ହେଡଲାଇନସ୍:

ବରିହାପାଲ୍ଲି ଗ୍ରାମପଞ୍ଚାୟତର ବିଜେପି ଓ କଂଗ୍ରେସ ଦଳର କର୍ମକର୍ତ୍ତାଙ୍କ ବିଜେଡିରେ ଯୋଗଦାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମସ୍ତେ ମିଳିମିଶି ମୁଖ୍ୟମନ୍ତ୍ରୀଙ୍କ ସୁଶାସନକୁ ଲୋକଙ୍କ ନିକଟରେ ପହଂଚାଇବା : ପ୍ରତାପ ଜେନା

ପଦ୍ମପୁର: ପଦ୍ମପୁର ଉପନିର୍ବାଚନ କୁ ଆଉ ମାତ୍ର କିଛି ଦିନ । ନିର୍ବାଚନ ରେ ନିଜ ନିଜର ବିଜୟ କୁ ସୁନିଶ୍ଚିତ କରିବା ପାଇଁ ସବୁ ଦଳ ତରଫରୁ ଇତି ମଧ୍ୟରେ ପ୍ରୟାସ ଜୋରଦାର ଜାରି ରହିଛି । ଇତିମଧ୍ୟରେ କ୍ରମାଗତ ଭାବରେ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରୁ ବିଜେପି ଓ କଂଗ୍ରେସର ନେତା ଓ କର୍ମୀ ମାନେ ନିଜ ନିଜ ଦଳ ଛାଡି ବିଜେଡି ରେ ଯୋଗଦାନ କରୁଛନ୍ତି । ସେହିକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ନିର୍ମଳ ଭାବମୂର୍ତ୍ତି ଓଡ଼ିଶାର ସର୍ବାଙ୍ଗୀନ ବିକାଶ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳର ବରିଷ୍ଠ ପର୍ଯ୍ୟବେକ୍ଷକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନାଙ୍କ ଉପସ୍ଥିତିରେ ୨ନଂ ଜୋନର ବରିହାପାଲ୍ଲି ଗ୍ରାମପଞ୍ଚାୟତର ବିଜେପି ଓ କଂଗ୍ରେସ ଦଳର କର୍ମକର୍ତ୍ତା ତାଙ୍କ ଦଳ ପରିତ୍ୟାଗ କରି ଆଜି ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ସେମାନଙ୍କୁ ବିଜୁ ଜନତା ଦଳକୁ ସ୍ୱାଗତ କରିବା ସହ ସେମାନଙ୍କ ଯୋଗଦାନ ଦ୍ୱାରା ବିଜୁ ଜନତା ଦଳର ସାମର୍ଥ୍ୟ ବୃଦ୍ଧି ପାଇଛି ବୋଲି କହିଥିଲେ ପୂର୍ବତନ ମନ୍ତ୍ରୀ ଶ୍ରୀ ଜେନା | ସମସ୍ତେ ମିଳିମିଶି ମୁଖ୍ୟମନ୍ତ୍ରୀଙ୍କ ସୁଶାସନକୁ ଲୋକଙ୍କ ନିକଟରେ ପହଂଚାଇବା ସହ ପଦ୍ମପୁର ଵା ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ମନପ୍ରାଣଦେଇ କାର୍ଯ୍ୟକରିବାକୁ ପରାମର୍ଶ ଦେଇଥିଲେ | ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଖଦି ବୋର୍ଡ ଅଧ୍ୟକ୍ଷ ତଥା ଅନ୍ୟତମ ପର୍ଯ୍ୟବେକ୍ଷକ ସଂଗ୍ରାମ ପାଇକରାୟ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଯୁଗାନ୍ତକାରୀ ଯୋଜନା ସମ୍ପର୍କରେ ଅବତାରଣା କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ ଦଳର ସ୍ଥାନୀୟ ନେତୃବୃନ୍ଦ ତଥା ଶହ ଶହ ପୁରୁଷ ମହିଳା ଉପସ୍ଥିତ ଥିଲେ |

0
0
0
s2sdefault