ହେଡଲାଇନସ୍:

ବର୍ଷାଙ୍କୁ ବିଜେଡି ଟିକେଟ ଦେଇଥିବା ଯୋଗୁ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘର କୃତଜ୍ଞତା ଜ୍ଞାପନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ପଦ୍ମପୁର ଉପ ନିର୍ବାଚନ ପାଇଁ ବିଜେଡି ବର୍ଷା ସିଂହ ବରିହାଙ୍କୁ ପ୍ରାର୍ଥୀ କରିଛି | ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଦସ୍ତଖତରେ ଆଜି ଏ ସମ୍ପର୍କିତ ଘୋଷଣାନାମା ପ୍ରକାଶ ପାଇଛି | ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ (ସାଧାରଣ ବର୍ଗ ) ର ଉପ ନିର୍ବାଚନ ରେ ବିଧାୟକ ପ୍ରାର୍ଥୀ ଭାବରେ ପଦ୍ମପୁର ପୂର୍ବତନ ବିଧାୟକ ସ୍ବର୍ଗତ ବିଜୟ ରଞ୍ଜନ ସିଂ ବରିହା ଙ୍କ ଝିଅ ଶ୍ରୀମତୀ ବର୍ଷା ସିଂ ବରିହା ଙ୍କୁ ଟିକେଟ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ତରଫରୁ ଗଭୀର କୃତଜ୍ଞତା ଜ୍ଞାପନ କରାଯାଇଛି l ଶ୍ରୀମତୀ ବର୍ଷା ସିଂ ବରିହା ଙ୍କୁ ସମସ୍ତ ଆଦିବାସୀ ଭାଇ ଭଉଣୀ ସାହାଯ୍ୟ ସହଯୋଗ ସମର୍ଥନ କରିବା ସହିତ ବହୁତ ଭୋଟ ରେ ବିଜୟୀ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଆଶୀର୍ବାଦ କରିବାକୁ ମହାସଂଘ ପକ୍ଷରୁ ଅନୁରୋଧ କରାଯାଇଛି l ପଦ୍ମପୁର ପୂର୍ବତନ ବିଧାୟକ ସ୍ବର୍ଗତ ସିଂ ବରିହା ପାଞ୍ଚ ଥର ପଦ୍ମପୁର ନିର୍ବାଚନ ମଣ୍ଡଳୀ( ଜେନେରାଲ ସିଟ )ରେ ବିଜୟୀ ହୋଇ ଆଦିବାସୀ ସମାଜ ପାଇଁ ଇତିହାସ ସୃଷ୍ଟି କରିଥିଲେ l ସ୍ବର୍ଗତ ସିଂ ବରିହା ଆଦିବାସୀ ସମାଜର ଗର୍ବ ଗୌରବ ଏବଂ ନୂତନ ଦିଗଦ୍ରଷ୍ଟା ଥିଲେ l ଓଡିଶା ସରକାର ଙ୍କ ଅନୁସୂଚିତ ଜନଜାତି ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟା ଲଘୁ ପଛୁଆ ବର୍ଗ କଲ୍ୟାଣ ବିଭାଗ ର ମନ୍ତ୍ରୀ ଥିବା ବେଳେ ଆଦିବାସୀ ଦଳିତ,ପଛୁଆବର୍ଗ,ସଂଖ୍ୟା ଲଘୁ ସମ୍ପ୍ରଦାୟ ପାଇଁ ବହୁତ ଜନହିତକର କାର୍ଯ୍ୟ କରିଥିଲେ l ଆଦିବାସୀ ସମ୍ପ୍ରଦାୟ ଉଚ୍ଚ ଶିକ୍ଷା,ସାମାଜିକ, ଅର୍ଥନୈତିକ,ସାଂସ୍କୃତିକ ବିକାଶ କ୍ଷେତ୍ରରେ ସ୍ବର୍ଗତ ସିଂ ବରିହା ଙ୍କ ଅତୁଳନୀୟ ଅବଦାନ ରହିଛି ବୋଲି ରାଜ୍ୟସଭା ସାଂସଦ ତଥା ମହାସଂଘ ର ମହାସଚିବ ନିରଞ୍ଜନ ବିଶି,ଉପସଭାପତି ଭାନୁ ପ୍ରତାପ ସିଂ ମାଝି,ଯୋଗେନ୍ଦ୍ର ଭୋଇ,ପ୍ରମୋଦ ଝାଙ୍କର,ହୃଷିକେଶ ଭୋଇ,ଉଷ୍ମନ ମୁଣ୍ଡା,ଭଦ୍ର ଚରଣ କିସାନ,ପ୍ରକାଶ ମାଝି,ରାଜେନ୍ଦ୍ର ରାଉତ, ବାଳକୃଷ୍ଣ ଶବର, ତରଣୀ ସେନ ବରିହା,ମନବୋଧ ବରିହା,ଅଶ୍ୱିନୀ ବରିହା,ସର୍ବଭାରତୀୟ ବିନ୍ଧ୍ୟ ବାସିନୀ ବିଂଝାଲ ସମାଜର ଲାଟ ସଭାପତି ହୃଷିକେଶ ବରିହା,ସାଧାରଣ ସମ୍ପାଦକ ଆଶାରାମ ବରିହା,ଶ୍ରୀମତୀ ଗୀତାଞ୍ଜଳି ପୁଟା,ଗୁପ୍ତେଶ୍ୱର ମଲ୍ଲିକ,ପ୍ରମୁଖ ଶ୍ରୀମତୀ ବର୍ଷା ସିଂ ବରିହା ଙ୍କୁ ଅଭିନନ୍ଦନ ଜଣାଇବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି l

0
0
0
s2sdefault