ଭୁବନେଶ୍ୱର : ଓଡ଼ିଶା ସ୍ବାସ୍ଥ୍ୟ ଠିକା କର୍ମଚାରୀ ସଂଘର ସ୍ବତନ୍ତ୍ର ସଭା ଖୋର୍ଦ୍ଧା ପ୍ରାଣନାଥ ମହାବିଦ୍ୟାଳୟ ପରିସରରେ ଥିବା ମୈତ୍ରୀ ଭବନରେ ଅନୁଷ୍ଠିତ ହୋଇଯାଇଛି।ଜୟନ୍ତ କୁମାର ଭୋଇ ଓ ବସନ୍ତ କୁମାର ସାହୁ ଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଯାଇଛି।
ଜାତୀୟ ସ୍ବାସ୍ଥ୍ୟ ମିଶନ ରେ କାମ କରୁଥିବା ସମସ୍ତ ବର୍ଗର କର୍ମଚାରୀ ଏଥିରେ ଯୋଗ ଦେଇ ସରକାରଙ୍କ ଉଦାସୀନତା ରେ କ୍ଷୋଭ ପ୍ରକାଶ କରିବା ସହ ତୁରନ୍ତ ନିଷ୍ପତ୍ତି ର ପୁର୍ନବିଚାର କରି ସାରା ରାଜ୍ୟରେ କାର୍ଯ୍ୟରତ କର୍ମଚାରୀଙ୍କୁ ନିୟମିତ କରିବାକୁ ଅନୁରୋଧ କରିଥିଲେ।
ବନ୍ୟା ବାତ୍ୟା କୋଭିଡ ଆଦି କ୍ଷେତ୍ରରେ ସ୍ବାସ୍ଥ୍ୟ ସେବାକୁ ତୃଣମୂଳ ସ୍ତରରେ ପହଞ୍ଚାଇଥିବା କର୍ମଚାରୀ ଏମିତି ଅବହେଳା ର ଶୀକାର ହେବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ବୋଲି ମତପ୍ରକାଶ ପାଇଥିଲା |ବୈଠକରେ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଙ୍କୁ ସ୍ମାରକପତ୍ର ଦେବା ସହ ଅତ୍ୟନ୍ତ ବିନମ୍ରତା ର ସହ ଅସହଯୋଗ ଆନ୍ଦୋଳନ କରିବାକୁ ପ୍ରସ୍ତାବ ପାରିତ ହୋଇଥିଲା। ଆଗାମୀ ଦିନରେ ସାରା ରାଜ୍ୟରେ ତେଜୁଥିବା ଏହି ଅସନ୍ତୋଷ ଯେ ଉଗ୍ରରୂପ ଧାରଣ କରିବ ଏଥିରେ ସନ୍ଦେହର ଅବକାଶ ନାହିଁ। ମନଦର୍ଶୀନି ମିଶ୍ର ଓ ଡାକ୍ତର ରାୟେସା ରାଉତରାୟ ଜାତୀୟ ସ୍ବାସ୍ଥ୍ୟ ମିଶନ କର୍ମଚାରୀ ମାନେ କେମିତି କୋଭିଡ ସମୟରେ ଘରେ ଘରେ ସ୍ବାସ୍ଥ୍ୟ ସେବା ପହଞ୍ଚାଈ ସରକାରଙ୍କୁ ସହଯୋଗ କରିଥିଲେ ସେ ବିଷୟରେ ଆଲୋକପାତ କରିଥିଲେ।
ରାଜ୍ୟ
ଗର୍ଜିଲା ଓଡ଼ିଶା ସ୍ବାସ୍ଥ୍ୟ ଠିକା କର୍ମଚାରୀ ସଂଘ:ଖୋର୍ଦ୍ଧା ଶାଖା ସ୍ଥାୟୀ ନିଯୁକ୍ତି ଦାବି
- Hits: 698