ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ "ସୁରଭି-୨୦୨୨' ଗଣଶିକ୍ଷା ମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଶିଶୁମାନଙ୍କ ଅନ୍ତର୍ନିହିତ ଗୁଣାବଳୀର ପରିପ୍ରକାଶ ପାଇଁ ଏହା ଏକ ସୁନ୍ଦର ପ୍ରୟାସ :ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର :ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ "ସୁରଭି-୨୦୨୨' ଆଜି ଭୁବନେଶ୍ୱରସ୍ଥ ସରକାରୀ ବାଳକ ଉଚ୍ଚବିଦ୍ୟାଳୟ,ୟୁନିଟ୍-୯ ପରିସରରେ ଉଦ୍ଘାଟିତ ହୋଇଯାଇଛିା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଏହି ମହୋତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି କହିଲେ ଯେ ଶିଶୁମାନଙ୍କ ଅନ୍ତର୍ନିହିତ ଗୁଣାବଳୀର ପରିପ୍ରକାଶ ପାଇଁ ଏହା ଏକ ସୁନ୍ଦର ପ୍ରୟାସ ଏବଂ ଏହା ହେଉଛି ବିଭାଗର ଏକ ବିକଶିତ କାର୍ଯ୍ୟକ୍ରମା ଏଭଳି କାର୍ଯ୍ୟକ୍ରମ ରାଜ୍ୟର ଶିଶୁମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାର ପରିସ୍ଫୁଟନ ନିମନ୍ତେ ଏକ ପ୍ରକୃଷ୍ଟ ମଞ୍ଚ ପ୍ରଦାନ କରିବା ଶିଶୁମାନଙ୍କୁ ଉତ୍ତମ ନାଗରିକ ଭାବେ ଗଢ଼ିତୋଳିଲେ ଦେଶ ପ୍ରଗତି କରିପାରିବ ବୋଲି ସେ ପ୍ରକାଶ
କରିଥିଲୋ
ବିଭାଗୀୟ କମିଶନର ତଥା ଶାସନ ସଚିବ ଅଶ୍ୱଥୀ. ଏସ୍ କହିଲେ ଯେ ପିଲାମାନଙ୍କୁ ଏକ ଆନନ୍ଦମୟ ପରିବେଶରେ ଶିକ୍ଷାଦାନ କରିବା ଦ୍ୱାରା ସେମାନଙ୍କର ଶିକ୍ଷଣ ଦୀର୍ଘସ୍ଥାୟୀ ହୋଇଥାଏା ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପ୍ରତ୍ୟେକ ଶିକ୍ଷାୟତନର ମୂଳଲକ୍ଷ୍ୟା ଏହାକୁ ସଫଳ କରିବାକୁ ହେଲେ ଆମ ସମସ୍ତଙ୍କୁ ଏକାଠି ହୋଇ ସହଯୋଗ ଓ ସହମତି ଭିତ୍ତିରେ କାର୍ଯ୍ୟ କରିବାକୁ ପଡ଼ିବା ଶିକ୍ଷା ଭିତ୍ତିଭୂମିର ରୂପାନ୍ତରୀକରଣ ଆଜି ପିଲାମାନଙ୍କ ପାଇଁ ଏକ ସୁନ୍ଦର ପରିବେଶ ଆଣିଦେଇଛି ବୋଲି ସେ ପ୍ରକାଶ କରିଥିଲୋ
ଏହି କାର୍ଯ୍ୟକ୍ରମରେ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ, ବର୍ଜ୍ୟବସ୍ତୁରୁ ସୃଜନୀ କଳା, ମନର ଚିତ୍ରକୁ ମାଟିରେ ରୂପଦେବା, ଚିତ୍ରକଳା, ଧନ୍ଦାମୂଳକ ଶିକ୍ଷା ଇତ୍ୟାଦି ଉପରେ କର୍ମଶାଳା କରାଯାଇଛିା ଏତଦ୍ବ୍ୟତୀତ ଏହି ପ୍ରଦର୍ଶନୀରେ ଶିକ୍ଷା ସଂପର୍କିତ ୨୪ଟି ପ୍ରଦର୍ଶନୀ କେନ୍ଦ୍ର ମଧ୍ୟ ପିଲାମାନଙ୍କ ପାଇଁ ପ୍ରଦର୍ଶିତ ହୋଇଛିା ଏଥିରେ ରାଜ୍ୟର ୩୦ଟି ଜିଲ୍ଲାରୁ ପ୍ରତି ବିଭାଗ ପାଇଁ ଜିଲ୍ଲାସ୍ତରରେ ଜଣେ ଲେଖାଏଁ ଛାତ୍ରଛାତ୍ରୀ ମନୋନୀତ ହୋଇ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତିା ଏହି ତିନିଦିନିଆ ରାଜ୍ୟସ୍ତରୀୟ ଉତ୍ସବରେ ଜିଲ୍ଲାରୁ ଆସିଥିବା ସାଂସ୍କୃତିକ ଦଳମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ, ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଅଧିନସ୍ଥ ବିଭିନ୍ନ ନିର୍ଦ୍ଦେଶାଳୟର ପଦାଧିକାରୀ ଓ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଅନ୍ୟାନ୍ୟ ନିର୍ଦ୍ଦେଶାଳୟ ଓ ବିଭିନ୍ନ ସହଯୋଗୀ ଅନୁଷ୍ଠାନମାନଙ୍କର ସହଯୋଗରେ ଆୟୋଜିତ ହୋଇଛିା
ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର (ମଧ୍ୟ) ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ମହାନଗର ନିଗମର ମେୟର ଶ୍ରୀମତୀ ସୁଲୋଚନା ଦାସ, ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲୋ ପ୍ରାରମ୍ଭରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଓସେପା ଶ୍ରୀ ଅନୁପମ ସାହା ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ଜ୍ୟୋତିରଞ୍ଜନ ମିଶ୍ର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲୋ ଏହି ଅବସରରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ସୃଜନଶୀଳ ଲିଖନ ପାଇଁ ୭ ଜଣ, ଚିତ୍ରାଙ୍କନ ନିମନ୍ତେ ୭ ଜଣ ଓ ଶ୍ରୁତଲିଖନ ଏବଂ ହସ୍ତାକ୍ଷର ପାଇଁ ୩ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲାା

0
0
0
s2sdefault