ହେଡଲାଇନସ୍:

ପଦଯାତ୍ରା ନୁହେଁ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ବିକାଶର ବାର୍ତ୍ତା ସାଉଣ୍ଟୁଛି ବିଜେଡି.

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ରାଜନଗର :-ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ କ୍ରମେ ସାରା ରାଜ୍ୟରେ ବିଜେଡି ଜାରିରଖିଛି ଜନ ସମ୍ପର୍କ ପଦଯାତ୍ରା | ସେହିପରି ରାଜନଗର ବ୍ଲକରେ ମଧ୍ୟ ବିଜେଡି ଜାରିରଖିଛି ଜନ ସମ୍ପର୍କ ପଦଯାତ୍ରା |ଆଜି ରାଜନଗର ବ୍ଲକ ଅନ୍ତର୍ଗତ ରଙ୍ଗଣୀ, କେରୁଆପାଳ, ବାଘମାରୀ ଓ ତାଳଚୁଆ ପଞ୍ଚାୟତର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା | ଏହି ପଦଯାତ୍ରା ରଙ୍ଗଣୀ ରୁ ଆରମ୍ଭ ହୋଇ ତାଳଚୁଆ ରେ ଶେଷ ହୋଇଥିଲା | ଏହି କାର୍ଯ୍ୟକ୍ରମ ରେ ରାଜନଗର ବିଧାୟକ ଶ୍ରୀଯୁକ୍ତ ଧ୍ରୁବ ଚରଣ ସାହୁ,କେନ୍ଦ୍ରପଡା ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଅଶୋକ ପ୍ରତିହାରୀ,ରାଜନଗର ବ୍ଲକ ଅଧକ୍ଷା ଶ୍ରୀମତୀ ପ୍ରତିଭା ପାତ୍ର, ଉପାଧ୍ୟକ୍ଷ ଗଣେଶ ଚନ୍ଦ୍ର ଗୁଡ଼ିଆ,ବ୍ଲକ ବିଜୁ ଯୁବ ଜନତା ଦଳ ସଭାପତି ଶ୍ରୀଯୁକ୍ତ ଆର୍ତ୍ତ ବନ୍ଧୁ ମହାନ୍ତି ଉପସଭାପତି ରବିନ୍ଦ୍ର ସିଂହ, ଛାତ୍ର ନେତା ଦିଲ୍ଲୀପ ପଣ୍ଡା,32 ନମ୍ବର ଜୋନର ଜିଲ୍ଲା ପରିଷଦ ଖୁକୁମୀନା କୁଅଁର,କେରୁଆପାଳ ସରପଞ୍ଚ ପ୍ରତିନିଧି ସପନ ପରିଡା ସମିତି ସଭ୍ୟ ମଧୁସୂଦନ ପ୍ରଧାନ, ବାଘମାରି ସରପଞ୍ଚଙ୍କ ପ୍ରତିନିଧି ମୁକ୍ତିକାନ୍ତ ପାତ୍ର, ସଭ୍ୟ ମନରଞ୍ଜନ ମଣ୍ଡଳ, ତାଳଚୁଆ ସରପଞ୍ଚଙ୍କ ପ୍ରତିନିଧି ଦେବୁ ଦୁଲାଲ ମଣ୍ଡଳ,ରଙ୍ଗଣୀ ସରପଞ୍ଚ ଲୋପାମୁଦ୍ରା ଜେନା,ରଙ୍ଗଣୀ ସଭ୍ୟ ତପନ ସାହୁ, ଉପସ୍ଥିତ ରହିବା ସହ ଚାରୋଟି ପଞ୍ଚାୟତ ପ୍ରାୟ ଏକ ହଜାର ରୁ ଉର୍ଦ୍ଧ ଜନସାଧାରଣ ଏହି ପଦଯାତ୍ରାରେ ଉପସ୍ଥିତ ରହିଥିଲେ | ଶେଷରେ ଏକ ସଭାର ଆୟୋଜନ କରାଯାଇଥିଲା ସେହି jସଭାରେ ବିଧାୟକ ଶ୍ରୀଯୁକ୍ତ ସାହୁ ନିଜର ଭାଷଣ ରେ ଏହି ପଦଯାତ୍ରା ଏକ ରାଜନୈତିକ ପଦଯାତ୍ରା ନୁହେଁ ମୁଖ୍ୟମନ୍ତ୍ରୀ ଙ୍କ ବିକାଶ ଧାରା ବାର୍ତ୍ତା ସାଉଁଟିବାକୁ ଏହି ପଦଯାତ୍ରା କରୁଛୁ ବୋଲି କହି ସଭାକୁ ଶେଷ କରାଯାଇଥିଲା |

0
0
0
s2sdefault