ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ): ନିଶ୍ଚିନ୍ତକୋଇଲି ବ୍ଲକ ନତକାଇ ଗ୍ରାମର ବାଘୁଆପଡ଼ିଆ ସ୍ଥିତ ଅଖାବାବାଙ୍କ ଆଶ୍ରମରେ ପଣ୍ଡୁ ପୂର୍ଣ୍ଣିମା ଏବଂ ଗୁରୁ ପୂଜନ ଉତ୍ସବ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପଣ୍ଡୁ ପୂର୍ଣ୍ଣିମା ଏବଂ ଗୁରୁ ପୂଜନ ଉତ୍ସବ କିଭଳି ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହେବ ସେ ନେଇ ଗୁରୁ ଭାଇ ଓ ଗୁରୁ ଭଗ୍ନୀ ମାନଙ୍କ ମଧ୍ୟରେ ଏକ ଆଲୋଚନା ପର୍ଯ୍ୟାଲୋଚନା କରାଯାଇଥିଲା । ସମାଜର କଲ୍ୟାଣ ପାଇଁ ପଣ୍ଡୁ ପୂର୍ଣ୍ଣିମା ଦିନ ଅଖଣ୍ଡ ନାମ ଯଜ୍ଞ ସହ ସମସ୍ତ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନ ଆଦି ବ୍ୟବସ୍ଥା କରାଯିବା ବୋଲି ସର୍ବସମ୍ମତି କ୍ରମେ ନିଷ୍ପତି ଗ୍ରହଣ କରାଯାଇଥିଲା । ପ୍ରସ୍ତୁତି ବୈଠକରେ ପ୍ରାଧ୍ୟାପକ ବରଦାପ୍ରସାଦ ମିଶ୍ର ଙ୍କ ସଂଯୋଜନାରେ ବହୁ ଗୁରୁ ଭାଇ ଓ ଗୁରୁ ଭଗ୍ନୀ ମାନେ ଯୋଗଦାନ କରିଥିଲେ । ତେବେ ଆସନ୍ତା ପଣ୍ଡୁ ପୂର୍ଣ୍ଣିମା ଦିନ ଆୟୋଜିତ ଉତ୍ସବରେ ସମସ୍ତ ଭକ୍ତବୃନ୍ଦ ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିବାକୁ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଇଛି ।
ରାଜ୍ୟ
ପଣ୍ଡୁ ପୂର୍ଣ୍ଣିମା ଉତ୍ସବ ପାଳନ ପାଇଁ ଅଖାବାବାଙ୍କ ଆଶ୍ରମରେ ପ୍ରସ୍ତୁତି ବୈଠକ
- Hits: 343