ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ଠାରେ ପାରଳାର ଅଗ୍ରଣୀ ସଂଗୀତ ଅନୁଷ୍ଠାନ ଭକ୍ତି ସଂଗୀତ ସଂସଦ ୪୦ ତମ ଅର୍ଘ୍ୟ "ଭକ୍ତି ସଙ୍ଗୀତ ସମାରୋହ -୨୦୨୨ ମହାସମାରୋହରେ ପାଳିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଶ୍ରୀ ବସନ୍ତ ଦାଶଙ୍କ ସଭାପତିତ୍ୱରେ ପ୍ରାରମ୍ଭିକ ପର୍ଯ୍ୟାୟର କାର୍ଯ୍ୟକ୍ରମରେ ମହନ୍ତ ମହାରାଜ ଶ୍ରୀ ରାମାନନ୍ଦ ଦାସଜୀ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିବା ବେଳେ ଉକ୍ତ କାର୍ଯ୍ୟକ୍ରମରେ ପାରଳାର ନଗରପାଳ ଶ୍ରୀମତୀ ନିର୍ମଳା ସେଠୀ , ଏସ୍ ଡି ପି ଓ ଶ୍ରୀ ରାମକୃଷ୍ଣ ପତି , ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ଅନୁଷ୍ଠାନର ଆବାହକ ଶ୍ରୀ ରାଜ କିଶୋର ପାଣିଗ୍ରାହୀ , କାର୍ଯ୍ୟକାରୀ ସଭାପତି ତୀର୍ଥବାସୀ ପଣ୍ଡା , ସଂପାଦକ ପୂର୍ଣ୍ଣଚନ୍ଦ୍ର ରଥ , କାର୍ଯ୍ୟକାରୀ ସଂପାଦକ ରାଜେନ୍ଦ୍ର ରଥ ପ୍ରମୁଖ ମଞ୍ଚାସୀନ ରହି ଦୀର୍ଘ ୪୦ ବର୍ଷ ଧରି ଧାରାବହାକ ଭାବେ ଅନୁଷ୍ଠାନ ସଂଗୀତ ଶିକ୍ଷାଦାନ ଓ ପରିବେଷଣ କରୁଥିବା ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ ମଞ୍ଚାସୀନ ଅତିଥିମାନେ।
ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଭାରତ ଭୂଷଣ ମହାନ୍ତି କରିଥିବା ବେଳେ ମନୋଜ ପାଢ଼ୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବହୁ ବିଶିଷ୍ଟ ମାନଙ୍କୁ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନୀତ କରାଯାଇଥିଲା। ପରେ ଅନୁଷ୍ଠାନ ର ମୁଖପତ୍ର ପୁଣ୍ୟତୀର୍ଥ ପୁସ୍ତକ ଉନ୍ମୋଚନ କରାଯାଇଥିଲା।
ଦ୍ଵିତୀୟ ପର୍ଯ୍ୟାୟ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଗୌରୀ ପ୍ରସାଦ ରଥ ପରିଚାଳନା କରିଥିବା ବେଳେ ଭୁବନେଶ୍ବରର ବିଶିଷ୍ଟ କଣ୍ଠଶିଳ୍ପୀ ମହାପ୍ରସାଦ କର , ପ୍ରଶାନ୍ତ ପାଢ଼ୀ , ଦୀପ୍ତିମୟୀ , ଗୁରୁ ରଘୁନାଥ ପାତ୍ର , ମାଧବ ପାତ୍ର , ସ୍ବାସ୍ତିକ ପାଢ଼ୀ , ପବିତ୍ର ଓ ଅନୁଷ୍ଠାନର କଳାକାର ସ୍ପନ୍ଦନା ପଣ୍ଡା , ଆଶୁତୋଷ ମିଶ୍ର ଅନେକ ସୁନ୍ଦର ଭଜନ ପରିବେଷଣ କରିଥିଲେ।
ଦୀର୍ଘ ଦୁଇ ବର୍ଷ ପରେ ଏହି ବାର୍ଷିକ କାର୍ଯ୍ୟକ୍ରମ ଆୟୋଜିତ ହେଇଥିବାରୁ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ସ୍ନିଗ୍ଧାରାଣୀ ମିଶ୍ର , ବିଜୟ ପ୍ରଧାନ , ଗିରିଶ ଚନ୍ଦ୍ର ରଥ ପରିଚାଳନା କରିଥିଲେ।
ରାଜ୍ୟ
୪୦ ତମ "ଭକ୍ତି ସଙ୍ଗୀତ ସମାରୋହ" -୨୦୨୨
- Hits: 304