ଶିଶୁ ହସିଲେ ଦୁନିଆ ହସିବ , ଆଜିର ଶିଶୁ କାଲିର ଦେଶ ଓ ଜାତିର ଭବିଷ୍ୟତ
ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ): ଶିଶୁ ହସିଲେ ଦୁନିଆ ହସିବ , ଆଜିର ଶିଶୁ କାଲିର ଦେଶ ଓ ଜାତିର ଭବିଷ୍ୟତ ଏହିଭଳି ଏକ ମହତ୍ ଚିନ୍ତାଧାରା ନେଇ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ଶିଶୁ ମାନଙ୍କୁ ଗୋଲାପ ଫୁଲ ସହ ତୁଳନା କରିଥିଲେ । ତାଙ୍କ ଜନ୍ମଦିନ ଅବସରରେ ନଭେମ୍ବର ୧୪ ଦିନଟିକୁ ଶିଶୁମାନଙ୍କ ଉଦେ୍ଧଶ୍ୟରେ ଶିଶୁ ଦିବସ ଉତ୍ସବ ପାଳନ ହୋଇ ଆସୁଅଛି । ଏହି ଅବସରରେ ନିଶ୍ଚିନ୍ତକୋଇଲି ବ୍ଲକ କଟରପଡ଼ା ସ୍ଥିତ ସ୍ୱେଚ୍ଛାସେବୀ ସଂଗଠନ ‘ଉତ୍ସାହ’ ଓ ବିଦ୍ୟାଳୟ ସମୂହ ଆନୁକୂଲ୍ୟରେ ଶିଶୁ ମହୋତ୍ସବ କାର୍ଯ୍ୟକ୍ରମ କଟରପଡ଼ା କ୍ଷେତ୍ରମୋହନ ବିଦ୍ୟାପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି । କଟରପଡ଼ା ସରପ ରାକେଶ କୁମାର ସାମଲ ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ । ସ୍ୱେଚ୍ଛାସେବୀ ସଂଗଠନ ‘ଉତ୍ସାହ’ ପରିବାରର ସଭାପତି ଦେବାଶିଷ ବେହୁରା, ସମ୍ପାଦକ ସନ୍ତୋଷ କୁମାର ଜେନା ଙ୍କ ସଂଯୋଜନା ଏବଂ ସଭାପତି ଇଂ ପତିତପାବନ ସ୍ୱାଇଁଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କ୍ଷେତ୍ରମୋହନ ବିଦ୍ୟାପୀଠର ପ୍ରଧାନଶିକ୍ଷକ ରମେଶଚନ୍ଦ୍ର ସାହୁ, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଶିକ୍ଷାବିତ୍ ତଥା ଜବାହାର ନବୋଦୟ ବିଦ୍ୟାଳୟ କେନ୍ଦ୍ରାପଡ଼ାର ଉପାଧ୍ୟକ୍ଷ ଫକୀରଚରଣ ନାୟକ, ସମ୍ମାନୀତ ଅତିଥି ଭାବେ ପ୍ରଧାନଶିକ୍ଷକ କିଶୋରଚନ୍ଦ୍ର ନାଥ, ଅବସରପ୍ରାପ୍ତ ଶିକ୍ଷକ ନବଘନ ବେହେରା, ରମାକାନ୍ତ ସାହୁ, ଅଲେଖ ମହାରଣା, ଅକ୍ଷୟ କୁମାର ଜେନା, ନିରଞ୍ଜନ ସ୍ୱାଇଁ ପ୍ରମୁଖ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଅତିଥି ଭାବେ ଯୋଗଦାନ କରି ଶିଶୁମାନଙ୍କ ଭବିଷ୍ୟତ ଉନ୍ନତି ନିମନ୍ତେ ବାର୍ତା ରଖିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ, ସଂଗୀତ, ବକ୍ତୃତା ଆଦି ବିଭିନ୍ନ ପ୍ରତିଯୋଗିତା ଆୟୋଜିତ କରାଯାଇଥିଲା । ସମସ୍ତ କୃତୀ ଛାତ୍ର ଛାତ୍ରୀମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ବଂଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ୱେଚ୍ଛାସେବୀ ସଂଗଠନ ‘ଉତ୍ସାହ’ ପିଠାପଡ଼ା,କଟରପଡ଼ା, କଟରପଡ଼ା ମଇ ସରକାରୀ ବିଦ୍ୟାଳୟ, କ୍ଷେତ୍ରମୋହନ ବିଦ୍ୟାପୀଠ ସାଙ୍କିଲୋ , ଦମୟନ୍ତୀ ସରକାରୀ ବିଦ୍ୟାଳୟ, ପିଠାପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀମାନେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ସ୍ୱେଚ୍ଛାସେବୀ ସଂଗଠନ ‘ଉତ୍ସାହ’ର ସମସ୍ତ ସଭ୍ୟ ଏବଂ ବିଦ୍ୟାଳୟ ପୁରାତନ ଛାତ୍ର ଛାତ୍ରୀମାନେ ପୂର୍ଣ୍ଣ ସହଯୋଗ କରିଥିଲେ । ସେହିପରି ଭାବେ ନିଶ୍ଚିନ୍ତକୋଇଲି ବ୍ଲକ ବଡ଼କ୍ଷୀର ଗ୍ରାମ ପ ।ୟତ ବାବା ମୁକୁନ୍ଦଦାସ ସରକାରୀ ଉଚ୍ଚ ବିଦ୍ୟାଳୟରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ଙ୍କ ଜନ୍ମଜୟନ୍ତୀ ଏବଂ ଶିଶୁ ଦିବସ ଉତ୍ସବ ଆନନ୍ଦ ଉଲ୍ଳାସର ସହ ପାଳିତ ହୋଇଯାଇଛି । ବିଦ୍ୟାଳୟର ପୁରାତନ ଛାତ୍ର କମିଟିର ଆନକୂଲ୍ୟରେ ପ୍ରଧାନଶିକ୍ଷକ ପ୍ରସନ୍ନ କୁମାର ବାରିଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ସରପ ହିମାଂଶୁ ନାରାୟଣ ମଲ୍ଲ ଯୋଗଦାନ କରି ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଭାଷାରେ ଯଦି ଆମେ ବ ର୍ମାନର ଶିଶୁ ମାନଙ୍କ ଉପଯୁକ୍ତ ଯତ୍ନ ନେଇ ତାଙ୍କୁ ଉଚିତ୍ ମାର୍ଗରେ ନେବା , ତେବେ ଆମେ ଏକ ସୁନ୍ଦର ଭାରତର ପରିକଳ୍ପନା କରିପାରିବା ବୋଲି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୁରାତନ ଛାତ୍ର କମିଟିର ସଭାପତି ରଞ୍ଜନ କୁମାର ପରିଡ଼ା, ଉପସଭାପତି ବିଶ୍ୱଜିତ୍ ମହାପାତ୍ର, ସମ୍ପାଦକ ଜୟଦେବ ସାହୁ, ସହସମ୍ପାଦକ କଳ୍ପତରୁ ନାୟକ, କୋଷାଧ୍ୟକ୍ଷ ରଞ୍ଜନ କୁମାର ସ୍ୱାଇଁ, ସଭ୍ୟ ଅରୁଣ କୁମାର ସ୍ୱାଇଁ, ବିକ୍ରମକେଶରୀ ସ୍ୱାଇଁ, ଧନଞ୍ଜୟ ସ୍ୱାଇଁ ଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ , କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଛାତ୍ର ଛାତ୍ରୀ ମାନେ ଯୋଗଦାନ କରିଥିଲେ । ବିଦ୍ୟାଳୟ ତରଫରୁ ସମସ୍ତଙ୍କୁ ମିଷ୍ଟାନ୍ନ ବ ନ ସହ କଲମ ପ୍ରଦାନ କରାଯାଇଥିଲା । ଅପରପକ୍ଷରେ ନିଶ୍ଚିନ୍ତକୋଇଲି ବ୍ଲକ ଅ ଳର ସମସ୍ତ ଶିକ୍ଷାନୁଷ୍ଠାନ ମାନଙ୍କରେ ଶିଶୁ ଦିବସ ଉତ୍ସବ ଆନନ୍ଦ ଉଲ୍ଲାସର ସହ ଅନୁଷ୍ଠିତ ହୋଇଯାଇଛି ।