ୍ପ୍ରଦାୟ ପାଇଁ ବହୁତ ଜନହିତକର କାର୍ଯ୍ୟ କରିଥିଲେ । ଆଦିବାସୀ ସମ୍ପ୍ରଦାୟ ଉଚ୍ଚ ଶିକ୍ଷା,ସାମାଜିକ, ଅର୍ଥନୈତିକ,ସାଂସ୍କୃତିକ ବିକାଶ କ୍ଷେତ୍ରରେ ସ୍ବର୍ଗତ ସିଂ ବରିହା ଙ୍କ ଅତୁଳନୀୟ ଅବଦାନ ରହିଛି ବୋଲି ରାଜ୍ୟସଭା ସାଂସଦ ତଥା ମହାସଂଘ ର ମହାସଚିବ ନିରଞ୍ଜନ ବିଶି, ପଦ୍ମପୁର ଉପଖଣ୍ଡ ବିଶ୍ୱାବସୁ ଶବର ସମାଜ ସଭାପତି ରାଜେନ୍ଦ୍ର କୁମାର ରାଉତ , ସମ୍ପାଦକ ଭଜ ରାଉତ ପ୍ରମୁଖ ଶ୍ରୀମତୀ ବର୍ଷା ସିଂ ବରିହା ଙ୍କୁ ଅଭିନନ୍ଦନ ଜଣାଇବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

0
0
0
s2sdefault