ହେଡଲାଇନସ୍:

ଦକ୍ଷତା ବୃଦ୍ଧି ତାଲିମ ଶିବିର ଗୋ ପାଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର -ନାଉଗାଁ /ପ୍ରିତିରଞ୍ଜନ ଦାସ :ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ସ୍ଥିତ ନାଉଗାଁ ହାଟ କାଦମ୍ବିନୀ ମଣ୍ଡପ ଠାରେ ପ୍ରାଣୀ ଚିକତ୍ସାଳୟ ଆନୁକୂଲ୍ୟରେ ଗୋ ପାଳନ କରୁଥିବା ଚାଷୀ ମାନଙ୍କୁ ନେଇ ଏକ ତିନି ଦିବାସୀୟ ତାଲିମ ଶିବିର ତା -୧୪,୧୧,୨୦୨୨ ରିଖ ସୋମବାର ଦିନ ଅନୁଷ୍ଠିତ ହୋଇ ଯାଇଛି |ଏହି ଶିବିର ରେ ୨୦ ଜଣ ଚାଷୀ ଭାଗ ନେଇଥିଲେ | ଏହି କାର୍ଯ୍ୟକ୍ରମ ରେ ବ୍ଲକ ଅଧ୍ୟକ୍ଷା ତୃଷ୍ଣା ଲେଙ୍କା, ଆତ୍ମା ଅଧ୍ୟକ୍ଷ ବସନ୍ତ କୁମାର ପାଢ଼ୀ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକତ୍ସା ଅଧିକାରୀ ଡ଼ଃ ବୀର କିଶୋର ପରିଡା,ଉପଖଣ୍ଡ ପ୍ରାଣୀ ଚିକତ୍ସା ଅଧିକାରୀ ଡ଼ଃ ସସାଙ୍କ ଶେଖର ନାୟକ ଓ ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ଃ ରାଜା ଉଦୟଭାନୁ ରାଉତ ଉଦ୍ଘାଟନ କରିଥିଲେ |ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ଃ ଶୁଭେନ୍ଦୁ ରଞ୍ଜନ ସେଠି ଓ ଡ଼ଃ ଭି ସୁନୈନା ଶିବାନୀ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |ଏଥିରେ ପ୍ରାଣୀଧୀନ ନିରୀକ୍ଷକ ସଂଗ୍ରାମ ରାଉତ ଓ ସଚ୍ଚିଦାନନ୍ଦ ପଥଲ ସହଯୋଗ କରିଥିଲେ |ରଘୁନାଥପୁର ବ୍ଲକ ର ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ଃ ଚିନ୍ମୟ ମିଶ୍ର ଓ ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ଃ ଇସ୍ପିତା ନନ୍ଦ ଚାଷୀ ମାନଙ୍କୁ ତାଲିମ ଦେଇଥିଲେ | ଅଧିକ ବ୍ୟବହାରିକ ଜ୍ଞାନ ନିମନ୍ତେ ୨୦ଜଣ ଚାଷୀଙ୍କୁ ତୁଳଙ୍ଗ ସ୍ଥିତ ଶ୍ଵେତା ଡ଼ାୟରୀ କୁ ବୁଲାଇ ନେବା ପାଇଁ ବ୍ୟବସ୍ଥା କରାଯାଇଥିଲା |

0
0
0
s2sdefault