ବାଣପୁରରେ ବାବା ବଳିଆଙ୍କ ଦିବ୍ୟ ପ୍ରବଚନ ଓ ୧୦୮ ଚଣ୍ଡୀପାଠ ମହା ଯଜ୍ଞ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

"ପରିବେଶ ସୁରକ୍ଷା ସହ ବୟସ୍କ ପିତାମାତାଙ୍କ ଯତ୍ନ ଆମର ସବୁଠୁ ବଡ ଧର୍ମ "

ଚିଲିକା/ଖୋର୍ଦ୍ଧା:- (ସେକ୍ କୌଶର)-ଖୋର୍ଧା ଜିଲ୍ଲା ବାଣପୁରକୁ ପଦ୍ମଶ୍ରୀ ଉପାଧିପ୍ରାପ୍ତ ବଳିଆ ବାବା ଦୁଇଦିନିଆ ଗସ୍ତରେ ଆସି ମା ଭଗବତୀଙ୍କ ମନ୍ଦିର ପରିସରରେ ୧୦୮ ବ୍ରାହ୍ମଣଙ୍କ ଦ୍ବାରା ୧୦୮ ଚଣ୍ଡୀପାଠ ମହା ଯଜ୍ଞ କରିବାସହ "ଚଣ୍ଡୀରେ ଜୀବନ ଦର୍ଶନ " ର ଆଲୋଚନା କରିଥିଲେ । ସୋମବାର ପୂର୍ବାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜ୍ଞାନ ଓ ଧର୍ମ ସମ୍ପର୍କରେ ବକ୍ତବ୍ୟ ରଖିବା ସହ । ପରିବେଶ ସୁରକ୍ଷା ନିମନ୍ତେ ଚାରା ରୋପଣ କରିବା , ବୟସ୍କବୟସ୍କା ପିତା ମାତାଙ୍କ ସେବାକରିବା ମନୁଷ୍ୟ ର ମୁଖ୍ୟ ଧର୍ମ ବୋଲି ପ୍ରକାଶ କରିଥିଲେ । ଆଜିର ଯୁଗରେ ବାପା ମା ମାନଙ୍କୁ ତାଙ୍କ ପିଲାମାନେ ଠିକରେ ପଚାରୁ ନଥିବା ଓ ଅବହେଲା କରୁଥିବା ବେଳେ ସେମାନେ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ଯୋଗୁଁ ସେମାନଙ୍କ ସୁରକ୍ଷା କିଭଳି ନିଶ୍ଚିତ କରାଯାଇପାରିବ ସେହି ବିଷୟରେ ଆଲୋଚନା କରି ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ l ଏହି ସାମ୍ବାଦିକ ସମ୍ମିଳନୀ ବିଶିଷ୍ଟ ସମାଜ ସେବୀ ନନ୍ଦକିଶୋର ମିଶ୍ର ଙ୍କ ନିଜ ବାସଭବନ ରେ ଅନୁଷ୍ଠିତ ହୋଇଥିଲା!!

 

0
0
0
s2sdefault