ବାଲେଶ୍ୱର- ବରୁଣସିଂ ପଞ୍ଚାୟତ ଅଧିନସ୍ତ ସାହାର୍ଦା ଗ୍ରାମର 5ମ ଶ୍ରେଣୀରେ ପଢୁଥିବା କୁନି ଝିଅ ସ୍ଵାଗତିକା ବେହେରା ର ସମସ୍ତ ପାଠପଢା ଖର୍ଚ୍ଚ ବହନ କରିଛନ୍ତି ସମାଜସେବୀ ତଥା ବରୁଣସିଂ ପଞ୍ଚାୟତର ସମିତିସଭ୍ୟା ଶ୍ରୀମତୀ ଶାନ୍ତା ଦାସ I ଉଭୟ ବାପା ଓ ମାଙ୍କୁ ହରାଇବା ପରେ ସ୍ଵାଗତିକା ବର୍ତ୍ତମାନ ନିଜର ଦାଦା ଓ ଖୁଡିଙ୍କ ପାଖରେ ରହୁଛନ୍ତି I ଦାଦା-ଖୁଡି ଆର୍ଥିକ ଦୃଷ୍ଟିରୁ ସ୍ଵଛଳ ନଥିବାରୁ ସ୍ଵାଗତିକାର ପାଠପଢା ପ୍ରଭାବିତ ହେଉଥିବା ସମିତିସଭ୍ୟା ଶାନ୍ତା ଦାସ ଜାଣିବା ପରେ ତା'ର ପାଠପଢା ଖର୍ଚ୍ଚ ବହନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି I
ନିଜ ପ୍ରତିକ୍ରିୟାରେ ଶ୍ରୀମତୀ ଦାସ କହିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିକ୍ଷାକୁ ଅଧିକ ବ୍ୟାପକ କରିବା ପାଇଁ 5T ସ୍କୁଲ ସହ ମୋ-ସ୍କୁଲ, ମୋ-କଲେଜ ଅଭିଯାନ ଆରମ୍ଭ କରିଛନ୍ତି I ମୁଁ ନିଜେ ମଧ୍ୟ ଶିକ୍ଷୟତ୍ରୀ ଭାବେ ଅନେକ ପିଲାଙ୍କୁ ପାଠ ପଢ଼େଇଛି I ତେବେ ଅଭାବ ଯୋଗୁଁ ଜଣେ ଶିଶୁ ପାଠପଢ଼ାରୁ ବଞ୍ଚିତ ହେଵା ମୋତେ ଖୁବ ବ୍ୟଥିତ କରିଥିଲା I ମୋ ଶଶୁର ସ୍ବର୍ଗତ ଅଭିମନ୍ୟୁ ଦାସ ନିଜେ ଅଧିକ ପଢି ନଥିଲେ ମଧ୍ୟ ପାଠକୁ ଖୁବ ଗୁରୁତ୍ୱ ଦେଉଥିଲେ I ଶଶୁରଙ୍କ ଅନେକ ସ୍ବପ୍ନରୁ ଆଜି ଗୋଟେ ପୂରଣ କରି ପାରିଥିବାରୁ ବୋହୁ ଭାବେ ମୁଁ ନିଜକୁ ଧନ୍ୟ ମନେ କରୁଛି ବୋଲି ଶ୍ରୀମତୀ ଦାସ କହିଥିଲେ I
ଶିଶୁ ଦିବସ ଭଳି ଏକ ଭଲ ଦିନରେ ଶ୍ରୀମତୀ ଦାସ ଜଣେ କୋମଳ ବାଳିକାର ପାଠପଢା ଦାୟିତ୍ୱ ନେବା କାର୍ଯ୍ୟକୁ ସ୍ଥାନୀୟ ସରପଞ୍ଚ, ୱାର୍ଡ଼ ମେମ୍ବର ସମେତ ସମସ୍ତ ଗ୍ରାମବାସୀ ଓ ସ୍ଥାନୀୟ ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି I ଅନ୍ୟ ଏକ କାର୍ଯ୍ୟକ୍ରମରେ ଶ୍ରୀମତୀ ଦାସ ଆଜି ନୀଳଗିରି ରୋଡ ଦାଶରଥି ହାଇସ୍କୁଲରେ ଅନୁଷ୍ଠିତ ଶିଶୁ ଦିବସ ଉତ୍ସବରେ ଯୋଗଦେଇ ପିଲାମାନଙ୍କ ସହ ସମୟ ଅତିବାହିତ କରିଥିଲେ I
ରାଜ୍ୟ
ବାପା-ମା'ଙ୍କୁ ହରାଇଥିବା ସ୍ଵାଗତିକାର ପାଠପଢା ଖର୍ଚ୍ଚ ବହନ କଲେ ସମାଜସେବୀ ଶାନ୍ତା ଦାସ
- Hits: 242